ଦଳିତ ସାହିତ୍ୟକୁ ନେଇ ଜାତୀୟ ଆଲୋଚନା ଚକ୍ରରେ ବିଶିଷ୍ଟ ବକ୍ତାଙ୍କ ଆଭିମୁଖ୍ୟ । ଓଡ଼ିଶାରେ ଦଳିତ ସାହିତ୍ୟର ଗୋଷ୍ଠୀ ବିକାଶକୁ ନେଇ ହତୋତ୍ସାହିତ ବୁଦ୍ଧିଜୀବି – ବାସୁଦେବ ସୁନାନୀ ।

0
166

ବ୍ରହ୍ମପୁର,୨୪/୦୫/୨୦୨୧: ଘୁମୁସର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଭଞ୍ଜନଗର (ଘୁମୁସର)ଠାରେ ଗତକାଲି ଏକ ଗୁଗଲ୍ ମିଟ୍ ମାଧ୍ୟମ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ” ଭାରତୀୟ ସମାଜ ବ୍ୟବସ୍ଥା ଓ ଦଳିତ ସାହିତ୍ୟ” ଶୀର୍ଷକ ଏହି ଆଲୋଚନା ଚକ୍ରରେ ଜାତୀୟ ସ୍ତରର ବହୁ ସାହିତ୍ୟିକ , ରାଜନେତା , ଦଳିତ କବି ଓ ତୁଙ୍ଗ ବ୍ୟକ୍ତିତ୍ଵଙ୍କ ଗୁଗୁଲ୍ ଆପ ମିଟ୍ ରେ ଅଂଶଗ୍ରହଣ କରିଥିଲେ । ଡକ୍ଟର ପ୍ରଣବାନନ୍ଦ ପାଟ୍ଟଯୋଶୀଙ୍କ ସ୍ଵାଗତ ଅଭିଭାଷଣରେ ଆରମ୍ଭ ହୋଇଥିବା ଏହି ସମାରୋହରେ ସ୍ଥାନୀୟ ବରିଷ୍ଠ କଥାକାର ଓ କବି ତଥା ଆଇନଜୀବୀ ଶ୍ରୀ ସୋମନାଥ ନାୟକଙ୍କ ସଭାପତିତ୍ଵ କରିଥିଲେ । ସମ୍ମାନୀୟ ବକ୍ତା ଭାଵେ ପଶ୍ଚିମ ବଙ୍ଗର ବିଧାୟକ ଶ୍ରୀ ମନୋରଞ୍ଜନ ବ୍ୟାପାରୀ ପ୍ରମୁଖ ଦଳିତ ସାହିତ୍ୟିକ ହିସାବରେ ନିଜର ଜୀବନର ବିସ୍ଥାପନ ଦୁଃଖଗାଥାକୁ ବଖାଣି ଭାରତୀୟ ସମାଜ ବ୍ୟବସ୍ଥାରେ ଦଳିତଙ୍କ ସ୍ଥାନ ଓ ସଂସ୍କୃତି ସେମାନଙ୍କ ଅବଦାନ ସଂପର୍କରେ ଅବତାରଣା କହିଥିଲେ । ଦ୍ଵିତୀୟ ବକ୍ତାରୂପେ କଲିକତାର ଡଃ . ମହିତୋଷ ମଣ୍ଡଳ ଇଂରାଜୀ ଭାଷାରେ”ଭାରତୀୟ ଦଳିତ ସାହିତ୍ୟର ରୂପରେଖର ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କରିଥିଲେ । ତୃତୀୟ ବକ୍ତାରୂପେ ଅନୀତା ଭାରତୀ ନୂଆଦିଲ୍ଲୀ , ହିନ୍ଦୀରେ ନିଜ ଜୀବନ ତଥା ଦଳିତଙ୍କ ସାମାଜିକ ସ୍ଥିତି ଓ ତତ୍ ଜନିତ ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ଚତୁର୍ଥ ବକ୍ତା ଭାବରେ ଡଃ ବାସୁଦେବ ସୁନାନି , ସହ ନିର୍ଦ୍ଦେଶକ, ପଶୁ ଚିକିତ୍ସା ବିଭାଗ , ଭାରତ ସରକାର, ନୂଆଦିଲ୍ଲୀ ଓଡ଼ିଶାର ଅଗଣିତ ଶ୍ରୋତା ମାନଙ୍କ ପାଇଁ ନିଜ ଅଭିଭାଷଣକୁ ଓଡ଼ିଆରେ ରଖିଥିଲେ । ନିଜର ସ୍ବରଚିତ କବିତା ସଂକଳନରୁ “ଆସ ଲଙ୍ଗଳା ହେବା”ରୁ ଆରମ୍ଭକରି ଦଳିତ ସାହିତ୍ୟ ଓଡ଼ିଶାରେ ଦଳିତ ସାହିତ୍ୟର ଭିତ୍ତିଭୂମିକୁ ନେଇ ତାରିଫ୍ କରିବା ସହିତ ଏହାର ପ୍ରାଚୀନତା ଓ ପ୍ରାସଙ୍ଗିକତାକୁ ନେଇ ତର୍ଜମା କରିଥିଲେ । କ୍ରମାନ୍ୱୟ ବକ୍ତାଭାବେ ଅଧ୍ୟାପକ ଶ୍ରୀ ହେମନ୍ତ ଦଳପତି ନିଜର କବିତା ଆବୃତ୍ତିରୁ ଆରମ୍ଭକରି ପରେ ହିନ୍ଦୀରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅଖିଳ ନାୟକ , ପୀତାମ୍ବର ତରାଇ ଓ ବାସୁଦେବ ସୁନାନି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ରୁଦ୍ଧିମନ୍ତ କରିଥିଲେ । ସର୍ବଭାରତୀୟ ସ୍ତରରେ ଦଳିତ ସାହିତ୍ୟର ପରିଚୟ ଭିତ୍ତିରେ ଓଡ଼ିଶାର ନଗଣ୍ୟ ଭାବଧାରା ସମନ୍ଧରେ ଵକ୍ତାମାନଙ୍କ ଠାରୁ ମତ ପ୍ରକାଶ ପାଇଥିଲା । ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଶ୍ରୀ ପିତାମ୍ବର ତରେଇ ତାଙ୍କ ଦଳିତକବିତା ” ପ୍ରତିପକ୍ଷ ” ପାଠ କରିଥିଲେ ଓ ନିଜର ଅଭିମତ ରଖିଥିଲେ । ଏହି କ୍ରମରେ ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ ଦଳିତ ସାହିତ୍ୟରେ ଅଣଦଳିତ ଲେଖକଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଧର୍ମର ଦ୍ଵାହିଦେଇ ସାହିତ୍ୟର ବିଭାଜନକୁ ବିରୋଧ କରିବା ସହିତ ଓ ପ୍ରତ୍ୟେକଙ୍କ ଅବଦାନକୁ ହୃଦବୋଧ କରିବା ନେଇ ନିଜ ମତ ପୋଷଣ କରିଥିଲେ । ଆକାଶବାଣୀ ସମ୍ବଲପୁର ବେତାର କେନ୍ଦ୍ରର ମିସ୍ ମିତା ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଶେଷରେ ଶ୍ରୀ ଅମିୟ ରଞ୍ଜନ ଦାଶ ବିଭିନ୍ନ ଭାଷାରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରାନ୍ତରୁ ମୋଟ ୯୮ ଜଣଙ୍କ ସହ ଆସାମ , ଶ୍ରୀଲଙ୍କା , ରାଜସ୍ଥାନ , ଆନ୍ଧ୍ର , ତାମିଲନାଡୁ ଓ କର୍ଣ୍ଣାଟକ ଆଦିରୁ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here