ଗଞ୍ଜାମ: ଆସନ୍ତାକାଲିଠୁ ଆରମ୍ଭ ହେବ ଡୋର ଟୁ ଡୋର ସ୍କ୍ରିନିଂ: ଜିଲ୍ଲାପାଳ

0
183

ଛତ୍ରପୁର,୧୯/୦୪/୨୦୨୧- ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଉ ଏହି ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ କଟକଣା ମଧ୍ୟ ଲଗାଯାଉଛି। ଆସନ୍ତାକାଲି ମା ତାରା ତାରିଣୀଙ୍କ ହେବାକୁ ଥିବା ଚୈତ୍ର ମେଳା କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ମା ଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ ବର୍ତ୍ତମାନ କେହି ବି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତାହା ଛଡା ଜିଲ୍ଲାରେ ଆସନ୍ତା କାଲି ଠାରୁ ଡୋର ଟୁ ଡୋର ସ୍କ୍ରିନିଂ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ସରିଛି। ଟିମ୍ ମଧ୍ୟ ଗଠନ ହୋଇସାରିଛି। ଏହି ଟିମ୍ ସ୍ଵତନ୍ତ୍ର ଭାବେ ଲକ୍ଷଣ, ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଲିଖିତ ଭାବେ ତଥ୍ୟ ରଖିବେ ଏବଂ ଟିକାକରଣ ର ମଧ୍ୟ ତଥ୍ୟ ରଖିବେ। କୁମ୍ଭ ମେଳାରୁ ଫେରୁଥିବା ଲୋକେ ନିଜ ନିଜ ଘରେ ହୋମ ଆଇସୋଲେସନ ରେ ରହିବେ । ଜିଲ୍ଲାର ସମସ୍ତ ଯାତ୍ରାକୁ ବନ୍ଦ ରଖାଯିବ। କୈଣସି ଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here