ବ୍ରହ୍ମପୁର,୨୭/୦୩/୨୦୨୧:ଗଞ୍ଜାମ ଜିଲ୍ଲାପାଳ ଆଜି ଗଉଞ୍ଜୁ ରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହା ସହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର କୁ ତୁରନ୍ତ ହଟାଇବାକୁ ବିଦ୍ୟୁତ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।ସୂଚନା ଯୋଗ୍ୟ ଯେ ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ ର ଗଉଞ୍ଜୁ ଗ୍ରାମ ପଂଚାୟତ ରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବାକୁ ପହଞ୍ଚି ଥିବା ବେଳେ ସରପଞ୍ଚ ବାସନ୍ତୀ ମହାରଣା ସରକାର ଦ୍ୱାରା ହେବାକୁ ଥିବା ଶିଶୁ ଉଦ୍ୟାନ ଟି ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁଁ ହୋଇ ପାରୁନି,ଏହାକୁ ତୁରନ୍ତ ହଟାଇବାକୁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଲେ।ସଙ୍ଗେ ସଙ୍ଗେ ଏହାକୁ ହଟେଇବାକୁ ଜିଲ୍ଲା ପାଳ ବିଦ୍ୟୁତ ବିଭାଗ କୁ ନିର୍ଧେସ ଦେଇଛନ୍ତି।ଅନ୍ୟପକ୍ଷରେ ଶ୍ରୀଶ୍ରୀଶ୍ରୀ ମା ସାତଭାଉଣୀ ପୀଠ ରେ ନଳକୂପ ଖନନ ପାଇଁ ଉପସ୍ଥିତ ଯନ୍ତ୍ରୀ ସମୀର ପଟ୍ଟନାୟକ ଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ଉନ୍ନତି ପାଇଁ ବିଡ଼ିଓ ତିରୁପତି ବାଲାଜି ସାମନ୍ତରାୟ ଙ୍କୁ କହିଥିଲେ।ବାଉରୀ ବନ୍ଧୁ ପାଳ ଉଚ୍ଚବିଦ୍ୟାଳୟ ରେ କିପରି ସ୍ମାର୍ଟ କ୍ଲାସ ତିଆରି ହେବ ସେନେଇ ଆଲୋଚନା କରିବା ସହ ପ୍ରଧାନ ଶିକ୍ଷକ ସଦାନନ୍ଦ ପାଢ଼ୀ ଙ୍କୁ ମଧୁ ଆପ ଓ ଡ୍ରପ ଆଉଟ କମାଇବା ନେଇ କହିଥିଲେ। ଜିଲ୍ଲାପାଳ ଙ୍କ ଆଜିର ଏହି ଗ୍ରସ୍ତ ସମୟରେ ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ,ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଶ୍ରୀ ଦଳେଇ, ଏପିଡ଼ି(ଅର୍ଥ),ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ,ଡ଼ିଇଓ,ବିଇଓ,ପିଇଓ ନିରଞ୍ଜନ ଖାଡଙ୍ଗା,ସରପଞ୍ଚ ପ୍ରତିନିଧି
ପ୍ରଫୁଲ୍ଲ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଗଉଞ୍ଜୁ ରେ ଜିଲ୍ଲାପାଳ ଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା,ବିଦ୍ୟୁତ ଟ୍ରାନ୍ସଫର୍ମର ହଟାଇବାକୁ ନିର୍ଦ୍ଦେଶ