ବୁଗୁଡା, ୨୪/୦୩/୨୦୨୧: “ଆମ ପୋଲିସ ସମିତି” ବୁଗୁଡା ଥାନା ପକ୍ଷରୁ ମାର୍ଚ୍ଚ ୨୪ ତାରିଖ ଦିନ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଆଶା କରାଯାଉ ଥିବା ପରିମାଣ ଠାରୁ ଯଥେଷ୍ଟ ଅଧିକ ହୋଇ ରେକର୍ଡ ସଂଖ୍ୟକ ୪୦୧ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଛି। ଏହି ରକ୍ତଦାନ ଶିବିରର ଉଦଘାଟନୀ ଉତ୍ସବରେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାଏ, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ଯୋଗ ଦେଇଥିଲେ। ବ୍ରହ୍ମପୁର ଓ ଭଞ୍ଜନଗର ରକ୍ତଭଣ୍ଡାର ପକ୍ଷରୁ ମୋଟ ୪୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ମେଗା ରକ୍ତଦାନ ଶିବିରରେ ରକ୍ତଦାନ ପାଇଁ ଲୋକଙ୍କ ଯଥେଷ୍ଟ ଆଗ୍ରହ ଥିବା ଦେଖିବାକୁ ମିଳିଥିଲା। ଏହି ମହତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମ ପୋଲିସ ସମିତି ସମେତ ବୁଗୁଡ଼ ବ୍ଲକ ଓ ଏନଏସି ର ସମସ୍ତ ବର୍ତ୍ତମାନର ଓ ପୂର୍ବତନ ଲୋକପ୍ରତିନିଧି, ସମାଜସେବୀ, ବିଭିନ୍ନ ସଂଗଠନ, ସାମ୍ବାଦିକ ଓ ପୋଲିସ କର୍ମଚାରୀ ବୃନ୍ଦ ସମ୍ପୂର୍ଣ୍ଣ ସହଯୋଗ କରି ରକ୍ତଦାନ ଶିବିରକୁ ସଫଳ କରି ରେକର୍ଡ ସଂଖ୍ୟକ ୟୁନିଟ ରକ୍ତ ସଂଗୃହୀତ ହୋଇପାରିଥିଲା।
ରିପୋର୍ଟ: ଅନିଲ କୁମାର ମହାରଣା