ସ୍ବର୍ଗତ ଅଶ୍ଵିନୀ ପାଢୀଙ୍କ ଦ୍ୱାଦଶାହରେ ଜୟନ୍ତିପୁର ପଞ୍ଚାୟତ ଯୁବଗୋଷ୍ଠୀଙ୍କ ସୌଜନ୍ୟରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

0
530

ପାତ୍ରପୁର , ୨୯/୦୭/୨୦୨୧: ଝାରସୁଗୁଡ଼ାର ଏକ କମ୍ପାନୀରେ ଜୀବିକା ନିର୍ବାହ କରୁଥିବା ଗଞ୍ଜାମ ପାତ୍ରପୁର ବ୍ଳକ ଜୟନ୍ତିପୂର ଗ୍ରାମର ଅଶ୍ଵିନୀ କୁମାର ପାଢୀଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଅଞ୍ଚଳର ଜଣେ ଆଦର୍ଶ ଯୁବକ ଭାବରେ ଅଶ୍ଵିନୀଙ୍କ ସ୍ମୃତିରେ ଆଜି ତାଙ୍କ ଦ୍ୱାଦଶାହ ଅବସରରେ ଜୟନ୍ତିପୂର ପଞ୍ଚାୟତ ଯୁବଗୋଷ୍ଠୀଙ୍କ ଦ୍ଵାରା ଏକ ସ୍ମୃତି ସଭା ସହିତ ରକ୍ତଦାନ ଶିବିରର ଆୟୋଜନ ହୋଇଅଛି । ବ୍ରହ୍ମପୁର ଏମ୍ କେ ସି ଜି ରକ୍ତଭଣ୍ଡାରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବହୁ ରକ୍ତଦାତା ରକ୍ତଦାନ କରିବା ସହିତ ସ୍ବର୍ଗତ ଅଶ୍ଵିନୀଙ୍କ ସ୍ମୃତି ଚାରଣ କରିଥିଲେ । ସ୍ବର୍ଗତ ଅଶ୍ୱିନୀଙ୍କ ପ୍ରିୟ ଭଣଜା ଓ ଭାଣିଜୀ ଦିବ୍ୟାଙ୍ଗୁ ଏବଂ ସମୀକ୍ଷାଙ୍କ ଦ୍ବାରା ଫଟୋ ଚିତ୍ରରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ଵଳନରେ ଶୁଭାରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିରରେ ସର୍ବମୋଟ ୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଅଜିତ କୁମାର ସାହୁ ଓ ବାଲାଜୀ ପାଢୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଆଲୁ ଜୟପ୍ରକାଶ , ଜେ , ବିନୟ , ଡି ଜଗନ୍ନାଥ , ଜୟରାମ ସେଠୀ , ସୌଦାମିନୀ ପାଢ଼ୀ , ଏମ୍ ସୁନିଲ ,ସିଏଚ ରାଜେଶ୍ , ଶ୍ରୀକାନ୍ତ ବାଡ଼ତ୍ୟା , ବାଳକୃଷ୍ଣ ମହାନ୍ତି , ରାଜାରାମ ପଣ୍ଡା , ଡି ବାଲାରାଜୁ , ଗୌରୀ ପାଣିଗ୍ରାହୀ , ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ରକ୍ତଦାନ କରିଥିବା ବେଳେ ଜିଲ୍ଲା ରେଡକ୍ରସ ଭଣ୍ଡାର କର୍ମଚାରୀ ଚିନ୍ମୟ ବେହେରା , ଦେବାଶିଷ ପଣ୍ଡା , ରାମହରି ପଣ୍ଡା , ଡି ବି କାର୍କୀ , ବାବୁଲି ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।

ରିପୋର୍ଟ:ଅଲ୍ଲୁ ଜୟପ୍ରକାଶ

LEAVE A REPLY

Please enter your comment!
Please enter your name here