ବୁଗୁଡ଼ାରେ ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା

0
222

ବୁଗୁଡା, ୨୦/୦୪/୨୦୨୧: ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ସହରର ବ୍ଲକ ଛକରେ ମା ମହାମାୟୀ ଜେନେରାଲ ଷ୍ଟୋରର ମାଲିକ ପିତାମ୍ବର ସାହୁ (୨୮) ଗତ ରାତ୍ରରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲପଡ଼ା ଗ୍ରାମର ସୁଧାକର ସାହୁ ଓ ପିତାମ୍ବର ସାହୁ ଦୁଇ ଭାଇ ବୁଗୁଡାର ବ୍ଲକ ଛକ ନିକଟରେ ମା ମହାମାୟୀ ଜେନେରାଲ ଷ୍ଟୋର ନାମରେ ଷ୍ଟେସନାରୀ ଦୋକାନ କରି ବ୍ୟବସାୟ କରିଆସୁଥିଲେ। ଗତକାଲି ସୁଧାକର ସାହୁ ତାଙ୍କ ଭଉଣୀ ଘର ରାଉତିକୁ ଯାଇଥିବା ବେଳେ ରାତ୍ରରେ ପିତାମ୍ବର ଏକାକୀ ଥିଲେ। ରାତ୍ରରେ ଛାତରେ ଥିବା ହୁକରେ ଦୋକାନରେ ବ୍ୟବହାର ପାଇଁ ଥିବା ଷ୍ଟିଲ ନିଶୁଣୀରେ ଚଢି କୁଅ ଦଉଡି ବାନ୍ଧି ପିତାମ୍ବର ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏପ୍ରିଲ ୨୦ ତାରିଖ ସକାଳେ କେତକ ଗ୍ରାହକ ଆସି ଦୋକାନ ବନ୍ଦ ଥିବା ଦେଖି ସୁଧାକରଙ୍କୁ ଫୋନ କରିଥିଲେ। ସୁଧାକର ରାଉତିରୁ ଭାଇ ପିତାମ୍ବର ଙ୍କୁ ବାରମ୍ବାର ଫୋନ କଲେମଧ୍ୟ ଉତ୍ତର ନଆସିବାରୁ ସେ ବୁଗୁଡା ଆସି ବହାରପଟୁ ଡାକିଥିଲେ ମଧ୍ୟ ଶୁଣିନଥିଲେ। ଭାଇ ସୁଧାକର ବାରିପଟେ ଯାଇ ଭାଇ ଆତ୍ମହତ୍ୟା କରିଥିବା ଦେଖିଲା ପରେ ପୋଲିସକୁ ଖବର ଦେଇଥିଲେ। ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସବ-ଇନ୍ସପେକ୍ଟର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ପିତାମ୍ବର ସାହୁଙ୍କୁ ମେଡ଼ିକାଲକୁ ନେଇଥିଲେ। ଡାକ୍ତର ମୃତ୍ୟୁ ଘୋଷଣା କଲାପରେ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here