ବ୍ରହ୍ମପୁର, ୦୯/୦୪/୨୦୨୧: ବ୍ରହ୍ମପୁର ର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଙ୍କ ଦ୍ବିବାର୍ଷିକ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ଆଜି ରାତ୍ରି ପ୍ରାୟ ୧ ଟା ସମୟରେ ମାଁ ବୁଢୀ ଠାକୁରାଣୀ ନିଜ ମନ୍ଦିର ରୁ ବାପଘର ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ମନ୍ଦିର କୁ ବିଜେ କରିଛନ୍ତି। ଯାତ୍ରା ଆୟୋଜକ ଦୁର୍ଗାପ୍ରସାଦ ଦେଶୀବେହେରା ରାତ୍ରି ୧୧.୩୦ଟା ସମୟରେ ଦେଶୀବେହେରା ସାହି ରୁ ପଟୁଆର କରି ବୁଢୀ ଠାକୁରାଣୀ ମନ୍ଦିର କୁ ଆସି ମନ୍ଦିରରେ ପୂଜାଅର୍ଚ୍ଚନା କରି ଆଜ୍ଞାମାଳ ନେଇ ଅସ୍ଥାୟୀ ମନ୍ଦିର କୁ ଯାତ୍ରା କରିଥିଲେ। ଯାହା ଏହି ଦ୍ବିବାର୍ଷିକ ପାରମ୍ପରିକ ଯାତ୍ରା ର ଆରମ୍ଭ ହୋଇଛି। କରୋନା କଟକଣା ଯୋଗୁଁ ବର୍ତ୍ତମାନ ଏହି ଯାତ୍ରା କୁ ପ୍ରାଥମିକ ଭାବେ ଏକ ସପ୍ତାହ ପାଇଁ ଅନୁମତି ମିଳିଥିବା ବେଳେ ଏହାର ଅବଧି ବଢିବା ପ୍ରଶାସନ ଉପରେ ନିର୍ଭର କରୁଛି।
ଏହି ଦ୍ବିବାର୍ଷିକ ଯାତ୍ରା ର ଆରମ୍ଭରେ ଭିଡ କୁ ନିୟନ୍ତ୍ରଣ କରିବା ପାଇଁ ଆଜି ପ୍ରଶାସନ ତଥା ମହାନଗର ନିଗମ ପକ୍ଷରୁ ମନ୍ଦିର ଠାରୁ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ସମେତ ଆଖପାଖ ଅଂଚଳରେ ସଂନ୍ଧ୍ଯା ୬ଟା ରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିଲା।ଯାତ୍ରା ର ଅାୟୋଜକ ପି.ଦୁର୍ଗାପ୍ରସାଦ ଦେଶୀବେହେରା ଏବଂ ପରିଚାଳନା କମିଟି ସମେତ ପୋଲିସ,ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ର ସହ ଯାତ୍ରା ର ପରିଚାଳନା କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ବାପଘର ଆସିଲେ ମାଁ ବୁଢୀ ଠାକୁରାଣୀ।ବ୍ରହ୍ମପୁର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଙ୍କ ଦ୍ବିବାର୍ଷିକ ଯାତ୍ରା...