ଶେରଗଡ,୧୪/୦୫/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି)ଗତ ବୁଧବାର ଦିନ ଅପରାହ୍ନ ରେ ଓଡ଼ିଶାର ଅଗ୍ରଣୀ ସାହିତ୍ୟାନୁଷ୍ଠା ଚନ୍ଦ୍ରିକା ସହିତ୍ୟ ଏକାଡେମୀ ଆନୁକୂଲ୍ୟରେ ସ୍ବର୍ଗତ ପଦ୍ମଶ୍ରୀ ମନୋଜ ଦାସଙ୍କ ଉଦେଶ୍ୟରେ ଅନଲାଇନ ମାଧ୍ୟ୍ୟମରେ ରାଜ୍ୟର ଶତାଧିକ ସାହିତ୍ୟିକ ମାନଙ୍କୁ ନେଇ ସ୍ମୃତିସଭା ତଥା ଆଲୋଚନାଚକ୍ରଅନୁଷ୍ଠିତ ହୋଇଥିଲା l ଉକ୍ତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଇଂ. ବିଚିତ୍ରାନନ୍ଦ ମୁନୀ ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଅତିଥି ଡ଼ଃ. ଦେବାଶିଷ ପାତ୍ର, ମୁଖ୍ୟ ବକ୍ତା ଡ଼ଃ ନେତାଜୀ ଅଭିନନ୍ଦନ, ସଂମ୍ମାନିତ ଅତିଥି ଡ଼ଃ. ଲଷ୍ମୀପ୍ରିୟା ବେହେରା ଓ ଡ଼ଃଗୋପୀନାଥ ଦାସ ମନୋଜ ଦାସ ସହିତ୍ୟ ଦର୍ଶନ ଉପରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରି ସ୍ରୋତାମାନଙ୍କ ମନକୁ କିଣିନେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଚନ୍ଦ୍ରିକାର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଅଜିତ କୁମାର ମୁନୀ ସ୍ୱାଗତ ଭାଷଣ ଦେଇଥିଥିଲେ, ଶ୍ରୀ ପ୍ରଭାକର ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ,ଅନୁଷ୍ଠାନ ତରଫରୁ ସହ ସମ୍ପାଦିକା ଚିତ୍ରା ପାତ୍ର ଏବଂ ଡ଼ଃ. ସଞ୍ଜୟ ଷଡ଼ଙ୍ଗୀ ନିଜ ନିଜ ଅଭିଭାଷଣ ପ୍ରଦାନ କରିବା ସହିତ ଅତିଥି ମାନଙ୍କ ବକ୍ତବ୍ୟ ପର୍ବର ସାର ତତ୍ତ୍ୱକୁ ଆଇନଜୀବି ବିମ୍ବାଧର ଷଡ଼ଙ୍ଗୀ ଉପସ୍ଥାପନା କରିବା ସହିତ ଡ଼ଃ. ପ୍ରଦୀପ୍ତ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଡ଼ଃ. ପ୍ରଣବ ପାଟ୍ଟଯୋଶୀ ଯାନ୍ତ୍ରିକ ପରିଚାଳନାକୁ ସମ୍ପାଦନ କରିଥିଲେ l