ପାତ୍ରପୁର ଓ ଚିକିଟି ବ୍ଲକ ଋଷିକୂଲ୍ୟା ରୟତ ମହାସଂଘ ତରଫରୁ ମାନନୀୟ ଜିଲାପାଳ ଙ୍କୁ ଦାବି ପତ୍ର ପ୍ରଧାନ ।

0
240

ପାତ୍ରପୁର, ୧୬/୦୮/୨୦୨୧: ପାତ୍ରପୁର ଓ ଚିକିଟି ବ୍ଲକ ର କୃଷକ ବୃନ୍ଦ ଋଷିକୂଲ୍ୟା ରୟତ ମହାସଭା ପାତ୍ରପୁର ଶାଖା ତରଫରୁ ମାନନୀୟ ଜିଲାପାଳ ଓ ପାତ୍ରପୁର ,ଚିକିଟି ତହସିଲଦାର ଙ୍କୁ ସ୍ମାରକ ପତ୍ର ପ୍ରଧାନ କରିଥିଲେ ସରକାରଙ୍କର କୃଷିକାର୍ଯ୍ୟ ସକାଶେ କୋହଳନିତି ଅବଲମ୍ବନ କରିଥିବା ଯୋଗୁଁ ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ସତ୍ୱେ କୃଷକମାନେ କୃଷିକାର୍ଯ୍ୟ କରି ପରିବାର ପରିପୋଷଣ କରିଆସୁଥିଲେ ବର୍ତ୍ତମାନ ବର୍ଷା ଅଭାବ ଯୋଗୁଁ କୃଷକ ମାନଙ୍କର ଆର୍ଥିକ ଓ ମାନସିକ ଅବସ୍ତା ଦୁର୍ବଳ ହେବାକୁ ଯାଉଛି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଶତକଡ଼ା ୭୦ ଭାଗ ବର୍ଷା କମିବା ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଧାରା ଶ୍ରାବଣ ମାସରେ ଟାଣୁଆ ଖରା ହେଉଥିବାରୁ ଚାଷୀ ଧାନ ତଳି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ତଳି ଘରି ଫାଟି ଆଁ କରିବାରୁ କେହି ମୁଣ୍ଡରେ ପାଣି ବୋହିଲା ,ଆଉ କେହି ଟେଙ୍କର ସାହାଯ୍ୟରେ ହଜାର ଟଙ୍କା ଦେଇ ପାଣି ପକାଇଲେ। ତଳି ବଞ୍ଚାଇବା ପାଇଁ ସବୁ ପ୍ରକାର ପ୍ରୟାସ କରି ମଧ୍ୟ୍ୟ ଚାଷୀ ହାରିଗଲା ଶେଷରେ ମୁଣ୍ଡରେ ହାତ ଦେଇ ଆକାଶକୁ ଅନାଇ ବସିଲା । ବର୍ଷା ଅଭାବ ଯୋଗୁଁ ଚଳିତ ବର୍ଷ ପାତ୍ରପୁର ଓ ଚିକିଟି ବ୍ଲକର ହଜାର ହଜାର ଏକର ଜମି ରୁଆ ନହୋଇ ପଡିଆ ପଡିଛି ବର୍ତ୍ତମାନ ଧାନ ତଳି ପୁନଃହ ପକାଇବା ସମ୍ଭବ ନୁହେଁ ଏଣୁ ଜମି ପଡିଆ ରହିବ ଫସଲ ବୀମାର ନିୟମ ପ୍ରକାରେ ୭୫% ଭାଗ ଜମିରେ ତଳି ନଷ୍ଟ ହୋଇଥିଲେ ଫସଲ ବୀମା କରିଥିବା ଚାଷୀଙ୍କୁ ୨୫% ଭାଗ କ୍ଷତିପୂରଣ ସହାୟତା ମିଳିବା ଲାଗି ସଂଘ ପକ୍ଷରୁ ଦାବି କରାଗଲା । ଚାଷୀ ପରିବାର ଚଳାଇବା ବହୁତ ଅସୁବିଧା ହେଉଛି ଏଣୁ ଆପଣ ଦୟାକରି ମରୁଡି ଘୋଷଣା କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ଦେବା ,କୃଷି ଋଣ ଛାଡ ,ଜଳକର ଓ ଜମିକର ଛାଡିବା ସଙ୍ଗେ ସଙ୍ଗେ କୃଷକଙ୍କ କୃଷି ସମ୍ବନ୍ଧୀୟ ଅନୁସଙ୍ଗିନ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଋଷିକୂଲ୍ୟା ରୟତ ମହାସଭା ପାତ୍ରପୁର ଓ ଚିକିଟି ତରଫରୁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ରୟତ ସଂଘ ତରଫରୁ ସଂଯୋଜକ ସୀତାରାମ ପ୍ରଧାନ, ଆତ୍ମା ସଭାପତି ବିଜୟ ପ୍ରଧାନ, ସଂଜୟ ପ୍ରଧାନ, ଏନ ଜାଗାରାଉ, ଜି. ବଳରାଜୂ, ତ୍ରିପତି ମହାନ୍ତି, ତ୍ରିଲୋଚନ ସେଠି ଓ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ସହିତ ଏକ ସହ ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ହୋଇଥିଲେ। ପାତ୍ରପୁର ତହସିଲଦାର ଅମିତ୍ କୁମାର ନାୟକ ଉପସ୍ଥିତ ନଥିବାରୁ ଅତିରିକ୍ତ ତହସିଲଦାର ନବ କିଶୋର ପାତ୍ର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ସମସ୍ତେ କୋଭିଡ କଟକଣା ନିୟମିତ ଭାବେ ମାନି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ରିପୋର୍ଟ:ଆଲୁ. ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here