ପାତ୍ରପୁର ବ୍ଲକରେ ମିଶନ ଶକ୍ତିର ମେଗା ସମନ୍ୱୟ ଓ ଋଣମେଳା । ୩୮୪ ମହିଳା ଗୋଷ୍ଠୀକୁ ୧୨,୨୪,୯୫,୦୦୦/- ଋଣ ପ୍ରଦାନ

0
419

ପାତ୍ରପୁର , ୧୬/୦୮/୨୦୨୧: ଓଡିଶା ରାଜ୍ୟ ମିଶନ ଶକ୍ତି ବିଭାଗ ମହିଳା ସଶକ୍ତିକରଣ ପାଇଁ ସାରାଦେଶରେ ଉଦାହରଣ ସୃଷ୍ଟି କରିଥିବା ବେଳେ ରାଜ୍ୟ ମିଶନ ଶକ୍ତି ବିଭାଗ ପକ୍ଷରୁ ଆଜି ପାତ୍ରପୁର ବ୍ଲକର ୩୮୪ ସ୍ଵୟଂ ସହାୟକ ଗୋଷ୍ଟିଙ୍କୁ ୧୨ କୋଟି ୨୪ ଲକ୍ଷ ୯୫ ହଜାର ଟଙ୍କା ଋଣ ପ୍ରଦାନ କରାଯାଇ ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବ ପାଇଁ ଉଦ୍ୟମ କରାଯାଇଛି । ପାତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଆଜି ସୋମବାର ଦିନ ଓଡିଶା ଜୀବିକା ମିଶନ ତରଫରୁ ଆୟୋଜିତ ଏକ ମେଗା ସମନ୍ୱୟ ମେଳା ଓ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ ହୋଇଅଛି । ପାତ୍ରପୁର ବ୍ଳକ ବିଡ଼ିଓ ଶ୍ରୀ ପ୍ରକାଶ ଦାସ ଏହାକୁ ଉଦଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନବୀନ କୁମାର ସେନାପତି ଯୋଗଦେଇ ଉପସ୍ଥିତ ମହିଳା ଗୋଷ୍ଠିଙ୍କୁ ସରକାର ଦେଉଥିବା ଋଣର ସୁବିନିଯୋଗ କରି ପ୍ରତ୍ୟେକ ମହିଳା ଯେପରି ସ୍ୱାବଲମ୍ବୀ ହେବେ ସେନେଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଞ୍ଚଳର ୯ ଟି ବ୍ୟାଙ୍କର ଶାଖା ପରିଚାଳକ ଓ ବ୍ୟାଙ୍କ ମିତ୍ରଙ୍କ ଉପସ୍ଥିତିରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସଦସ୍ୟଙ୍କୁ ଋଣ ବାବଦୀୟ ଚେକ ପ୍ରଦାନ କରାଯାଇଅଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁ ବିକାଶ ଅଧିକାରୀ ପଦ୍ମିନୀ ସାହୁ , ଶାଖା ପରିଚାଳକ ଚିନ୍ମୟ ଚାଟାର୍ଜୀ ,ଏ.ରାମରାଓ , ଶିବ ରଞ୍ଜନ ପାତ୍ର , ନରସିଂହ ପ୍ରଧାନ, ଦେବାଶିଷ ନାୟକ , ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ଅଧିକାରୀ ସାଇଦତ୍ତ ବେହେରା ଓ ସରୋଜ ମଲ୍ଲିକ ପ୍ରମୁଖଙ୍କ ସହ ଓଡିଶା ଜୀବିକା ମିଶନର ଏମବିକେ ଓ ବ୍ୟାଙ୍କମିତ୍ରମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପାତ୍ରପୁର ଓଡିଶା ଜୀବିକା ମିଶନର ବିପିଏମ ଅଲୋକ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ ବିଭୁତି ଭୂଷଣ ଦାସ ଓ ଦୀନବନ୍ଧୁ ପ୍ରଧାନ ସହଯୋଗ କରିଥିଲେ । ଶେଷରେ ସାମ୍ବାଦିକ ରାଜଗୋପାଳ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ – ଆଲୁ. ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here