ପାତ୍ରପୁର ଅଞ୍ଚଳରେ ୭୫ ତମ ସ୍ବାଧିନତା ଦିବସ ପାଳିତ ।

0
241

ପାତ୍ରପୁର, ୧୫/୦୮/୨୦୨୧: ପାତ୍ରପୁର ବ୍ଳକ ଅନ୍ତର୍ଗତ ବିଭିନ୍ନ ସରକାରୀ ଦପ୍ତର , କୋର୍ଟ , ଥାନା ଓ ଶିକ୍ଷାନୁଷ୍ଠାନରେ ଆଜି ୭୫ ତମ ସ୍ବାଧିନତା ଦିବସ କୋଭିଡ୍ କଟକଣାର ସହ ପାଳିତ ହୋଇଅଛି ।ପାତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପାଳନ ଦିବସରେ ଉପାଧ୍ୟକ୍ଷ ଦାସରଥି ରେଡ୍ଡୀ ପତାକା ଉତ୍ତୋଳନ କରିଥିଲେ । ବିଡ଼ିଓ ଶ୍ରୀ ପ୍ରକାଶ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶାରଦା ପ୍ରସାଦ ଜେନା ,ଏମ୍ ଆଇ. ପଦ୍ମେଶ ଶତପଥୀ , ଧିରେନ୍ଦ୍ର କୁମାର ସାହୁ , ଆଲୋକ କୁମାର , ଦିନବନ୍ଧୁ ପ୍ରଧାନ , ବିଭୁତି ଭୁଷଣ ଦାସ , ଦାମୋଦର ରେଡ୍ଡୀ ଓ ସାମ୍ବାଦିକ ଆଲୁ ଜୟ ପ୍ରକାଶ , ରାଜଗୋପାଳ ପାଢ଼ୀ ଉପସ୍ଥିତ ଥିଲେ । ପାତ୍ରପୁର କୋର୍ଟ ପ୍ରାଙ୍ଗଣରେ ଆୟୋଜିତ ପାଳନ ଦିବସରେ ନ୍ୟାୟାଧିକାରୀ ଜଷ୍ଟିସ କୁମାରୀ ଲୋପାମୁଦ୍ରା ବେହେରା ପତାକା ଉତ୍ତୋଳନ କରିଥିଲେ। ପାତ୍ରପୁର ବାର ଆସୋସିଏସନର ସଦସ୍ୟ ଓ କର୍ମକର୍ତ୍ତା ସମୂହଙ୍କ ସହ ନ୍ୟାୟାଳୟ କର୍ମଚାରୀଙ୍କ ଗହଣରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଅନ୍ୟକ୍ରମାରେ ପାତ୍ରପୁର ତହସିଲ ପକ୍ଷରୁ ଆୟୋଜିତ ଏହି ପାଳନ ଉତ୍ସବରେ ଅତିରିକ୍ତ ତହସିଲଦାର ନବ କିଶୋର ପାତ୍ର ଓ ସମସ୍ତ ତହସିଲ କର୍ମଚାରୀ ଉପସ୍ଥିତିରେ ତହସିଲଦାର ଶ୍ରୀ ଅମିତ କୁମାର ନାୟକ ପତାକା ଉତ୍ତୋଳନ କରିଥିଲେ । ସାମନ୍ତିଆପଲ୍ଲୀ ବନଖଣ୍ଡ ପ୍ରାଙ୍ଗଣରେ ରେଞ୍ଜର ରଜତ୍ କୁମାର ପତାକା ଉତ୍ତୋଳନ କରିଥିବା ବେଳେ ବନାଞ୍ଚଳ ବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତ ହୋଇଥିଲେ । ଏହା ବ୍ୟତୀତ ଜରଡ଼ା ଥାନା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଜନିତ ସ୍ବତନ୍ତ୍ର ପ୍ୟାରେଡ଼ରେ ଥାନାଧିକାରୀ ଇନ୍ସପେକ୍ଟର ଭାବାନନ୍ଦ ପ୍ରଧାନ ଅଭିବାଦନ ଗ୍ରହଣ କରିବା ସହିତ ପତାକା ଉତ୍ତୋଳନ କରିଥିଲେ । ଭରତ ପତି ମହାବିଦ୍ୟାଳୟ , ସୁରଙ୍ଗି ନବୋଦୟ ବିଦ୍ୟାଳୟ , ଖାରିଆଗୁଡା ଦୋକି ସନ୍ନ୍ୟାସୀ ମହାବିଦ୍ୟାଳୟରେ ମଧ୍ୟ ଅଧ୍ୟକ୍ଷଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା ।


ରିପୋର୍ଟ- ଆଲୁ. ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here