ନୟାଗଡ଼,୨୬/୦୩/୨୦୨୧: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ କାପ୍ତାପଲ୍ଲୀ ପଂଚାୟତର ୨୨ ଖଣ୍ଡମୌଜା ର ଲୋକ ମାନଙ୍କ ମିଳିତ ଉଦ୍ୟମରେ ମାଁ ବେତଖୋଲୀ ପିଠରେ ନାମ ସଂକିର୍ତ୍ତନ ପାଳିତ କରାଯାଇ ଥିଲା।ଏହା ଦୀର୍ଘ ୨୧ ବର୍ଷ ହବ ଲୋକ ମାନଙ୍କ ମିଳିତ ଉଦ୍ୟମରେ ଏହି ଯାତ୍ରା ପାଳିତ କରାଯାଉଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ନୟାଗଡ଼ ବି ଜେ ଡି ସଭାପତି ଶ୍ରୀଯୁକ୍ତ ରମେଶଚନ୍ଦ୍ର ବେହେରା ଏହି ଯାତ୍ରା ରେ ଯୋଗ ଦାନ ଦବା ସହ ଲୋକ ମାନଙ୍କ ସମସ୍ୟା ପଚାରି ବୁଝି ଥିଲେ, ଏବଂ ସମସ୍ତ କାର୍ଯ୍ୟକ୍ରମ କୋଭିଟ ନିୟମ ପାଳନ କରି ଏହି କାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟ କ୍ରମକୁ ୨୨ ଖଣ୍ଡ ମୌଜା ର ସଭାପତି ଶ୍ରୀଯୁକ୍ତ ଦେବରାଜ ପ୍ରଧାନ, ସମାଜସେବୀ ସଂଜୀବ କୁମାର ଡାକୁଆ ପରିଚାଳିତ କରିଥିଲେ।