ରାଜ୍ୟ ସରକାରଙ୍କ ମଦବେପାରୀଙ୍କ ଟିକସ ପ୍ରତ୍ୟାହାର ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ କଂଗ୍ରେସର ଘଣ୍ଟିକିଆ ଧାରଣା ସହ ଦାବିପତ୍ର ପ୍ରଦାନ ।

0
158

ବ୍ରହ୍ମପୁର,୨୪/୦୫/୨୦୨୧: କରୋନା କବଳିତ କରାଳ ସଂକ୍ରମଣରେ ଜନ ଜୀବନ ପ୍ରଭାବିତ ହେଉଥିବା ବେଳେ ଖଟିଖିଆ , ଦିନ ମଜୁରିଆ , ପ୍ରବାସୀ ଶ୍ରମିକଙ୍କ ସହ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କ ଉପରେ ଏହାର କୁ ପ୍ରଭାବ ପଡିଛି । କାମଧନ୍ଦା ନ ଥାଇ ବହୁ ପରିବାର ଭୋକିଲା ଥିବାବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା ଡାଲି , ତେଲ , ପରିବାଦର ଆଦି ଆକାଶଛୁଆଁ ହୋଇଅଛି । ଏହି ସ୍ଥିତିରେ ରାଜ୍ୟ ସରକାରଙ୍କ ମାସକୁ ପାଞ୍ଚ କେ ଜି ଟଙ୍କିକିଆ ଚାଉଳର ମହତ୍ୱ ରଖୁ ନ ଥିବା ବେଳେ ମହାମାରୀ ସଂକ୍ରମଣ କରୋନା ସମ୍ପ୍ରତି ପ୍ରଶାସନର ଉପୁରି ଆଦାୟ ପାଇଁ କରୁଣା ସାଜିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ଆଳରେ ଘରୋଇ ଜାଳେଣି ଗ୍ୟାସ , ପେଟ୍ରୋଲ ଓ ଡିଜେଲ୍ ଆଦି ଉପରେ ଅବାଞ୍ଛିତ ଭାଟ ଲଦି ସାଧାରଣଙ୍କୁ ଲୁତୁଛନ୍ତି ।ଅନ୍ୟ ପକ୍ଷରେ କରୋନା ପ୍ରାଦୁର୍ଭାବରେ ନିଜ ବେପାରକୁ ବହୁଗୁଣିତ କରି ଅଜସ୍ର ଅବୈଧ ଅର୍ଥ ଆଦାୟ କରିଥିବା ମଦ ବ୍ୟବସାୟୀଙ୍କ ଟିକସ ଛାଡ଼ ପାଇଁ କେବିନେଟ ମଞ୍ଜୁରୀ ନେଇ କଂଗ୍ରେସ ଦୃଢ଼ ବିରୋଧ କରିଅଛି । ସ୍କୁଲ୍ ପିଲାଙ୍କ ଫି ଛାଦକୁ ଧ୍ୟାନ ଦେଉନଥିବା ସରକାରଙ୍କ ମଦ ମାଫିଆ ପ୍ରୀତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇବା ଲକ୍ଷ୍ୟରେ ଜିଲ୍ଲା ସ୍ତରରେ ଏହାର ବିରୋଧ କାର୍ଯ୍ୟକ୍ରମ ଜାରି ରଖିଛି ।ଏହି ଅବସରରେ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଧେଶ ପ୍ରକାରେ ଗଞ୍ଜାମ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଛତ୍ରପୁର କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦପୂର୍ଣ୍ଣ ଏକ ଘଣ୍ଟିଆ ଧାରଣା କାର୍ଯ୍ୟକ୍ରମ ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଅଛି । କରୋନା ସଂକ୍ରମଣ ଜନିତ ପ୍ରତିଷେଧକ ବ୍ୟବସ୍ତା ମାସ୍କ ପିନ୍ଧି , ସାମାଜିକ ଦୂରତା ରକ୍ଷାକରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଛାତ୍ରନେତା ବିକାଶ ପଶୁପାଳକ , ଯୁବନେତା ଦେବାଶିଷ ମହାନ୍ତି , ବରୁଣ ସେଠୀ , ସରୋଜ କୁମାର ଦଳାଇ , ଶୁଭଙ୍କର ମାଳୀ ,ବାଘ ବିଶ୍ଵାଳ ପ୍ରମୁଖ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଣ୍ଟିଆ ଧାରଣା ଦେବା ସହିତ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ଏକ ଦାବିସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here