ବ୍ରହ୍ମପୁର,୨୭/୦୩/୨୦୨୧ : ଜିଲା ପ୍ରଶାସନର ଏକ ପାଖିଆ ନିଷ୍ପତି ଅନୁଯାୟୀ ମାଫିଆ ପୋଷଣ ନୀତିରେ ସ୍ଥାନୀୟ ଅଞ୍ଚଳ ଅଧିବାସୀଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବା ସହିତ ୩୨୬ ନଂ ଜାତୀୟ ରାଜପଥର ଘୋଡାହାଡ଼ ବ୍ରିଜର ସୁରକ୍ଷାକୁ ଅଣଦେଖା କରି ସାନଖେମୁଣ୍ଡି ତହସିଲ ମୌଳାଭଣଜା ବ୍ରିଜ ନିକଟ ଚର୍ଚ୍ଚିତ ବାଲି ସୈରାତକୁ ଅବୈଧ ନିଲାମ ଭିତ୍ତିରେ ଚର୍ଚ୍ଚିତ ମାଫିଆ ଗୋଷ୍ଠୀଙ୍କ ହାତରେ ଟେକିଦେଇ ପ୍ରଶାସନ ସମ୍ପ୍ରତି ବାହାବା ନେଉଥିଲା ବେଳେ ସମ୍ଭାବ୍ୟ ସ୍ଥିତିକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଅଛି । ସ୍ଥାନୀୟ ତହସିଲଦାରଙ୍କ ଦବଂଗଗିରି ଆଗରେ ଅଞ୍ଚଳ ଅଧିବାସୀଙ୍କ ସମସ୍ୟା ଖିନ୍ ଭିନ୍ ହୋଇଥିବା ଅଭିଯୋଗ ଜୋର୍ ଧରିବା ସହିତ ଆସନ୍ତା ସମୟରେ ଏଥିକୁ ନେଇ ବିସ୍ପୋରକ ସ୍ଥିତି ସୃଷ୍ଟି ହେବାର ସୁରାକ ମିଳିଅଛି । ସମସ୍ୟାର ସୁଧାର ପାଇଁ ଉଭୟ ପ୍ରଶାସନ ଓ ମାଫିଆଙ୍କ ମୁକାବିଲା କରିବାକୁ ଅଞ୍ଚଳବାସୀ ମନ୍ତ୍ରଣାରେ ରହୁଥିବା ସୂଚନା ମିଳିଅଛି । ସୂଚନା ପ୍ରକାରେ ୨୦୧୫ ମସିହାରେ ବିଭାଗୀୟ ନିଲାମୀ ପ୍ରକ୍ରିୟାରେ ଥିବା ଏହି ସଇରାତ ଅବୈଧ ଭାବରେ ପ୍ରଦତ୍ତ କାରଣରୁ ରାଜସ୍ବ ବିଭାଗର ତ୍ରୁଟିକୁ ଧରି ପ୍ରଦୂଷଣ ବୋର୍ଡ , ରାଷ୍ଟ୍ରୀୟ ଗ୍ରିଁନ୍ ଟ୍ରିବୁନାଲ୍ (ଏନ୍ ଜି ଟି ) ଏହାକୁ ଖାରଜ କରିଥିଲେ । ଅନ୍ୟ କ୍ରମରେ ମିଛ ମାଇନିଙ୍ଗ ପ୍ଲାନରେ ସଇରାତ ପରିସୀମାରେ ଥିବା ବିଶାଳ ଭୂଖଣ୍ଡର ଗମନାଗମନ ମାଧ୍ୟମ ଥିବା ପୋଲର ସୁରକ୍ଷା ଏବଂ ସରହଦରେ ଥିବା ଦିଗପହଣ୍ଡି ଏନ୍ ଏ ସି ର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସହିତ ପଦ୍ମନାଭପୁର , ଛଣମେରୀ , ପୋଡ଼ାମାରି , ସୀଙ୍ଗିପୁର , ଡେ଼ଙ୍ଗାଉସ୍ତା ଆଦି ଗ୍ରାମର ପାନୀୟ ଜଳ ଯୋଗାଣ ଉତ୍ସଥିବା ଅଞ୍ଚଳରେ ବାଲି ମାଫିଆଙ୍କ ପ୍ରବେଶ ଅନୁମତିକୁ ସାଧାରଣରେ ଅଲଗା ଦିଗରେ ନେଉଥିବା ଆଲୋଚିତ ହେଉଅଛି ।
୨୦୧୫ ମସିହା ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ଅଣ ନିଲାମି ଥାଇ ସଇରାତରୁ ଅବିଶ୍ରାନ୍ତ ଭାବେ ଅବୈଧ ବାଲି ଉଠାଣ ବିରୋଧରେ ସ୍ଥାନୀୟ ଅଧିବାସୀଙ୍କ ଦ୍ଵାରା ବିଭାଗୀୟ ଅଭିଯୋଗ କରାଯାଇଥିଲା । ଏଥିନେଇ ତହସିଲଦାର ସାନଖେମୁଣ୍ଡି , ଉପ ଜିଲ୍ଲାପାଳ ବ୍ରହ୍ମପୁର , ଜିଲ୍ଲାପାଳ ଛତ୍ରପୁର , ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଏବଂ ଓଡ଼ିଶା ରାଜସ୍ବ ଆୟୁକ୍ତଙ୍କ ଠାରେ ସ୍ଥାନୀୟ ସମସ୍ୟାକୁ ଆଧାର କରି ମାମଲା , ଅଭିଯୋଗ ହୋଇଥିଲା । ଉଲ୍ଲିଖିତ ସରହଦକୁ ସଂରକ୍ଷିତ ନିଷେଧ ଅଞ୍ଚଳ ଘୋଷଣା କରିବା ନେଇ ରାୟ ଥିବା ବେଳେ ଅବିଚାରିତ ଭାବରେ ପରିମିତ ଅଞ୍ଚଳରୁ ତରବରିଆ ଭାବେ ବାଲି ଉଠାଣ କରାଯାଉଥିବାରୁ ଏହା ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଭବାବେଗକୁ କ୍ଷୁର୍ଣ୍ଣ କରୁଥିବା ଜଣା ଯାଇଅଛି । ପୂର୍ବ ଦିନରେ ଜେସିବି ଲଗାଇ ଅବୈଧ ବାଲି ଚାଲାଣ ଜନିତ ପ୍ରାଦୁର୍ଭାବ ଯୋଗୁଁ ବ୍ରିଜ ଉଭୟ ପାର୍ଶ୍ଵ ନଦୀମୁଣ୍ଡର ଏକ କିଲୋମିଟର ବ୍ୟାପୀ ଅଞ୍ଚଳରେ ନିର୍ମିତ କୋଟି କୋଟି ଟଙ୍କାର କଂକ୍ରିଟ କୁଳ ଆଡି ନଷ୍ଟ ହେବାସହ ବହୁ ଚାଷଜମି ନଷ୍ଟ ହୋଇଥିବା ଅଭିଯୋଗ ରହିଅଛି । ଅବୈଧ ବାଲି ଚାଲାଣ ଯୋଗୁଁ ନଦୀ ଭୂମିସ୍ତର ୧୫ ରୁ ୨୦ ଫୁଟ ନିମ୍ନକୁ ଯାଇଥିବାରୁ ପୋଲର ସିମେଣ୍ଟ ଭିତ୍ତିଭୂମି ନଷ୍ଟ ହେବା ସହିତ ଫାଟ ସୁଷ୍ଟି ହୋଇଅଛି ।ପରନ୍ତୁ ନଦୀଶଯ୍ୟାର ଉଭୟ ପାର୍ଶ୍ଵରେ ଥିବା ସେଚିତ ଜମି ଉପରେ ଏହାର ପ୍ରଭାବ ପଡୁଥିବାରୁ ଏହାକୁ ନେଇ ଜନାକ୍ରୋଷ ଦେଖାଯିବା ସମ୍ଭାବନା ରହିଅଛି । ଅନ୍ୟ ପକ୍ଷରେ ପୂର୍ବ ସମୟରେ ବାଲି ମାଫିଆଙ୍କ ଦ୍ଵାରା ଅବୈଧ ବାଲି ଉଠାଣକୁ ବିରୋଧ କରି ସଙ୍ଗୀତ ସ୍ଥିତି ସୃଷ୍ଟି ହୋଇ ମାଲି ମକଦ୍ଦମା ମଧ୍ୟ ରହିଅଛି । ଏଭଳି ପରିସ୍ଥିତିରେ ବିଭାଗର ରାଜସ୍ଵ ଆଦାୟ ଚିନ୍ତା କ୍ରମରେ ନିଷେଧ ଅଞ୍ଚଳ ଦେଇ ଦୈନିକ ଶହ ଶହ ଟ୍ରାକ୍ଟର ଦ୍ଵାରା ପୋଲ ତଳ ରାସ୍ତାରେ ଅଣ ନିଲାମ ସଇରାତରୁ ଅବୈଧ ବାଲି ଉଠାଣ ବିପକ୍ଷରେ ଜନ ଅସନ୍ତୋଷର ପୂର୍ବଭାଷ ମିଳିଅଛି ।
ଜିଲା ପ୍ରଶାସନ ପକ୍ଷରୁ ମୈାଳାଭଣଜା ୩୨୬ ନଂ ଜାତୀୟ ରାଜପଥ ସଂଲଗ୍ନ ଘୋଡ଼ାହାଡ ନଦୀ ପୋଲର ସୁରକ୍ଷା , ଅଞ୍ଚଳବାସୀଙ୍କ ଜୀବନ ଜୀବିକାର ସ୍ଥିତାବସ୍ଥା ତଥା ଅଞ୍ଚଳ ପାନୀୟ ଜଳଯୋଗାଣ ପ୍ରମୁଖ ଓ ପ୍ରକୃଷ୍ଟ ସ୍ଥାନ ଥିବା ପରିମିତ ଅଞ୍ଚଳକୁ ସୁରକ୍ଷିତ ରଖିବାକୁ ଏବଂ ଏହି ଅଞ୍ଚଳକୁ ସଂରକ୍ଷିତ ଓ ନିଷେଧ ଅଞ୍ଚଳ ନ୍ୟାୟରେ ଏଠାରୁ ବାଲି ଉଠାଣକୁ ତୁରନ୍ତ ବନ୍ଦ କରାଯିବାକୁ ନେଇ ଜନ ଆନ୍ଦୋଳନ ପାଇଁ ଅଞ୍ଚଳବାସୀ ଉପଯୁକ୍ତ ସମୟ ଅପେକ୍ଷାରେ ଥିବା ନିଜନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।