ରଙ୍ଗେଇଲୁଣ୍ଡା ବ୍ଲକ୍: ମନରେଗା ଯୋଜନାରେ ମହାଦୁର୍ନିତି

0
583

ବ୍ରହ୍ମପୁର,୨୯/୦୭/୨୦୨୧:
ମନରେଗା ଯୋଜନାରେ ମହାଦୁର୍ନିତି ଗୋଟିଏ ବନ୍ଧ ବା ପଖୋରୀ କୁ ଗତ ୩ ବର୍ଷ ମଧ୍ୟର ୩ ,୩ ବିଲ୍ ତାହା ପୁଣି କେତେବେଳେ “ଆମ ଗାଁ ଆମ ବିକାଶ” ରେ ତୋ ଆଉ କେତେବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ତୋ ଆଉ କେତେବେଳେ ଦଳ ସଫେଇ ନାଁ ରେ ପଞ୍ଚାୟତ ପାଣ୍ଠିରୁ ଖର୍ଚ୍ଚ କରାଯାଇ ବିଲ୍ କରଯାଇଛି। ଆମେ କହୁଛୁ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କୋଳାଥି ଗାଁ ଗ୍ରାମ ପଞ୍ଚାୟତ କୋଳଥି ଗାଁ ବଡବନ୍ଧ କଥା ଯେଉଁ ବନ୍ଧ ଉପରେ ଗ୍ରାମର ପ୍ରାୟ ୧୫୦୦ ରୁ ୨୦୦୦ ଲୋକ ନିର୍ଭର କରନ୍ତି । ଯାହାର ପୁନରୁଦ୍ଧାର ନାମରେ ଗତ ୨୦୧୭-୨୦୧୮ ମସିହାରେ ମନରେଗା ଯୋଜନା ୫ ଲକ୍ଷ ଓ ଆମ ଗାଁ ଆମ ବିକାଶ ଯୋଜନା ରେ ୭ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇ ୨୮.୦୫.୨୦୧୮ ରେ କାର୍ଯ୍ୟ ଆରମ୍ଭ କରାଯାଇ ୧୨.୦୬.୨୦୧୮ ଶେଷ କରାଯାଇଥିବା ସୂଚନା ଫଳକ ରେ ଲିପିବଦ୍ଧ ପ୍ରକାରେ ମାତ୍ର ୧୬ ଦିନରେ କାର୍ଯ୍ୟ ଶେଷ କରାଯାଇଥିବା ଦର୍ଶା ଯାଇଥିବା ବେଳେ ପଖୋରୀ ହିଡ କୁ ସୁରକ୍ଷା ଦେବା ନିମନ୍ତେ ପଖୋରୀ ଚାରିପଟେ ପଥର ପାଚେରୀ ନିର୍ମାଣ ନାଁ ରେ ମନରେଗା ଯୋଜନାରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଲ୍ କରାଯାଇ ୨୦୧୭-୨୦୧୮ ଆର୍ଥିକ ବର୍ଷରେ କାମ ସମ୍ପୂର୍ଣ୍ଣ କରାଯାଇଥିବା ଦର୍ଶାଯାଇଥିବା ବେଳେ ଏଭଳି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ର ୨ ମାସ ପରେ ଏହା ସମ୍ପୂର୍ଣ ପଚା ଦଳ ଭର୍ତି ହୋଇଯାଇଥିଲା ଗଲା ଫଳରେ ଗ୍ରାମବାସୀ ଙ୍କ ଅଭିଯୋଗ ପରେ ଦୈନିକ ଖବରକାଗଜ ସମ୍ବାଦ ରେ ଖବର ପ୍ରସାରଣ ହେବା ପରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ତତ୍ କାଳୀନ ବି.ଡି.ଓ କୁମାର୍ ନାଗ ଭୁଷଣ ପଞ୍ଚାୟତ ପାଣ୍ଠିରୁ ଖର୍ଚ୍ଚ କରି ତୁରନ୍ତ ଦଳ ସଫେଇ ନିମନ୍ତେ ସରପଞ୍ଚ ଙ୍କୁ ଆଦେଶ ଦେଇଥିଲେ। ଯାହା ଫଳରେ ଦଳ ସଫେଇ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଥିଲା । କିନ୍ତୁ ବର୍ତ୍ତମାନ ପୁର୍ନବାର ମନରେଗା ଯୋଜନା ରେ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଉକ୍ତ ବନ୍ଧର ଉନ୍ନତି ଏବଂ ଶକ୍ତିଶାଳୀ କରିବା ନାମରେ ଆସିଥିବା ଅର୍ଥରୁ ଶୁଖେଇ ମାଛ ଧରିବା ନିମନ୍ତେ ଖର୍ଚ୍ଚ ହୋଇଥିବା ପଞ୍ଚାୟତ କୁ ଭ୍ରମଣ ରେ ଆସିଥିବା ଅଡିଟର୍ ସମସ୍ତ କାର୍ଯ୍ୟର କେଶ୍ ରେକର୍ଡ ଯାଞ୍ଚ୍ କରିଥିବା ବେଳେ ମନରେଗା ଯୋଜନରେ ଏକ ଭିନ୍ନ ଧରଣର ଦୁର୍ନିତି ସାମ୍ନାକୁ ଆସିଥିଲା ଆଳୁ ଖୋଳୁ, ଖୋଳୁ ମହା ଦେବ ବାହାରିଲା ଭଳି ୨୩୦୦୦ ଟଙ୍କା ଆତ୍ମସାତ କରିବାର ଏକ ନୂତନ ଢ଼ଙ୍ଗର ଦୁର୍ନିତି ପଦାକୁ ଆସିଥିଲା। ଉକ୍ତ ବନ୍ଧକୁ ଲିଜ୍ ନେଇଥିବା ଲୀଜଧାରୀ ମାଛ ଧରିବା ନିମନ୍ତେ ବନ୍ଧକୁ ସୁଖେଇଥିବା ବାବଦକୁ ୨୩୦୦୦ ଟଙ୍କା ବିଲ୍ କରାଯାଇ ବନ୍ଧ ଳିଜ୍ ଧାରୀ ଙ୍କ ନିଜ ଲୋକ ଙ୍କ ନାମରେ ଥିବା ବ୍ୟାଙ୍କ୍ ଖାତା କୁ ପଇସା ଛାଡ଼ି ଅର୍ଥ ଆତ୍ମସାତ କରିଥିବାର କେଶ୍ ରେକର୍ଡ ଯାଞ୍ଚ୍ ବେଳେ ଜାଣିପାରି ଅଡିଟର୍ ପଞ୍ଚାୟତ ଜି. ଆର୍. ଏସ୍ ଉପରେ ରାଗିଯାଇ ତୁରନ୍ତ ସମସ୍ତ ଟଙ୍କା କୁ ରିକଭରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଉଥିବାର ଏକ ଭିଡିଓ ବର୍ତ୍ତମାନ ଚର୍ଚ୍ଚା ବିଷୟ ପାଲଟିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମସାତ ହୋଇଥିବା ୨୩୦୦୦ ଟଙ୍କାର ସରକାରୀ ଅର୍ଥ ଉକ୍ତ ବନ୍ଧ ଲିଜ୍ ଧାରୀ ଙ୍କ ଠାରୁ ଆଦାୟ ହେଲା ନାଁ କେବଳ ଏହା ଲୋକ ଦେଖାଣିଆ ଥିଲା ତାହା ଏବେ ପ୍ରଶ୍ନବାଚୀ ।

LEAVE A REPLY

Please enter your comment!
Please enter your name here