ଜିଲ୍ଲା ଉପଭୋକ୍ତା ଆଇନଜୀବୀ ସଂଘ ପକ୍ଷରୁ ତୁରନ୍ତ ବେଞ୍ଚ ସଦସ୍ୟ/ସଦସ୍ୟା ପଦବୀ ପୂରଣ କରିବା ପାଇଁ ଅନୁରୋଧ

0
228

ବ୍ରହ୍ମପୁର,୦୯/୦୪/୨୦୨୧: ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଠାରେ ତୁରନ୍ତ ବେଞ୍ଚ ସଦସ୍ୟ/ସଦସ୍ୟା ପଦବୀ ପୂରଣ କରିବା ପାଇଁ ଜିଲ୍ଲା ଉପଭୋକ୍ତା ଆଇନଜୀବୀ ସଂଘ ତରଫରୁ କଟକସ୍ଥିତ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଏବଂ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗଙ୍କୁ ଗତକାଲି ଇ-ମେଲ୍ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଥିଲା ।
ପ୍ରକାଶ ଥାଉକି, ଉପଭୋକ୍ତା ସୁରକ୍ଷା ଓ ନ୍ୟାୟ ପ୍ରଦାନ ରେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି । ଇଣ୍ଡୋ-ଜର୍ମାନୀ ଉପଭୋକ୍ତା ପରାମର୍ଶ ପାଇଲଟ ପ୍ରକଳ୍ପ ଦେଶରେ ପ୍ରଥମେ ଏଠାରେ କାର୍ଯ୍ୟକ୍ଷମ ହୋଇଥିଲା । ବ୍ରହ୍ମପୁର ଠାରେ ରାଜ୍ୟ ଉପଭୋକ୍ତା ଆୟୋଗ ଙ୍କ ବିଚାର ଖଣ୍ଡପୀଠ ଗଠନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଗେଜେଟ ନୋଟିଫିକେସନ ହୋଇଯାଇଛି । ଏଥିସହ ରାଜ୍ୟର ଏକ ବୃହତମ ଜିଲ୍ଲା ରୂପେ ପରିଗଣିତ ଏବଂ ଦକ୍ଷିଣ ଓଡ଼ିଶା ର ବାଣିଜ୍ୟ କେନ୍ଦ୍ର ଅଟେ । ଯଦି ଉପଭୋକ୍ତା ମାମଲା ବିଚାରରେ ବିଳମ୍ବ ହୁଏ ତେବେ ମାମଲା ଦାଖଲ କରିଥିବା ବାଦି ଉପଭୋକ୍ତାମାନେ ନ୍ୟାୟ ପାଇବାରେ ବଞ୍ଚିତ ହେବା ସହ ଜିଲ୍ଲାରେ ଅସାଧୁ ବ୍ୟବସାୟୀକରଣ ବଢିବା ବହୁ ସମ୍ଭାବନା ରହିଛି । ଜିଲ୍ଲା ଉପଭୋକ୍ତା ଆୟୋଗ ଠାରେ କାର୍ଯ୍ୟରତ ସଦସ୍ୟଙ୍କ କାର୍ଯ୍ୟକାଳ ଆଜି ସରିଯାଉଥିବା ଯୋଗୁଁ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଉପଭୋକ୍ତା ମାମଲା ବିଚାର ନ ହୋଇ ବିଚାରଧୀନ ଅବସ୍ଥାରେ ରହିବ ଏଥିରେ ସନ୍ଦେହ ନାହିଁ । ନୂତନ ରୂପେ ସଂଶୋଧିତ ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ ନୂଆ ସଦସ୍ୟ ପଦବୀ ପୂରଣ ହେବା ପାଇଁ ସମ୍ଭାବନା କ୍ଷୀଣ ରହିଛି ଏବଂ ବିଚାରାଧୀନ ମାମଲାରେ ବିଚାର ରେ ମଧ୍ୟ ବିଳମ୍ବ ହେବା ସମ୍ଭାବନା ପରିଲକ୍ଷିତ ହେଉଛି । ୨୦୨୦ ମସିହାରେ ମହାମାରୀ କରୋନା ଯୋଗୁଁ ପ୍ରାୟ ଏକ ବର୍ଷ ହେବ କୈାଣସି ଉପଭୋକ୍ତା ମାମଲାରେ ଆଖି ଦୃଷ୍ଟିଆ ଶୁଣାଣି ମଧ୍ୟ ହୋଇପାରିନଥିଲା । ତେଣୁ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଉପଭୋକ୍ତା ଆୟୋଗ ଙ୍କ ଖାଲିଥିବା ସଦସ୍ୟ/ସଦସ୍ୟା ପଦବୀକୁ ଯେଉଁ ସଦସ୍ୟ କାର୍ଯ୍ୟରତ ଥାଇ କାର୍ଯ୍ୟକାଳ ପୂରଣ କରିଛନ୍ତି ସେହି ସଦସ୍ୟଙ୍କୁ ପୁନଃ ଅବସ୍ଥାପନ କରାଯିବା କିମ୍ବା ପଡୋଶୀ ଜିଲ୍ଲାର ଉପଭୋକ୍ତା ଆୟୋଗଙ୍କର କୈାଣସି ସଦସ୍ୟଙ୍କୁ ଖାଲିଥିବା ସଦସ୍ୟ ପଦବୀ ରାଜ୍ୟ ସରକାରଙ୍କ ଦ୍ବାରା ଚୟନ କରାଯାଇ ପୂରଣ କରାଯିବା ପର୍ଯ୍ୟନ୍ତ ଡେପୁଟେସନ୍ ରୂପେ ନିୟୋଜିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆଇନଜୀବୀ ସଂଘ ତରଫରୁ ଉଭୟ ରାଜ୍ୟ ଉପଭୋକ୍ତା ଆୟୋଗ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here