ବୁଗୁଡା,୨୩/୦୫/୨୦୨୧: ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦରର କମ୍ପ୍ୟୁଟର ସେଣ୍ଟର ମାଲିକ ତଥା ସଦାଶିବପୁର ଶାସନ ଗ୍ରାମର ଦିଲ୍ଲୀପ କୁମାର ପଣ୍ଡାଙ୍କ ଗତକାଲି ମଇ ୨୨ ତାରିଖ ଦିନ କୌଣସି ରୋଗଯୋଗୁଁ ଗୁରୁତର ହେବାରୁ ଭଞ୍ଜନଗର ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ପରୀକ୍ଷା କରିବାରେ ଅମ୍ଳଜାନ ସ୍ତର କମ୍ ଥିବା ଯୋଗୁଁ କୋଭିଡ଼ି ଟେଷ୍ଟ କରିଥିଲେ। କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ଅମ୍ଳଜାନ ଦିଆଯିବ ସ୍ୱତ୍ତେ ସ୍ୱାସ୍ଥ୍ୟର ଅଗ୍ରଗତି ନହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରି ଆମ୍ବୁଲାନ୍ସ ଯୋଗେ ଗଲାବେଳେ ମୃତ୍ୟୁ ବରଣ କରିଥିଲେ। ସ୍ବର୍ଗତ ଦିଲ୍ଲୀପ କୁମାର ପଣ୍ଡାଙ୍କ ମୃତ୍ୟୁକୁ କିଛି ଖବର କାଗଜରେ କୋଭିଡ ଜନିତ ମୃତ୍ୟୁ ସହ ଯୋଡିଥିବା ଯୋଗୁଁ ସ୍ବର୍ଗତ ପଣ୍ଡାଙ୍କ ସମ୍ପର୍କୀୟ ମାନେ ଦୃଢ଼ ପ୍ରତିବାଦ କରିଛନ୍ତି। କରୋନାର ଦ୍ଵିତୀୟ ଲହରରେ ଶ୍ରୀ ପଣ୍ଡା ପ୍ରାଣହରାଇଥିବା ଖବର ପ୍ରକାଶ ଯୋଗୁଁ ଗ୍ରାମର ଲୋକମାନେ ସ୍ବର୍ଗତ ପଣ୍ଡାଙ୍କ ପରିବାର ସହ ଭଲ ସଂପର୍କ ରଖୁନଥିବା ଯୋଗୁଁ ମାନସିକ ସ୍ତରରେ ଅଧିକ ଦୁର୍ବଳ ହୋଇପଡିଥିବା ସମ୍ପର୍କୀୟ ମାନେ ପ୍ରକାଶ କରିଛନ୍ତି। ସ୍ବର୍ଗତ ଦିଲ୍ଲୀପଙ୍କ ପରିବାର ଙ୍କ ଠାରୁ କୌଣସି ମତାମତ ନନେଇ କରୋନା ନେଗେଟିଭ ରିପୋର୍ଟ ଥିବା ବେଳେ କରୋନା ଦ୍ଵିତୀୟ ଲହରରେ ମୃତ୍ୟୁ ବରଣ କରିଥିବା ନେଇ ଖବର ପ୍ରକାଶ କରିଥିବାରୁ ଦୃଢ଼ ନିନ୍ଦା କରିଛନ୍ତି। ସ୍ବର୍ଗତ ଦିଲ୍ଲୀପ କୁମାର ପଣ୍ଡାଙ୍କ କୋଭିଡ ନେଗେଟିଭ ରିପୋର୍ଟ ପ୍ରମାଣ ପତ୍ରର ନକଲ ପ୍ରଦାନ କରିବା ସହ ସେ ସାଧାରଣ ରୋଗରେ ମୃତ୍ୟୁ ବରଣ କରିଥିବା କହିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା