କୁକୁଡାଖଣ୍ଡି,୧୯/୦୪/୨୦୨୧ : ସଦର ଇଲାକାରେ ଦୀର୍ଘ ଦିନ ଧରି ଚୋରି ମାମଲା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏକ ୬ ଜଣିଆ ଏରଗୋଲା ଚୋରଙ୍କୁ ସଦର ପୋଲିସ କାବୁ କରିବାରେ ସକ୍ଷମ ହୋଇଛି।ଏହି ଏରଗୋଲା ଚୋର ମାନେ ଦୀର୍ଘ ଦିନ ଧରି ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଏମାନଙ୍କୁ ଧରିବା ପାଇଁ ସଦରଥାନା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ଉ ଜାରି ରହିଥିଲା।ତେବେ ଏହି ଚୋର ଦଳ ନିମଖଣ୍ଡି,ପାଣ୍ଡିଆଝୋଳି,ବେନ୍ଧାଳିଆ,ବି.ଜଗନ୍ନାଥ ପୁର,କୁକୁଡାଖଣ୍ଡି, ଗୋଳନ୍ତରା ଥାନା ଅନ୍ତର୍ଗତ ଶାସନପଦର,ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ କାଳୀ ମନ୍ଦିର ଚୋରି କରି ଫେରାର ହେବାରେ ସକ୍ଷମ ହୋଇଥିଲେ।ତେବେ ଏହି ଚୋରି ଘଟଣାରେ ସଦର ପୋଲିସ ୬ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ସହ ନଗଦ ଟଙ୍କା ଓ ସୁନା ଜବତ କରାଯାଇଥିବା ବ୍ରହ୍ମପୁର ସଦର ଏସଡ଼ିପିଓ ଜୟନ୍ତ ମହାପାତ୍ର ଏକ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି।ଏହି ଏରୋଗୋଲା ମାନଙ୍କ ମଧ୍ୟରେ ଚମାଖଣ୍ଡିଥାନା ଅନ୍ତର୍ଗତ ନରଢିହ ଗ୍ରାମର କେ. ମିଥୁନ ପାତ୍ର(୨୮), ଟାଙ୍ଗଣାପଲ୍ଲୀ ଅଞ୍ଚଳର ସୁଦାମ(୧୯) କେ.ଟୁଙ୍ଗୁରୁ(୨୦)କେ.ସନା(୨୩),କେ. ତୋଫାନ(୨୦)କେ.କାହ୍ନl (୧୯) ସମସ୍ତ ଏରଗୁଲା ସମ୍ପ୍ରଦାୟଲୋକ ଅଟନ୍ତି।ସେମାନଙ୍କ କାର୍ଯ୍ୟ କେବଳ ଚୋରି ଡକାୟତି କରି ନିଜ ପରିବାର ପୋଷଣ କରିବା। ସେମାନେ ମିଳିତଭାବେ ଏକ ଗୋଷ୍ଠୀ ହୋଇ ବିଭିନ୍ନଅଞ୍ଚଳ ବୁଲି ଦିନରେ ଟାର୍ଗେଟ କରିବା ପରେ ରାତ୍ର ସମୟରେ ଘରେ ପଶି ସର୍ଚ୍ଚଅପେରସନ କରି ଡକାୟତି କରୁଥିବା ନେଇ ସଦର ଏସଡିପିଓ ଜୟନ୍ତ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି।ତେବେ ଏମାନଙ୍କ ଠାରୁ ନଗଦ ୧ଲକ୍ଷ ୪୧ହଜାର ଏବଂ ସୁନା ୯୮.୭୪୦ ମିଲି ଗ୍ରାମ,୧୯.୮୦୦ମିଲି ଗ୍ରାମର ରୁପା ସହ ୨ଟି ରୁପା କଏନ୍ ଜବତ କରିବା ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ।ଏମାନଙ୍କୁ ରବିବାର ସନ୍ଧ୍ୟାରେ ଗିରଫ କରିବା ସହ ସଦର ଥାନା କେଶ ନମ୍ବର ୬୫/୨୧,୭୦/୨୧,୭୫/୨୧,୧୦୪/୨୧,୧୧୩/୨୧ ରେ ମାମଲା ରୁଜୁ କରିଥିବା ବେଳେ ଗୋଳନ୍ଥରା ଥାନା ୩୩୯/୨୧ ମାମଲା ରୁଜ୍ଜୁ କରାଯାଇଛି।ସେହିଭଳି ଗୋପାଳପୁର ଥାନା ୫/୨୧ ରେ ମାମଲା ରୁଜୁ କରି ସୋମବାର କୋର୍ଟ ଚାଲାଣ କରାଯାଇଛି lତେବେ ଏହି ଏରୋଗଲା ମାନଙ୍କ ଠାରୁ ଛତ୍ରପୁର ଅଞ୍ଚଳର ଚନ୍ଦ୍ରଶେଖର ସାହୁ(ବାବୁଲା)ଏବଂ ନରେନ୍ଦ୍ରପୁର ଅଞ୍ଚଳର ଡି. ଲକ୍ଷ୍ମୀ ନାରାୟଣ ଆଚାରି ଚୋରି ସୁନା କିଣିଥିବା ଅଭିଯୋଗରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏରଗୋଲା ଚୋର ଦଳକୁ ଧରିବା ପାଇଁ ସଦର ଥାନା ଏସଆଇ ଜ୍ୟୋତି ରଞ୍ଜନ ବେହେରା ଓ ତାଙ୍କ ପୋଲିସ ଟିମ୍ ସହଯୋଗ କରିଥିଲେ।