ସାନଖେମୁଣ୍ଡି କୋଭିଡ ନିୟମର ଖୋଲାଖୋଲି ଉଲଘଂନ । ଉସ୍ତାରେ ବାହାଘର ଭୋଜି ଉପରେ ପ୍ରଶାସନିକ ଚଢ଼ାଉ କରି ଲୁଚାଇ ରଖିଥିବା ସମସ୍ତ ଖାଦ୍ୟକୁ ନିସହାୟଙ୍କୁ ବଣ୍ଟନ କଲା ପ୍ରଶାସନ

0
326

 

ବ୍ରହ୍ମପୁର,୧୫/୦୫/୨୦୨୧ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତର ଓସ୍ତା ଜଗନ୍ନାଥପୁର ଗ୍ରାମରେ ଚାଲିଥିବା ବିବାହ ଭୋଜି ଉପରେ ଶୁକ୍ରବାର ସ୍ଥାନୀୟ ପୋଲିସ ଏନଫୋର୍ଷମେଣ୍ଟ  ସ୍କୁଆର୍ଡ଼ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ସମସ୍ତ ଭୋଜି ଖାଦ୍ୟ ସାମଗ୍ରୀ ଜବତ କରାଯିବା ସହ ଭୋଜି ଆୟୋଜକଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରା ଯାଇଛି। ସମଗ୍ର ଦେଶ ତଥା ରାଜ୍ୟବାସୀ ମହାମାରୀ କରୋନା ଭୟାବହତାକୁ ନେଇ ଆତଙ୍କିତ ଅବାସ୍ଥାରେ ଗତି କରୁଛନ୍ତି । ଯାହାକୁ ନେଇ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ଭଳି କଟକଣା ଜାରି କରିଛନ୍ତି ।ଏହି ପରିପ୍ରେକ୍ଷୀରେ ସରକାରଙ୍କ କୋଭିଡ ଗାଇଡ ନିୟମ ଅନୁସାରେ ଜିଲ୍ଲା ପ୍ରଶାସନ ସମସ୍ତ ଧାର୍ମିକ ଅନୁଷ୍ଠାନ , ଭୋଜିଭାତ , ସଭାସମିତି ଉପରେ ଅଙ୍କୁଶ ଲଗାଇଥିବା ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ କୋଭିଡ ଗାଇଡ ନିୟମ ଅନୁସାରେ ବାହାଘର ଭୋଜି ନିମନ୍ତେ ୫୦ ଜଣକୁ ଅନୁମତି ମିଳିଥିବା ବେଳେ ଶୁକ୍ରବାର  ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଓସ୍ତା ଜଗନ୍ନାଥପୁର ଗ୍ରାମରେ ଶିବରାମ ପ୍ରଧାନଙ୍କ ବାହାଘର ଚାଲିଥିବା ବେଳେ ପରିବାର ଲୋକେ କୋଭିଡ କଟକଣା ନିୟମକୁ ସମ୍ପୂର୍ଣ୍ଣ ଭାବେ ଉଲଘଂନ କରି ୧ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ନିମନ୍ତେ ବିରାଟ ଧରଣର ଭୋଜିଭାତର ଆୟୋଜନ କରିଥିଲେ ।କିନ୍ତୁ ଏହି କୋଭିଡ ନିୟମ ଖିଲାଫକାରୀଙ୍କୁ ସାବାଡ କରିବା ପାଇଁ ପ୍ରଶାସନ ସଦାସର୍ବଦା ତତ୍ପର ଥିବା  ସାନଖେମୁଣ୍ଡି ତହସିଲଦାର ତଥା ଏକ ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଡ଼. ଶ୍ରୀନିବାସ ବେହେରା ଏବଂ ନବ ନିଯୁକ୍ତ ପାଟପୁର ଥାନା ଆଇ ଆଇ ସି ସବ୍ୟସାଚୀ ମଲ୍ଲ ଙ୍କ ସମେତ  ତହସିଲ ଓ ପୋଲିସ ବିଭାଗର ଏନ୍ ଫୋର୍ସ ମେଣ୍ଟ ସ୍କୁଆର୍ଡ  ଘଟଣାସ୍ଥଳରେ ଚଢ଼ାଉ କରି ଗାଁର ଏକ ଧାନ ଖଳା ରେ ଚାଲିଥିବା ଭୋଜିକୁ ବନ୍ଦ କରିବା ସହ ଆୟୋଜକ ଙ୍କ ଠାରୁ ୧୦ ହଜାର ଜରିମାନ ଆଦାୟ କରିଛନ୍ତି।  ଥାନା ଆଇ ଆଇ ସି ଙ୍କ  କହିବାନୁସାରେ , ଶିବରାମ ନିଜ ବାହାଘର ନିମନ୍ତେ ୫୦ ଜଣଙ୍କ ପାଇଁ ଭୋଜି କରିବାକୁ ଅନୁମତି ନେଇଥିଲେ ମଧ୍ୟ ଏହାକୁ ଅବମାନନା କରି ବିଶାଳ ସାଜସଜ୍ଜା ସହ ସଦୃଶ୍ୟ ସାମିଆନା (ଟେଣ୍ଟ) ମାରି ଏକ ବଡଧରଣର ଭୋଜିର ଆହୋଜନ କରିଥିଲେ । ଅତର୍କିତ ଚଢ଼ାଉର ଖବର ପରେ ନିରୁପାୟ ହୋଇ ସମସ୍ତ ରନ୍ଧା ଖାଦ୍ୟ ସାମଗ୍ରୀକୁ ଘର ନିକଟରେ ଥିବା ଖଳାର ପାଳଗଦାରେ ଲୁଚାଇଥିଲେ ।ପୋଲିସ୍ ଫୋର୍ସଙ୍କ ସହ ତହସିଲଦାର ଅତର୍କିତ ଚଢ଼ାଉକରି ସମସ୍ତ ଭୋଜି ଖାଦ୍ୟକୁ ଜବତ କରିବା ସହିତ ରନ୍ଧା ଖାଦ୍ୟକୁ ଟ୍ରାକ୍ଟରରେ ଗ୍ରମସାରା ବୁଲାଇ ନିସହାୟ ଭୋକିଲା ଲୋକଙ୍କୁ ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here