ବୁଗୁଡା,୨୪/୦୩/୨୦୨୧: ବିଶ୍ୱ ବନ ଦିବସ ଉପଲକ୍ଷେ ବନ ବିଭାଗ ପକ୍ଷରୁ ବ୍ରହ୍ମପୁର ରେ ଅନୁଷ୍ଠିତ ଇକୋ ବ୍ଲକର ଗଞ୍ଜାମ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବୁଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ ମୀରାଲୀନ ଶତପଥୀ ଦୁଇଟି ବିଭାଗରେ କୃତ୍ତିତ୍ୱ ଅର୍ଜନ କରି ପୁରସ୍କୃତ ହୋଇଛନ୍ତି। ଜୁନିୟର ବିଭାଗର “ପରିବେଶ ସଚେତନତା” ବିଷୟରେ ସ୍ଲୋଗାନ ଲିଖନ ପ୍ରତିଯୋଗିତାରେ ମୀରାଲୀନ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ଏକ ହଜାର ଟଙ୍କା ପାଇ ପୁରସ୍କୃତ ହେବା ସହ ପ୍ରମାଣ ପତ୍ର ପାଇଥିବା ବେଳେ “ସ୍ୱଚ୍ଛ ଓ ସବୁଜ ପରିବେଶ” ବିଷୟରେ ଜୁନିୟର ବିଭାଗର ଚିତ୍ରାଙ୍କନ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରି ସାତ ଶହ ଟଙ୍କା ଓ ପ୍ରମାଣ ପତ୍ର ପାଇ ପୁରସ୍କୃତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସ୍ତରିୟ ଜୁନିୟର ବିଭାଗର ପ୍ରତିଯୋଗିତାରେ ଦୁଇଟି ବିଷୟ ମଧ୍ୟରୁ ମୀରାଲୀନ ଗୋଟିଏ ବିଷୟରେ ପ୍ରଥମ ଓ ଅନ୍ୟଟିରେ ତୃତୀୟ ସ୍ଥାନ ଅଧିକାର କରି ବୁଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଇଁ ଗୌରବ ଆଣିପାରିଥିବା ଯୋଗୁଁ ପରିଚାଳନା କମିଟି, ଏବଂ ଗୁରୁଜୀ, ଗୁରୁମା ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।
ରିପୋର୍ଟ: ଅନିଲ କୁମାର ମହାରଣା