କୋଭିଡ୍ ଟିକା ପାଇଁ ଗ୍ଲୋବାଲ ଟେଣ୍ଡରକୁ ରଦ୍ଦ କଲେ ସରକାର

0
140

ଭୂବନେଶ୍ୱର,୨୩/୦୬/୨୦୨୧: ରାଜ୍ୟ ରେ ୧୮ରୁ ୪୪ବର୍ଷ ବୟସ୍କ ଙ୍କୁ ମାଗଣାରେ କୋଭିଡ୍ ଟିକାକରଣ କରାଇବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡର ଏବେ ବହୁ ଆଡ଼ମ୍ବରେ ଲଘୁ କ୍ରିୟା ସଦୃଶ ହୋଇଛି। ଏହି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ ସରକାର ଆଜି ସମ୍ପୂର୍ଣ୍ଣ ରଦ୍ଦ କରିଛନ୍ତି। ଜୁନ ୨୧ରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ସମଗ୍ର ଦେଶରେ ମାଗଣା ଟିକାକରଣ ଚାଲିଛି।ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ପକ୍ଷରୁ ଆଜି ଜାରି ନୋଟିସ୍ ଅନୁସାରେ କୋଭିଡ-୧୯ ଟିକା ପାଇଁ ମେ’ ୧୪ତାରିଖରେ ଆହ୍ୱାନ କରାଯାଇଥିବା ଗ୍ଲୋବାଲ ଟେଣ୍ଡରକୁ ରଦ୍ଦ କରାଗଲା। ତେବେ କେଉଁ କାରଣ ପାଇଁ ଏହା ରଦ୍ଦ କରାଗଲା ସେ ନେଇ ନୋଟିସରେ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ। ଏହି ଟେଣ୍ଡର ପ୍ରକ୍ରିୟାକୁ ନେଇ କେତେକ ଟେକନିକାଲ ସମସ୍ୟା ଥିବାରୁ ଏହା ବିଫଳ ହେବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଟେଣ୍ଡର ପ୍ରକ୍ରିୟା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଟିକା କିଣି ରାଜ୍ୟକୁ ଦେବାକୁ ଅନୁରୋଧ କରିଥିଲେ । ଏପରିକି ଟିକା କ୍ରୟ ବାବଦ ଅର୍ଥ ଦେବାକୁ ମଧ୍ୟ ଓଡ଼ିଶା ପ୍ରସ୍ତାବ ଦେଇଥିଲା।ଉଲ୍ଲେଖଯୋଗ୍ୟ, ମେ’ ୧୦ତାରିଖରେ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଆଧାରରେ ୩.୮୦କୋଟି ଡୋଜ୍ କୋଭିଡ୍ ଟିକା ଖୋଲା ବଜାରରୁ କିଣିବା ପାଇଁ ମେ’ ୧୪ତାରିଖରେ ଗ୍ଲୋବାଲ ଟେଣ୍ଡର ଡାକିଥିଲେ। ମେ’ ୧୯ରେ ଏହି ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ୍ ମିଟିଂ ହୋଇଥିବାବେଳେ ମେ’ ୨୧ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକରେ ଟିକା ଉତ୍ପାଦନକାରୀ କମ୍ପାନୀକୁ ଆକୃଷ୍ଟ ପାଇଁ ଏହି ଟେଣ୍ଡର ଦସ୍ତାବିଜରେ କେତେକ ସର୍ତ୍ତକୁ କୋହଳ କରାଯାଇଥିଲା। ଏହାପରେ ମେ’ ୨୮ତାରିଖରେ ଟେଣ୍ଡର ଦସ୍ତାବିଜ ଦାଖଲର ଶେଷଦିନ ଥିବାବେଳେ ଏହାକୁ ଜୁନ୍ ୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ଏହି ଟେଣ୍ଡର ଦସ୍ତାବିଜ ମେ’ ୯ତାରିଖରେ ଖୋଲିଥିଲା। ତେବେ ଏହି ଟେଣ୍ଡରରେ ୨ଟି କମ୍ପାନୀ ଅଂଶଗ୍ରହଣ କରିଥିବାବେଳେ ରାଜ୍ୟ ସରକାର କୋଭିଡ୍ ଟିକା ନିମନ୍ତେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇଥିଲେ। ରାଜ୍ୟ ସରକାର ବାରମ୍ବାର ଚିଠି ଲେଖି କେନ୍ଦ୍ର ଏହି ଟିକାକୁ କ୍ରୟ କରି ରାଜ୍ୟକୁ ଦେଉ ବୋଲି ପ୍ରସ୍ତାବ ଦେଇଥିଲେ।

LEAVE A REPLY

Please enter your comment!
Please enter your name here