ବ୍ରହ୍ମପୁର,୧୪/୦୫/୨୦୨୧:ଆଜି ପୂର୍ବାହ୍ନ ସମୟରେ ଲୋଚାପଡା ରୋଡ ଧୋବା ନାଳ
ନିକଟରେ ରହୁଥିବା କଂଗ୍ରେସ ସଭାନେତ୍ରୀ ସ୍ୱରୂପା ତ୍ରିପାଠୀଙ୍କ ଘର ବଗିଚାରେ ଏକ ନାଗ ସାପ ଥିବା ଦେଖି ପ୍ରଥମେ ସେ ସାପ ଧରୁଥିବା ଜଗା କୁ ଡାକିଥିଲେ। ଜଗା ସାପ କୁ ଧରିବାକୁ ଚେଷ୍ଟା କରି ବିଫଳ ହୋଇ ସେହି ଅଂଚଳର ପଶୁପ୍ରେମୀ ଭାବେ ପରିଚିତ ସାମ୍ବାଦିକ କୁନା ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ। କୁନା ମିଶ୍ର ସଙ୍ଗେ ସଙ୍ଗେ ଆସି କୌଶଳ କ୍ରମେ ସାପଟିକୁ କାବୁ କରି ନିକଟରେ ଥିବା ଖୋଲା ଜାଗା ଜଙ୍ଗଲରେ ଛାଡି ଦେଇଥିଲେ।ସେ ଅନେକ ସମୟରେ ବହୁ ଜୀବ ଜନ୍ତୁ ମାନଙ୍କୁ ଉଦ୍ଧାର କରି ନିଜେ ଆନନ୍ଦ ପାଇଥାନ୍ତି।