ବ୍ରହ୍ମପୁର, ୧୭/୦୮/୨୦୨୧: ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଅବକାରୀ କମିଶନର ରାଜେନ୍ଦ୍ର କୁମାର ଭଦ୍ରା ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଅବକାରୀ ଥାନା ନିରୀକ୍ଷକ ଧୀରେନ କୁମାର ବେହେରା ଓ ଭଞ୍ଜନଗର ଅବକାରୀ ଥାନା ଉପ ନିରୀକ୍ଷକ ରମ୍ଭା ବାଗ ଙ୍କ ନେତୃତ୍ୱରେ ଉଭୟ ଅବକାରୀ ଥାନାର ଅବକାରୀ କର୍ମଚାରୀ ବୃନ୍ଦ ତାରସିଙ୍ଗି ପୋଲିସ ଥାନା ଅନ୍ତର୍ଗତ ରାଇପଲ୍ଲୀ ଜଙ୍ଗଲରେ ଚଢ଼ାଉ କରି ୨୩୨ ଲିଟରରୁ ଉର୍ଦ୍ଧ୍ବ ନକଲି ବିଦେଶୀ ମଦ ବୋତଲ ଓ ସରଞ୍ଜାମ ଜବତ କରିବା ସହ ଗରୁଡୁ ଗ୍ରାମର ଟୁବୁଲ ନାଇକ ଓରଫ ଆକାଶ କୁ ଗିରଫ କରିବାରେ ସଫଳ ହୋଇଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଆସିକା ଅବକାରୀ ଆଇଆଇସି ଶ୍ରୀ ବେହେରା ଓ ଭଞ୍ଜନଗର ଅବକାରୀ ଓଆଇସି ଶ୍ରୀମତୀ ବାଗ ଙ୍କ ନେତୃତ୍ୱରେ ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ରାଇପଲ୍ଲୀ ଜଙ୍ଗଲ ରେ ଅତର୍କିତ ଭାବେ ଚଢ଼ାଉ କରି ଆସାମୀ ଟୁବୁଲୁ ଓରଫ ଆକାଶକୁ କାବୁକରି ଗିରଫ କରିବାରେ ସଫଳ ହେବ ସହ ନକଲି ହୋମିଓପ୍ୟାଥିକ ଆର୍ସେନିକ ୫୦୦ ମିଲି ର ୪୪ ବୋତଲ, ନକଲି ଇମ୍ପେରିଏଲ ବ୍ଲୁ ୧୮୦ ମିଲି ର ୩୯୭ ବୋତଲ, ନକଲି ରୟାଲ ଷ୍ଟାଗ ହ୍ବିସ୍କି ୧୮୦ ମିଲି ର ୮୯୨ ବୋତଲ, ନକଲି ଅବକାରୀ ଲେବଲ ୧୪୧୯ ଖଣ୍ଡ, ନକଲି କମ୍ପାନୀ ଲେବଲ ୨୧୭୧ ଖଣ୍ଡ, ବୋତଲ ଠିପି ୨୫୬, ଖାଲି ବୋତଲ ୩୭୦ ଗୋଟି ଓ କାରାମେଲ ୨୦ ଲିଟର ଜବତ କରିଥିଲେ। ଏନେଇ ଭଞ୍ଜନଗର ଅବକାରୀ ଥାନା କେସ ନଂ ୪୬/୨୦୨୧-୨୨ ପ୍ରକାରେ ଏକ ମାମଲା ରୁଜୁ ହୋଇ ଆସାମୀ ଟୁବୁଲୁ ନାଇକକୁ କୋର୍ଟ ଚାଲାଣ କରାଯାଇଛି।
ରିପୋର୍ଟ:ଅନିଲ କୁମାର ମହାରଣା