ସାନଖେମୁଣ୍ଡି ସାହିତ୍ୟ ସଂସଦର ଉତ୍କଳଦିବସ ସାହିତ୍ୟ ଆସରରେ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସଂକଳ୍ପର ଆହ୍ୱାନ ।

0
202

ବ୍ରହ୍ମପୁର,୦୧/୦୪/୨୦୨୧: ଓଡ଼ିଆ ଭାଷାଭାଷୀଙ୍କ ଅସ୍ମିତାକୁ ନେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗଞ୍ଜାମର ଅବଦାନ ଅବିସ୍ମରଣୀୟ । ଅତୁଳନୀୟ ଏହି ଓଡ଼ିଆଙ୍କ ଅସ୍ମିତା ଭାଷା ସାହିତ୍ୟକୁ ଅବଲୋକନ କରି ଓଡ଼ିଆ ଭାଷା ସାହିତ୍ୟକୁ ଜନମାନସଙ୍କ ହିତରେ ଲଗାଇ ଶାନ୍ତି ସଂହତି ପ୍ରଗତି ପାଇଁ ପ୍ରତି ଓଡ଼ିଆଙ୍କ ସଂକଳ୍ପ ନେବାର ବାସ୍ତବତା ବୋଲି ଆଜି ସାନଖେମୁଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ ସାହିତ୍ୟ ଆସରରେ ବିଶିଷ୍ଟ ଗୁଣୀ ସାହିତ୍ୟିକ ମଣ୍ଡଳୀ ମତବ୍ୟକ୍ତ କରିଛନ୍ତି । ପବିତ୍ର ଉତ୍କଳ ଦିବସ ପାଳନ ଉପଲକ୍ଷେ ସାନଖେମୁଣ୍ଡି ବ୍ଲକ୍ ପ୍ରାଥମିକ ଶିକ୍ଷକ ଭବନରେ ଆୟୋଜିତ ସଂସଦର ସ୍ଵତନ୍ତ୍ର ସାହିତ୍ୟ ଆସରରେ ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିବା ସହ ଉପସ୍ଥିତ ଗୁଣୀ ଜ୍ଞାନୀ ଅତିଥିଙ୍କ ସମାବେଶରେ ସ୍ୱତନ୍ତ୍ର ଓଡିଶା ଗଠନର କର୍ଣ୍ଣଧାର ପୁରୁଷଙ୍କ ସ୍ମୁତି ଚାରଣ କରିଥିଲେ । ଦିବଂଗତ ପୁର୍ବସୂରୀ ସ୍ଥିତପ୍ରଜ୍ଞ ବ୍ୟକ୍ତିତ୍ଵଙ୍କ ଉଦ୍ଧେଶ୍ୟରେ ସାମୁହିକ ନୀରବ ପ୍ରାର୍ଥନା କରାଯାଇଥିଲା ।

ମୁଖ୍ୟସମ୍ପାଦକ ଅଧ୍ୟାପକ ଡ଼ଃ ପ୍ରଣବାନନ୍ଦ ପାଟ୍ଟଯୋଶୀ ଅତିଥି ପରିଚୟ ପ୍ରଦାନ ସହିତ ଓଡ଼ିଶା ଦିବସ ପାଳନର ଆଭିମୁଖ୍ୟ ଅବତାରଣା କରିଥିଲେ । ବିଶିଷ୍ଟ ସାମ୍ୟବାଦୀ ସାହିତ୍ୟିକ ଶୋଭାଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ରହିଥିବା ବେଳେ ସମଦୃଷ୍ଟି ସମ୍ପାଦକ ବିଘ୍ନେଶ୍ୱର ସାହୁ ଅଂଶଗ୍ରହଣ କରି ଉତ୍କଳଦିବସର ପ୍ରାସଙ୍ଗିକତା ସହ ଅବିଭକ୍ତ ଖେମୁଣ୍ଡି ଓ ଗଞ୍ଜାମର ଅତୀତ ଇତିହାସକୁ ରୋମନ୍ଥନ କରିଥିଲେ ।ଭାବଭରା ଅତୀତର ସ୍ମୃତିକୁ ପୁଣି ଉଜ୍ଜୀବିତ କରିବାର ପ୍ରକୃଷ୍ଟ ସମୟକୁ ଉପନୀତ କରାଇବାର ସଂକେତ ମଧ୍ୟ ପ୍ରଦାନ କରିଥିଲେ । ଭାଷା , ପରମ୍ପରା , ଲୋକ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଉଦ୍ୟମର କ୍ରିୟାଶୀଳତାକୁ ନେଇ ଗୁରୁତ୍ୱାରୋପ କରିଥିଲେ ।

ସାହିତ୍ୟ ସଂସଦର ଉପସଭାପତି ଶ୍ରୀ ବିନାୟକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରର ଦ୍ଵିତୀୟ ଅଧିବେଶନରେ ଅଧ୍ୟାପକ କବି ଶ୍ରୀ ସଞ୍ଜୟ ଷଡ଼ଙ୍ଗୀ , ଶ୍ରୀ ବୃନ୍ଦାବନ ବାଡ଼ତ୍ୟା , ଶିକ୍ଷକ ଶ୍ରୀ ସିମାଞ୍ଚଳ ପଣ୍ଡା , ଶ୍ରୀ ବେଣୁଧର ତ୍ରିପାଠୀ , ଶ୍ରୀ ସୁରେଶ କୁମାର ନାୟକ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ । ସହ ସମ୍ପାଦକ ପୀତବାସ ତ୍ରିପାଠୀ , କୋଷାଧ୍ୟକ୍ଷ ଉଦୟ ଡ଼ାକୁଆ ଆସର ପରିଚାଳନା କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here