ବୁଗୁଡା ,୨୪/୦୫/୨୦୨୧: ପୁଅଙ୍କ ମୃତ୍ୟୁର ୧୮ ଦିନରେ ମଇ ୨୪ ତାରିଖ ଦିନ ଚାଲିଗଲେ ମାଆ। ଗତ ମଇ ୬ ତାରିଖ ଦିନ ପୁଅ ପ୍ରବଣ ପ୍ରକାଶ ପ୍ରଧାନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ଆଜି ଅର୍ଥାତ ମଇ ୨୪ ତାରିଖ ଦିନ ସ୍ବର୍ଗତ ପ୍ରାଣବଙ୍କ ମାଆ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବୁଗୁଡା ଅରବିନ୍ଦନଗର ର ସୁଷମା କୁମାରୀ ପ୍ରଧାନ ଭୁବନେଶ୍ୱର କିମ୍ସ୍ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ସେହିପରି ମଇ ୨୨ ତାରିଖ ଦିନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବୁଦ୍ଧିପଲ୍ଲୀ ଗ୍ରାମର ଖଲି ଚରଣ ବିଷୋୟୀ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ସେହି ମଇ ୨୨ ତାରିଖ ଦିନ ଅବସରପ୍ରାପ୍ତ ବିଦ୍ୟାଳୟ ଉପ ନିରୀକ୍ଷକ ଲକ୍ଷ୍ମୀ ନାରାୟଣ ଦାଶ ୮୨ ବର୍ଷ ବୟସରେ ବୁଗୁଡା ମେଡ଼ିକାଲରେ ମୃତ୍ୟୁ ବରଣ କରିଥିଲେ। କୋଭିଡ ସନ୍ଦେହ କରି ପରିବାର ଲୋକେ ଶବ ଗ୍ରହଣ ନକରିବା ଯୋଗୁ ବୁଗୁଡା ଏନଏସି ପକ୍ଷରୁ ଶବ ଦାହ କରାଯାଇଥିଲା। ଏହି ତିନିଜଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ ଓ ଉପ ନିରୀକ୍ଷକଙ୍କ ବିୟୋଗ ରେ ବୁଗୁଡା ଅବସରପ୍ରାପ୍ତ ଶିକ୍ଷକ ଟ୍ରଷ୍ଟ ପକ୍ଷରୁ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆତ୍ମାର ସଦଗତି କାମନା କରାଯାଇଛି।
ରିପୋର୍ଟ:ଅନିଲ କୁମାର ମହାରଣା