ଚିକିଟି,୧୬/୦୫/୨୦୨୧ :ଗଞ୍ଜାମ ଜିଲ୍ଲା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସନ୍ତୋଷପୁର ପୋଷ୍ଟ ମାଷ୍ଟରଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।ତେବେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପାତ୍ରପୁର ପ୍ରଶାସନ ସାହାଯ୍ୟର ହାତ ବଢାଇଛି । ସ୍ଥାନୀୟ ତହସିଲଦାରଙ୍କ ସମେତ ଜରଡା ଆଇଆଇସି ଅନ୍ତିମ ସତ୍କାର ପାଇଁ ବ୍ୟବହୃତ କାଠ ବୋହିଛନ୍ତି ।
ସୂଚନା ଅନୁସାରେ, ଶନିବାର ଅପରାହ୍ଣ ସମୟରେ ପାତ୍ରପୁର ମେଡ଼ିକାଲରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ସନ୍ତୋଷପୁର ପୋଷ୍ଟ ମାଷ୍ଟର ଟି.ପାର୍ବତୀ ଇସୁମ(୫୦)ଙ୍କ ଚିକିତ୍ସିତ ଅବସ୍ଥାରେ ମୃତୁ ହୋଇଥିଲା।ସେ ଦୀର୍ଘ ୫ ଦିନ ହେଲା ଘରେ ରହି ଅସୁସ୍ଥତା ଅନୁଭବ କରୁଥିଲେ। ହଠାତ ଶନିବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ପରେ ଅକ୍ସିଜେନର ସ୍ତର କମି ଯାଇଥିଲା ଓ ପରେ ମୃତୁ ହୋଇଥିଲା।
ଟି.ପାର୍ବତୀ ଙ୍କ ଦୁଇ ଝିଅ ଜଣେ ପୁଅ ନିଜ ବାପାଙ୍କ ମର ଶରୀର ନିଜ ଗାଁ ସନ୍ତୋଷପୁରକୁ ନେଇଥିଲେ।କିନ୍ତୁ ଗାଁ ର ନିଷ୍ପତ୍ତି ଆଗରେ ସେମାନେ ହାର ମାନିଥିଲେ।କୋରନା କଟକଣା ଲାଗି ଯଦି ଗାଁରେ କାହାର ବି ମୃତ୍ୟୁ ହୁଏ ତାହେଲେ ଗାଁ ମଶାଣିରେ ମୃତଦେହ ସତ୍କାର ହେବ।କିନ୍ତୁ ଯଦି ଗାଁ ଲୋକଟିର ବାହାରେ କେଉଠି ମୃତ୍ୟୁ ହୁଏ ତାହେଲେ ଗାଁ ମଧ୍ୟରେ ପ୍ରବେଶ ମନା। ଏହି କାରଣରୁ ଟି ପାର୍ବତୀଙ୍କ ପରିଜନଙ୍କୁ କେହି ଗାଁ ଲୋକେ ସହଯୋଗ କରିନଥିଲେ। ଫଳରେ ନିରୁପାୟ ହୋଇ ପରିବାର ପ୍ରଶାସନକୁ ଜଣାଇଥିଲେ।
ତୁରନ୍ତ ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ, ଜରଡ଼ା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଘଟଣାସ୍ଥଳରେ ପହଁଚିଥିଲେ। ତହସିଲଦାର ଓ ଆଇଆଇସି କିଛି କର୍ମଚାରୀଙ୍କୁ ଡାକି ଗାଁରୁ ମୃତଦେହ ସତ୍କାର ପାଇଁ କାଠ ବୋହି ନେଇ ମଶାଣିରେ ପହଁଚାଇଥିଲେ । ଏହାପରେ ଅନ୍ତିମ ସତ୍କାର ହୋଇଥିଲା । ଏହି ଘଟଣାକୁ ନେଇ ଦୁଇ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଜନସାଧାରଣ।