ଓଲ୍ ଓଡ଼ିଶା ଇପିଏଫ୍ ପେନସନର ଆସୋସିଏସନ ର ବୌଠକ ଅନୁଷ୍ଠିତ

0
343

ବ୍ରହ୍ମପୁର: ୨୩/୦୩/୨୦୨୧
ଇ.ପି.ଏଫ.ପେନସନଧାରୀ ମାନଙ୍କୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଆଧାରରେ ସମସ୍ତଙ୍କୁ ବର୍ଦ୍ଧିତ ପେନସନ ଏବଂ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବାକୁ ପେନସନଧାରୀ ମାନେ ଦାବି କରିଛନ୍ତି। ଏହା ସହିତ ପେନସନଧାରୀଙ୍କୁ ସର୍ବନିମ୍ନ ପେନସନ ମାସିକ ୯ ହଜାର ଟଙ୍କା ଓ ମହଙ୍ଗା ଭତ୍ତା ପ୍ରଦାନ ଦାବି ନେଇ ଏକ ବୃହତ୍ତର ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଛି। ଏହି ଦାବି ସମୂହ ନେଇ କେନ୍ଦ୍ର ସରକାରଙ୍କୁ ଦାବି ପତ୍ର ଦିଆଯିବା ନିଷ୍ପତି ହୋଇଛି।
ଅଲ ଓଡିଶା ଇ.ପି.ଏଫ. ପେନସନର୍ସ ଆସୋସିଏସନ ର ଗଞ୍ଜାମ ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ ଆସିକା ନିକଟସ୍ଥ ମା’ କରଂଜେଇ ଠାକୁରାଣୀଙ୍କ ପୀଠ ରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପେନସନ ଧାରୀ ମାନଙ୍କ ସମସ୍ୟା ଓ ଦାବି ନେଇ ବ୍ୟାପକ ଆଲୋଚନା ପରେ ଏହି ଆନ୍ଦୋଳନର ଆହ୍ୱାନ ଦିଆଯାଇଛି।
ଆସୋସିଏସନ ର ଗଞ୍ଜାମ ଜିଲ୍ଲା ଶାଖା ସଭାପତି ଶ୍ରୀ ପ୍ରତାପ ଶତପଥୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ଆବାହକ ଶ୍ରୀ ପ୍ରଶାନ୍ତ ଶତପଥୀ ଏହି ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ଓ ପେନସନଧାରୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏଥିରେ ଆସୋସିଏସନ ର ରାଜ୍ୟ ସଭାପତି ଶ୍ରୀ ରଞ୍ଜନ ଖୁଣ୍ଟିଆ, ସର୍ବଭାରତୀୟ ଉପ ସଭାପତି ଶ୍ରୀ ଭାଗ୍ୟଧର ବ୍ରହ୍ମା, ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ଜେନା, କଳାହାଣ୍ଡି ଜିଲ୍ଲାର ସଭାପତି ଶ୍ରୀ ବୈଦ୍ୟନାଥ ଦାଶ, ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ଶରତ କୁମାର ପାଣି ପ୍ରମୁଖ ଉଦବୋଧନ ଦେଇ ପେନସନଧାରୀମାନଙ୍କ ଦାବି ପୂରଣରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ସମାଲୋଚନା କରି ଦାବି ପୂରଣ ନିମନ୍ତେ ଏକ ବୃହତ ଆନ୍ଦୋଳନର ଆହ୍ୱାନ ଦେଇଥିଲେ। ଏହି ସମ୍ମିଳନୀରେ ସମଗ୍ର ଗଞ୍ଜାମ ରୁ ୫ ଶହ ରୁ ଅଧିକ ପେନସନଧାରୀ ଯୋଗଦେଇଥିଲେ।

ଗଞ୍ଜାମ ଜିଲ୍ଲା ଶାଖା କର୍ମକର୍ତ୍ତା ମନୋନୀତ

ଏହି ସମ୍ମିଳନୀ ଅବସରରେ ଆସୋସିଏସନ ର ଗଞ୍ଜାମ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା। ଜିଲ୍ଲା ଶାଖାକୁ ଶ୍ରୀ ପ୍ରତାପ ଚନ୍ଦ୍ର ଶତପଥୀ – ସଭାପତି, ଶ୍ରୀ ସୀମାଞ୍ଚଳ ନାୟକ ଓ ଶ୍ରୀ ବିପ୍ର ଚରଣ ଜେନା -ଉପ ସଭାପତି, ଶ୍ରୀ ପ୍ରଶାନ୍ତ କୁମାର ଶତପଥି -ସାଧାରଣ ସମ୍ପାଦକ ,ଶ୍ରୀ ସୀମାଞ୍ଚଳ ମହାନ୍ତି, ଶ୍ରୀ ଗଜପତି ମହାନ୍ତି ଓ ଅମୂଲ୍ୟ କୁମାର ପଣ୍ଡା- ଯୁଗ୍ମ ସମ୍ପାଦକ, ଶ୍ରୀ ଭଗବାନ ସାହୁ ଓ ଶ୍ରୀ ପ୍ରଶାନ୍ତ କୁମାର ଦାଶ- ସାଙ୍ଗଠନିକ ସମ୍ପାଦକ ,ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଦାଶ- କୋଷାଧ୍ୟକ୍ଷ ଙ୍କ ସମେତ ୨୦ ଜଣ କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ମନୋନୀତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here