ଭୂବନେଶ୍ୱର,୨୫/୦୪/୨୦୨୧:ଓଡିଶାରେ ସମସ୍ତଙ୍କୁ ମାଗଣାରେ କୋଭିଡ୍ ଟିକା ମିଳିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଁ ହାତ ଯୋଡ ଆପଣଙ୍କୁ ଅନୁରୋଧ କରୁଛି ଯେ କୋଭିଡ୍ କଟକଣା ପାଳନ କରନ୍ତୁ, ମୁଁ ଲକ୍ଡାଉନ୍ ସଟ୍ଡାଉନ୍ ଚାହୁଁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କୋଭିଡ୍ କଟକଣାକୁ ପାଳନ କରିବା ପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟ ରାଜ୍ୟମାନଙ୍କରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ ରାଜ୍ୟବାସୀ କଟକଣା ମାନିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଓଡିଶା ଅନେକ ରାଜ୍ୟମାନଙ୍କୁ ଅକ୍ସିଜେନ୍ ଯୋଗାଇ ଦେଉଥିବା କଥା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଓଡ଼ିଶାରେ ଏବେ ସାଢେ ୪୬ ଲକ୍ଷ ଲୋକ ଟିକା ନେଇ ସାରିଲେଣି । ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶାରେ ଏବେ ୧୮ରୁ-୪୫ ବର୍ଷ ବୟସର ୪୦ ପ୍ରତିଶତ ଲୋକ ।ଅର୍ଥାତ ୧ କୋଟି ୮୦ ଲୋକ ଏହି ବର୍ଗର ରହିଛନ୍ତି । ରାଜ୍ୟ ସରକାର ଯଦି ଏହି ବର୍ଗର ଲୋକଙ୍କୁ ମାଗଣାରେ ଟିକା ଦେବେ ରାଜକୋଷରୁ ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।ଏପଟେ ମେ’ ପହିଲାରୁ ଘରୋଇ ହସ୍ପିଟାଲକୁ ଆଉ ମାଗଣାରେ ଟିକା ଦିଆଯିବନି । ଘରୋଇ ହସ୍ପିଟାଲ ସିଧାସଳଖ ଉତ୍ପାଦନକାରୀଠୁ ଟିକା କିଣିପାରିବେ । ଘରୋଇ ହସ୍ପିଟାଲରେ କିନ୍ତୁ ମାଗଣା ଟିକାଦାନ ବନ୍ଦ ହୋଇଯିବ । ଟିକାଦାନ ପାଇଁ ଏବେ କେନ୍ଦ୍ର ସରକାର ମାଗଣାରେ ଟିକା ଦେଉଥିବା ବେଳେ ଘରୋଇ ହସ୍ପିଟାଲ ଟିକାଦେବା ଖର୍ଚ୍ଚ ବାବାଦରେ ଅଢେଇ ଶହ (୨୫୦ ଟଙ୍କା) ନେଉଛନ୍ତି । ମେ’ ପହିଲାରୁ ଘରୋଇ ହସ୍ପିଟାଲକୁ ଆଉ ଟିକା ନଦେବାକୁ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛି ।