ବ୍ରହ୍ମପୁର,୦୧/୦୪/୨୦୨୧(ବ୍ୟୁରୋ ରିପୋର୍ଟ) ଗତମାସରେ ଖୋଡାସିଙ୍ଗି ସ୍ଥିତ ବାଜପେୟୀ ବଜାଜ ମୋଟରସାଇକେଲ ସୋ ରୁମ୍ ରୁ ଲୁଟ ଘଟଣା ରେ ବୈଦ୍ୟନାଥପୁର ଥାନା ୨ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ରାଇଜୋଳ ଗ୍ରାମ ର ପ୍ରଶାନ୍ତ କୁମାର ରାଉଳ(୫୧) ଏବଂ ରତନପୁର ଗ୍ରାମର ଟୁଟୁ ଦାସ(୩୦)।ସେମାନଙ୍କର ନିକଟରୁ ପୋଲିସ ୮୮୨୦ ମଧ୍ଯ ଜବତ କରିଛି।ଉଭୟେ ଚୋରୀ କରିଥିବା ସ୍ବୀକାର କରିବା ସହ ଏହି ଘଟଣା ରେ ଅନ୍ୟ ୩ ଜଣ ସଂମ୍ପୁକ୍ତି ଥିବା ସ୍ବୀକାର କରିଛନ୍ତି।ଉଲ୍ଲେଖନୀୟ ଯେ, ଗତମାସ ରେ ସୋ ରୁମ୍ ତାଲା ଭାଙ୍ଗି ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା ।ସୋରୁମ ର ଚାବି ଭାଙ୍ଗି ଆଠ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟ କରିଥିବା ସୋ ରୁମ୍ ମାଲିକ ଆଲୋକ ସୁନ୍ଦର ବାଜପେୟୀ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୪୮/୨୦୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ଆଜି ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏଡିସନାଲ ଏସପି ସୁଚନା ଦେଇଛନ୍ତି।