ଉତ୍କଳ ସମ୍ମିଳନୀ ତରଫରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ତମ ପୂଣ୍ୟ ଜୟନ୍ତୀ ପାଳିତ।

0
201

ବ୍ରହ୍ମପୁର, ୨୬/୦୪/୨୦୨୧: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ପ୍ରମୁଖ ବିନ୍ଧାଣି ନବ ଉତ୍କଳ ନିର୍ମାତା ରାଜ୍ୟ ର ପ୍ରଥମ ପ୍ରଧାନମନ୍ତ୍ରୀ ଲୋକପ୍ରିୟ ଜନନାୟକ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ତମ ପୂଣ୍ୟ ଜୟନ୍ତୀ ଅବସରରେ ମହାମାରୀ କରୋନା କଟକଣାକୁ ଦୃଷ୍ଟି ରେ କରି ସଭାପତି ଡ଼ ସୁବ୍ରତ କୁମାର ସାହୁ ଙ୍କ ନେତୃତ୍ବରେ ଏବଂ ପ୍ରମୁଖ କର୍ମକର୍ତ୍ତାଙ୍କ ଦ୍ବାରା ସକାଳ ୮ଘ.ସମୟରେ ବ୍ରହ୍ମପୁର ଗିରି ମାର୍କେଟ ଛକସ୍ଥିତ ମହାରାଜା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଏବଂ କରୋନା ସଂକ୍ରମଣ ଅଧିକ ହେଉଥିବା ଯୋଗୁଁ ଅପରାହ୍ନ ରେ ପ୍ରତ୍ୟକ୍ଷ ଭାବେ ସଭା ଆୟୋଜନ କରାନଯାଇ ଭିଡିଓ କାଲିଂ ଜରିଆରେ “ସ଼୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ଭୂମିକା” ସମ୍ପର୍କରେ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀର ସଭାପତି ଡ଼ ସୁବ୍ରତ କୁମାର ସାହୁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଭାର୍ଚ୍ୟୁଆଲ୍ ଆଲୋଚନା ସଭାରେ ଉପଦେଷ୍ଟା ମନ୍ମଥ ପାଢୀ ଓ ଡାକ୍ତର ବୃନ୍ଦାବନ ଚନ୍ଦ୍ର ପାଢ଼ୀ ଏବଂ ଆଲୋଚକ ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ବନମାଳୀ ପାଣିଗ୍ରାହୀ ଓ ଉପସଭାପତି ଡାକ୍ତର ନକୁଳ ସାହୁ ଅଂଶଗ୍ରହଣ କରିଥିଲେ। ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସଭାରେ ସମ୍ମିଳନୀ ର ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ
ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ମହାରାଜାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏବଂ ଅନୁଷ୍ଠାନ ର କାର୍ଯ୍ୟକାରିଣୀ ବରିଷ୍ଠ ସଦସ୍ୟା ତଥା ପୂର୍ବତନ
ଯୁଗ୍ମ ସମ୍ପାଦକ ସ୍ବର୍ଗତ ଡାକ୍ତର ଚନ୍ଦ୍ରମଣି ସ୍ବାଇଁ ଙ୍କ ଧର୍ମପତ୍ନୀ କାବୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସ୍ବାଇଁ ଙ୍କ ଦେହାନ୍ତ ଏବଂ କରୋନା ସଂକ୍ରମଣ ରେ ପ୍ରାଣ ହରାଉଥିବା ଲୋକମାନଙ୍କ ଉଦେଶ୍ୟ ରେ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା।
“ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ଭୂମିକା” ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଉତ୍କଳ ଜନନୀ ଙ୍କ ବରେଣ୍ୟ ବରପୁତ୍ର କୁଳବୃଦ୍ଧ ମଧୁସୂଦନ ଦାସ ଙ୍କ ସ୍ବତନ୍ତ୍ର ଉତ୍କଳ ଗଠନର ସ୍ବପ୍ନକୁ ସାକାର କରିବାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ହିଁ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ବ୍ରିଟିଶ୍ ପାର୍ଲ୍ୟାମେଣ୍ଟର “ଗୋଲ ଟେବୁଲ ବୈଠକ”ରେ ତିନି ତିନି ଥର ଅଂଶଗ୍ରହଣ କରି ଉତ୍କଳୀୟ ବା ଓଡ଼ିଆ ମାନଙ୍କ ପାଇଁ ‘ସ଼୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟର ଆବଶ୍ୟକତା ଉପରେ ସମୁଚିତ ତଥ୍ୟ ଉପସ୍ଥାପନ କରିଥିଲେ। ଏବଂ
ତତ୍କାଳୀନ ସମୟରେ ନିଜ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଅକାତରେ ଖର୍ଚ୍ଚ କରି ଲଣ୍ଡନ ଯାତ୍ରା କରିଥିଲେ। ମହାରାଜା କୃଷ୍ଣଚନ୍ଦ୍ର ଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ୧୯୩୬ ଏପ୍ରିଲ ପହିଲା ରେ ଓଡ଼ିଆ ମାନଙ୍କ ଦୀର୍ଘ ଦିନ ର ସ୍ବପ୍ନ ସାକାର ହେଲା।ତଥାପି ଲକ୍ଷ ଲକ୍ଷ ଓଡ଼ିଆ ଅଧ୍ୟୁଷିତ ଅଂଚଳ ରାଜନୈତିକ ଅଭିସନ୍ଧି ର ଶିକାର ହୋଇ ଓଡ଼ିଶା ବାହାରେ ରହିଯାଇଛି। ସେଠାକାର ଓଡ଼ିଆ ଭାଇ ଭଉଣୀ ଓଡ଼ିଆ ଭାଷା ସାହିତ୍ୟ ପରଂପରା ଓ ସଂସ୍କୃତି କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେଲେ ଏବଂ ତାଙ୍କ ନେତୃତ୍ବରେ ମନ୍ତ୍ରୀ ମଣ୍ଡଳ ଗଠନ କରାଯାଇ ବହୁ ଲୋକହିତକର ପଦକ୍ଷେପ ଗ୍ରହଣ କରିଥିଲେ।ତତ୍କାଳୀନ ସମୟରେ ବିଶ୍ଵର ବିଶିଷ୍ଟ ଧାନ ଗବେଷଣା ଓଡ଼ିଶାରେ କେନ୍ଦ୍ର ସ୍ଥାପନ ସହ ଉତ୍କଳ ବିଶ୍ୱବିଦ୍ୟାଳୟ କଟକ ଓ ବ୍ରହ୍ମପୁର ଠାରେ ମେଡିକାଲ କଲେଜ ସ୍ଥାପନ ସହ ବହୁ ଜନହିତକର ଯୋଜନା କରିଥିଲେ। ତାଙ୍କର ଅବିସ୍ମରଣୀୟ ଅବଦାନ ପାଇଁ ଓଡ଼ିଶା ତଥା ଓଡ଼ିଆ ଜାତିର ସେ ସର୍ବଦା ବନ୍ଦନୀୟ ହୋଇ ରହିବେ ବୋଲି ଏହି ଅବସରରେ ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସମ୍ମିଳନୀ ର କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ ଙ୍କ ସମେତ ସର୍ବଶ୍ରୀ ଅଶୋକ କୁମାର ସାହୁ, ନବୀନ କୁମାର ପଟ୍ଟନାୟକ,ସୀମାଞ୍ଚଳ ପ୍ରସାଦ ବିଷୋୟୀ,ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଢ଼ୀ ଶ୍ରୀମତୀ ପଦ୍ମିନୀ ମିଶ୍ର,ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର, ଡାକ୍ତର ସମରେନ୍ଦ୍ର କୁମାର ସାହୁ, ରାଜକିଶୋର ସ୍ବାଇଁ, ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର, ହାଡିବନ୍ଧୁ ମାଳି, ବିଜୟ ଚନ୍ଦ୍ର ନନ୍ଦ, ଶ୍ରୀମତୀ ପ୍ରେମ ଶିଳା ନନ୍ଦ, ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ଦୀନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here