ପୋଲସରା, ୩୧/୦୭/୨୦୨୧: ପୋଲସରା ନଗର ଓ ବ୍ଲକ ଯୁବ ବିଜୁ ଜନତା ଦଳର ସଭାପତି ମନୋନୀତ ହୋଇଯାଇଛି। ପୋଲସରା ନଗର ବିଜୁ ଯୁବ ଜନତା ଦଳ ସଭାପତି ଭାବେ ସନ୍ତୋଷ କୁମାର ବେହେରା ପୁନର୍ବାର ମନୋନୀତ ହୋଇଥିବା ବେଳେ ପୋଲସରା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ସୁଶାନ୍ତ କୁମାର ପୋଲାଇ ମନୋନୀତ ହୋଇଛନ୍ତି। ଜୁଲାଇ ୩୦ ତାରିଖ ଦିନ ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଡ଼.ବ୍ୟୋମକେଶ ରାୟ ଓ ସାଧାରଣ ସଂପାଦକ ପ୍ରଣବ କୁମାର ବଳବନ୍ତରାୟ ଦୁଇ ଯୁବ ନେତା ଶ୍ରୀ ବେହେରା ଓ ଶ୍ରୀ ପୋଲାଇ ଙ୍କୁ ମନୋନୀତ କରିଛନ୍ତି। ନିଜ ପ୍ରତିକ୍ରିୟାରେ ନଗର ସଭାପତି ସନ୍ତୋଷ କୁମାର ବେହେରା ଓ ବ୍ଲକ ସଭାପତି ସୁଶାନ୍ତ କୁମାର ପୋଲାଇ ସେମାନଙ୍କ ପ୍ରତି ଦଳ ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ତାହା ସୁଚାରୁଭାବେ ପରିଚାଳନା କରିବାକୁ ସେ ଦୁହେଁ ପ୍ରତିଜ୍ଞା ବଦ୍ଧ ଥିବା ପ୍ରକାଶ କରିଛନ୍ତି। ବିଜେଡି ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଡକ୍ଟର ଶ୍ରୀ ରାୟ, ସାଧାରଣ ସମ୍ପାଦକ ଶ୍ରୀ ବଳବନ୍ତରାୟ ଏବଂ ଜିଲ୍ଲା ଓ ଅଞ୍ଚଳର ସମସ୍ତ ବିଜେଡି କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା