ବ୍ରହ୍ମପୁର,୨୬/୦୪/୨୦୨୧:ସଂପ୍ରତି କରୋନା ଲହୋର ପ୍ରକୋପ ଭୟାବହ ହେଉଥିବା ବେଳେ ବିଭିନ୍ନ ଅନୁଷ୍ଠାନ ମାନେ ଜନସଚେନତା କାର୍ଯ୍ୟକ୍ରମ ହାତକୁ ନେବା ସହ ମାସ୍କ ବଣ୍ଟନ କରିଛନ୍ତି। ଜିଲ୍ଲା ର ଅଗ୍ରଣୀ ଶ୍ରମିକ କଲ୍ୟାଣ ଅନୁଷ୍ଠାନ ଗଞ୍ଜାମ ପ୍ଲମ୍ୱର ଓ୍ବାର୍କମେନସ ଏସୋସିଏସନ୍ ତରଫରୁ ଆଜି ଗେଟବଜାର ଛକ ନିକଟରେ ଶ୍ରମିକ, ମୁଲିଆ ଓ ଯାତାୟତ କରୁଥିବା ଜନସାଧାରଣ ଙ୍କୁ ସଚେତନତା କରିବା ସହ ମାକ୍ସ ବିନାମୂଲ୍ୟରେ ବଣ୍ଟନ କରିଛନ୍ତି।ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, ଉପଦେଷ୍ଠା ଶ୍ରୀ ପ୍ରମୋଦ କୁମାର ସାହୁ ଙ୍କ ସମେତ ବିକ୍ରମ ସାହୁ, ଲକ୍ଷ୍ମୀ ପ୍ରଧାନ, ଏ. କୃଷ୍ଣ ମୂର୍ତ୍ତି, ବି. ଅର୍ଜୁନ ପାତ୍ର, ସନ୍ତୋଷ ସେଠୀ, ରବୀନ୍ଦ୍ର ପାତ୍ର, ଧୋବା ସାହୁ, ପ୍ରକାଶଚନ୍ଦ୍ର ସାହୁ, ମହେନ୍ଦ୍ର ଗୌଡ ପ୍ରମୁଖ ଅଂଶ ଗ୍ରଣ କରିଥିଲେ ।