ଧାରଣା ପୂର୍ବରୁ ଅଙ୍ଗନବାଡିକର୍ମୀ ଙ୍କ ଦାବିପୂରଣ।

0
244

ଶେରଗଡ,୨୫/୦୩/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବ୍ଳକର ଅଂଗନବାଡିକର୍ମୀ ଙ୍କ ଆନ୍ଦୋଳନ ଓ ଧାରଣା ପୂର୍ବରୁ ଦାବି ପୂରଣ ହୋଇଥିବା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଲୋକ ଲୋଚନକୁ ଆସିଛି ।ଶେରଗଡ ଆଇସିଡିଏସ୍ ପକ୍ଷରୁ ଅଙ୍ଗନବାଡିକର୍ମୀ ମାନଙ୍କ ଆକ୍ରୋଶମୂଳକ ଭାବେ ବିନା କାରଣରେ ଦରମା ବନ୍ଦ,ଦୀର୍ଘ ବର୍ଷ ହେଲା ଘରଭଡା ଦିଆଯାଉନଥିବା,କଣ୍ଟିଜେଣ୍ଟ ଟଙ୍କା ଦିଆଯାଉନଥିବା,ଖାତାପତ୍ର ଓ ଫର୍ମ ନଦେଇ କାର୍ଯ୍ୟରେ ଅତ୍ଯଧିକ ଚାପସୃଷ୍ଟି,ଦୀର୍ଘଦିନ ହେଲା ଟିଏ ବନ୍ଦ କରି ରଖିବା ଇତ୍ଯାଦି ଘଟଣାର ପ୍ରତିବାଦ କରି ମାର୍ଚ୍ଚ ୨୫ତାରିଖ ରୁ ଶେରଗଡ ଅଙ୍ଗନବାଡିକର୍ମୀ ମାନଙ୍କ ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେବାକୁ ଜିଲ୍ଲା ଓ ବ୍ଲକ ପ୍ରଶାସନ କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଏଥିରେ ଗଞ୍ଜାମ ଜିଲ୍ଲାପାଳ ହସ୍ତକ୍ଷେପ କରି ତୁରନ୍ତ ଅଂଗନବାଡିକର୍ମୀ ଙ୍କ ଦାବି ସମାଧାନ କରିବାକୁ ଶେରଗଡ ବିଡିଓ, ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏହାପରେ ଧାରଣାର ଦିନକ ପୂର୍ବରୁ ଶେରଗଡ ବିଡିଓ ଅଙ୍ଗନବାଡିକର୍ମୀ ସଂଘ ର ନେତୃବୃନ୍ଦ ଙ୍କ ସହ ଆଲୋଚନା କରି ସେମାନଙ୍କ ଦାବି ସଂପର୍କରେ ସମାଧାନ ରାସ୍ତା ବାହାର କରି ଅଧିକାଂଶ ଦାବି ପୂରଣ କରିଥିଲେ ।ଅନ୍ୟ ସମସ୍ତ ଦାବି ଆସନ୍ତା ୧୫ଦିନମଧ୍ଧରେ ପୂରଣ କରାଯିବ ବୋଲି ବୈଠକ ରେ ଉପସ୍ଥିତ ଥିବା ବ୍ଲକ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିଲେ ।ଫଳରେ ଆଜିର ଧାରଣା କୁ ସ୍ଥଗିତ କରାଯାଇଛି ଓ ଅଙ୍ଗନବାଡିକର୍ମୀମାନେ କୋଭିଟ ନିୟମ ପାଳନ କରି ଶାନ୍ତି ଶୃଙ୍ଖଳାର ସହ ବକେୟା ରହିଥିବା ଅନ୍ୟାନ୍ଯ ଦାବି ପୂରଣ ପାଇଁ ଏକ ସ୍ମାରକପତ୍ର ବ୍ଳକ ପ୍ରଶାସନ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଆସନ୍ତା ୧୫ଦିନ ମଧ୍ୟ ରେ ସମସ୍ତ ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ଯିବ ବୋଲି ଅଲ ଓଡିଶା ଅଙ୍ଗନବାଡିକର୍ମୀ ଓ ଲେଡିଜ ୱାର୍କରସ୍ ଏସୋସିଏସନ ସଭାନେତ୍ରୀ ରଞ୍ଜିତା ରଥ ସୂଚନା ଦେଇଛନ୍ତି ।ଏହି ଆଲୋଚନା ବୈଠକ ରେ ଶେରଗଡ ବିଡିଓ ସୁରଂଜନସାହୁ, ତହସିଲଦାର ଦୟା ସିନ୍ଧୁ ପରିଡା,ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ, ସିଡିପିଓ ବିଜୟଲକ୍ଷ୍ମୀ ନିଶଙ୍କ,ସଂଘ ସଭାନେତ୍ରୀ ରଞ୍ଜିତା ରଥ ବ୍ଲକ ସଂଘ ନେତୃବୃନ୍ଦ ଭାରତୀ ଆଚାରୀ,ରୁନୁ ପ୍ରଧାନ, ସ୍ୱର୍ଣ୍ଣଲତା ମହାରଣା,ବବି ଜେନା,ଜୟନ୍ତୀଲତା ନନ୍ଦ,ପୁଷ୍ପାଞ୍ଜଳି ପାତ୍ର୍ ସନ୍ତୋଷୀ ସ୍ୱାଇଁ, ପ୍ରମିଳା ଚୌଧୁରୀ ପୁଷ୍ପାଜଳି ପଣ୍ଡା ଙ୍କ ସମେତ ବ୍ଲକ ର ସମସ୍ତ ନେତୃ ସ୍ଥାନୀୟ ଅଙ୍ଗନବାଡିକର୍ମୀ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here