ନକଲି ପ୍ରମାଣପତ୍ର ପ୍ରସ୍ତୁତ ଅଭିଯୋଗରେ କଇଠଖଣ୍ଡି ଜନ ସେବା କେନ୍ଦ୍ର ସିଲ୍ କଲେ ଦିଗପହଣ୍ଡି ତହସିଲଦାର ।

0
600

ଦିଗପହଣ୍ଡି, ୩୦/୭/୨୦୨୧ :
ଦିଗପହଣ୍ଡି ତହସିଲ ଅନ୍ତାର୍ଗତ କଇଠଖଣ୍ଡି ଗାଁରେ ଥିବା ଜନସେବା କେନ୍ଦ୍ର ( କମନ ସର୍ଭିସ ସେଣ୍ଟର )କୁ ନକଲି ଆୟ ପ୍ରମାଣପତ୍ର ( ଇନକମ ସାର୍ଟିଫିକେଟ ) ପ୍ରସ୍ତୁତ କରୁଥିବା ଅଭିଯୋଗରେ ଗୁରୁବାର ଅପରାହ୍ନରେ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ ସିଲ୍ କରିଥିବା ଜଣାଯାଇଅଛି । ବିଭାଗ ପକ୍ଷରୁ ଆଶାୟୀଙ୍କୁ ବିବିଧ ପ୍ରମାଣପତ୍ର ଯୋଗାଇଦେବା ନାମରେ ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ପ୍ରଦାନ କରି ଠକି ଚାଲିଥିଲେ କମନ ସର୍ଭିସ ସେଣ୍ଟରର ଭିଏଲଇ ଜିତେନ୍ଦ୍ର କୁମାର ସେଠୀ । ଆୟ ପ୍ରମାଣପତ୍ର ( ଇନକମ ସାର୍ଟିଫିକେଟ ) ଭଳି ନକଲି ପ୍ରମାଣପତ୍ର ପ୍ରସ୍ତୁତ କରି ଗରିବ ଲୋକଙ୍କ ଠାରୁ ଟଙ୍କା ଲୁଟି ନେଉଥିବା ନେଇ ତହସିଲଦାର ବିଶେଷ ସୂତ୍ରରୁ ଖବର ପାଇ ଆଜି ଆରଆଇ ଫକୀର ମୋହନ ରାଉତ ଏବଂ ରାଜସ୍ବ କିରାଣୀ ରୋଜାଲିନ ଡାକୁଆଙ୍କ ଉପସ୍ଥିତିରେ ଉକ୍ତ ସେଣ୍ଟରକୁ ଯାଇ କଂପ୍ୟୁଟର ଏବଂ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ। ତହସିଲ ଓ ଆରଆଇ ଅଫିସ ସଂକ୍ରାନ୍ତୀୟ କିଛି ଗୁପ୍ତ ତଥ୍ୟକୁ ସେ ହ୍ୟାକ କରି ନକଲି ପ୍ରମାଣ ପତ୍ର ପ୍ରସ୍ତୁତ କରିବା ସହ ଲୋକଙ୍କୁ ପ୍ରଦାନ କରି ଠକି ଚାଲିଥିବା ଜାଣିବାକୁ ପାଇ ସିଲ କରିଦେଇଥିଲେ । ସଦଳବଳେ ଉକ୍ତ ଜନସେବା କେନ୍ଦ୍ର ଉପରେ ଚଢ଼ାଉ କରିଥିଲେ । ପରେ ଦିଗପହଣ୍ଡି ଥାନା ପୋଲିକୁ ସୂଚନା ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ରିପୋର୍ଟ: ମୁନା ବିଷୋୟୀ

LEAVE A REPLY

Please enter your comment!
Please enter your name here