ବ୍ରହ୍ମପୁର,୨୭/୦୩/୨୦୨୧:ବଡ଼ ବଜାର ପୋଲିସ ପକ୍ଷରୁ ଆଜି ଗାଡି ଯାଞ୍ଚ ସମୟରେ ଗୋଟିଏ ଗଞ୍ଜେଇ ବୋଝେଇ ହୋଇଥିବା ପିକ୍ଅପ ଭ୍ୟାନ୍ କୁ ପୋଲିସ୍ ଧରିଛି।ଏଥି ରେ ଥିବା ୬୦ କିଲୋ ଗଞ୍ଜେଇ ଜବତ କରିବା ସହ ୪ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖାଯାଇଛି। ପିକ୍ଅପ ଭ୍ୟାନ୍ ମଧ୍ଯ ରେ ଥିବା ଗୋଟିଏ ସ୍କୁଟି କୁ ମଧ୍ଯ ଜବତ କରାଯାଇଛି। ୪ ଅଟକ ଙ୍କ ମଧ୍ଯ ରେ ୩ ଅଭିଯୁକ୍ତ ଝାଡ଼ଖଣ୍ଡ ରାଞ୍ଚୀ ଅଂଚଳର , ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଅଂଚଳର ବୋଲି ଜଣାପଡିଛି। ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଅଂଚଳର ଡାକ୍ତର ନାୟକ(୪୦) ଏବଂ ଅନ୍ୟ ୩ ଅଭିଯୁକ୍ତ ଝାଡଖଣ୍ଡ ରାଜ୍ଯ ରାଞ୍ଚୀ ଅଂଚଳର ମନୋଜ ରଏ(୪୫),ସନ୍ଦୀପ କୁମାର(୧୯),
ରୋହିତ କୁମାର(୧୮)। ଆଜି ଅପରାହ୍ନ ରେ ବ୍ରହ୍ମପୁର ଫାଷ୍ଟ ଗେଟ ନିକଟରେ ବଡ଼ ବଜାର ପୋଲିସ ଗାଡି ଯାଞ୍ଚ କରିବା ସମୟରେ ଏହି ଗଞ୍ଜେଇ ଚାଲାଣକୁ ଧରିବାରେ ସଫଳ ହୋଇଛି।ରାୟଗଡାରୁ ଗଞ୍ଜେଇ ଆସିଥିବା ବେଳେ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ପୋଲିସର ସୂଚନା ଦେଇଛି। ଏହାସହ ୪ଟି ମୋବାଇଲ/ସମସ୍ତ ଅଭିଯୁକ୍ତଙ୍କ ବିଭିନ୍ନ ପରିଚୟ ପତ୍ର/ ଆଧାର କାର୍ଡ, ପାନ କାର୍ଡ, ଏଟିଏମ,ସମେତ ୨ ହଜାର ଟଙ୍କା ପୋଲିସ ଜବତ କରିଛି।