ନରସିଂହଗଡ ସ୍ଵପ୍ନେଶ୍ୱର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

0
160

ବ୍ରହ୍ମପୁର,୨୪/୦୬/୨୦୨୧: ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଅନ୍ତର୍ଗତ ନରସିଂହଗଡ ଗ୍ରାମ ସ୍ୱପ୍ନେଶ୍ୱର କ୍ରିକେଟ କ୍ଲବ ପକ୍ଷରୁ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଅଛି । ଗ୍ରାମାଞ୍ଚଳର ଯୁବ କ୍ରିକେଟ ପ୍ରେମୀଙ୍କୁ ଉତ୍ସାହିତ କରିବା ସହିତ ଅଞ୍ଚଳରୁ ସ୍ଵତନ୍ତ୍ର କ୍ରିକେଟ ଖେଳାଳି ସୃଷ୍ଟି କରାଇବା ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ଗତକାଲି ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶମତେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ଚରଣ ପାତ୍ର ଶୁଭଉଦଘାଟନ କରିଥିଲେ । ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ରହି ଅଞ୍ଚଳ କ୍ରୀଡା କ୍ଷେତ୍ରର ବିକାଶକୁ ନେଇ ଯୁବ ନେତୃତ୍ବର ଆବଶ୍ୟକତାକୁ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ । ଗ୍ରାମାଞ୍ଚଳରେ କ୍ରୀଡା ଭିତ୍ତିଭୂମିର ବିକାଶ ନିମିତ୍ତ ସରକାରଙ୍କ ବହୁ ଫଳପ୍ରସୂ ଯୋଜନା ରହିଥିବା ସ୍ଥଳେ ସାନଖେମୁଣ୍ଡିରେ ପ୍ରଶାସନିକ ଉଦାସୀନତା ଏବଂ ରାଜନୈତିକ ଅସହିଷ୍ଟୁତା କାରଣରୁ ଯୋଜନା ବିପଥଗାମୀ ହେଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ କର୍ମୀ ତଥା ପୂର୍ବତନ ସରପଂଚ ସିମାଞ୍ଚଳ ଗୌଡ , ରାମଚନ୍ଦ୍ର ପ୍ରଧାନ , ବଳରାମ ସାହୁ , ଉମାଶଙ୍କର ପାଢ଼ୀ , ପରେଶ ପ୍ରଧାନ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ନରସିଂହଗଡ ଓ ଗଙ୍ଗାପୁର ଗ୍ରାମ ବୁଦ୍ଧିଜୀବୀ ଓ ଯୁବ କ୍ରିକେଟ୍ ପ୍ରେମୀଙ୍କ ସମାହାରରେ ଅନୁଷ୍ଠିତ ଏହି ଉଦଘାଟନୀ ମ୍ୟାଚ ସ୍ଥାନୀୟ ଗଙ୍ଗାପୁର ଓ ଯିଉରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଗଙ୍ଗାପୁର ଦଳ ବିଜୟୀ ହୋଇଥିଲା । ଟୁର୍ଣ୍ଣାମେଣ୍ଟକୁ ଶ୍ୱପ୍ନେଶ୍ୱର କ୍ରିକେଟ କ୍ଲବ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here