“ଆଗଭଳି ଆଉ ଶରଧା ନାହିଁ” ଏବଂ ଜଗନ୍ନାଥ ଭଜନ “ନୀଳାଚଳିଆ”ଉନ୍ମୋଚନ

0
832

ବ୍ରହ୍ମପୁର,୧୭/୦୮/୨୦୨୧:ବ୍ରହ୍ମପୁର ଆରୋମା ଡିଲାଇଟ ହୋଟେଲ ପରିସରରେ ଆଜି ଉନ୍ମୋଚିତ ହୋଇ ଯାଇଛି। ଆର.ମାଧବ କ୍ରିଏସନ ଏବଂ କଳାଞ୍ଜଳି ଆର୍ଟିଷ୍ଟ୍ର ର ମିଳିତ ଅବଦାନରେ ଦୁଇଟି ସୁନ୍ଦର୍ ଗୀତ। ଗୋଟିଏ ଜଗନ୍ନାଥ ଭଜନ ନୀଳାଚଳିଆ ଏବଂ ଆଉ ଗୋଟିଏ ହାସ୍ୟରସାତ୍ମକ ସଙ୍ଗୀତ ଆଗଭଳି ଆଉ ଶରଧା ନାହିଁ। ବ୍ରହ୍ମପୁର ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ମହୋଦୟ ଏବଂ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା ମହୋଦୟ ଏବଂ ବରିଷ୍ଠ ସାମ୍ବାଦିକ ଓ ସଙ୍ଗୀତଜ୍ଞ ସୁଦିପ କୁୁମାର ସାହୁ ମହୋଦୟ ଉକ୍ତ ସଙ୍ଗୀତ ଦୁଇଟିକୁ ସ୍ଵହସ୍ତରେ ଉନ୍ମୋଚନ କରିଥିଲେ।

ପ୍ରଯୋଜିକା ରାମେଶ୍ୱରୀ ନନ୍ଦ ଏବଂ ସୁନାମଧନ୍ୟ ପ୍ରଯୋଜକ ମାଧବ ମହାରଣା ଙ୍କ ତତ୍ତ୍ଵାବଧାନରେ ଗାୟିକା ଶୀତଲ କବି, ସଙ୍ଗୀତ ନିର୍ଦ୍ଦେଶକ ରାଇରଞ୍ଜନ ନନ୍ଦ, ଗୀତିକାର ଅରୁଣ ସାହୁ ଏବଂ ଶିବାନନ୍ଦ ବାରିକ୍ ଏବଂ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥୀ ଙ୍କ ସମେତ କଳାଞ୍ଜଳି ପରିବାରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ସଙ୍ଗୀତ ଦୁଇଟି ଉନ୍ମୋଚିତ ହୋଇଥିଲା।

“ଆଗଭଳି ଆଉ ଶରଧା ନାହିଁ” ଗୀତଟି ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବିରଜା ପ୍ରସାଦ ଙ୍କ ନିର୍ଦ୍ଦେଶନାରେ ଗାଇଛନ୍ତି ଓଡ଼ିଶାର ବହୁ ଚର୍ଚ୍ଚିତ ଚେହେରା, ହାସ୍ୟାଭିନେତା ପପୁ ପମ୍ ପମ୍ ଏବଂ ଆଗଧାଡିର ଗାୟିକା ଶୀତଲ କବି।ଏଥିରେ କଳାଞ୍ଜଳି ଆର୍ଟିଷ୍ଟ୍ର ର ନୃତ୍ୟ ଶିକ୍ଷକ ଶିବା ଆଚାର୍ଯ୍ୟ,ସହଯୋଗୀ ମାନେ ଉପସ୍ଥିତ ଥିଲେ। ଶେଷରେ ଗାୟକ ବିକ୍ରମ କୁମାର ଏବଂ ଅଭିନେତା ଜଗନ୍ନାଥ ଚୌଧୁରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here