ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମ ଜୟନ୍ତୀ ପାଳିତ ।

0
246

ବ୍ରହ୍ମପୁର , ୨୦/୦୮/୨୦୨୧:
ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟିର ପୂର୍ବତନ ସଭାପତି ଭାରତରତ୍ନ ସ୍ବର୍ଗୀୟ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ସଦ୍ଭାବନା ଦିବସ ପାଳନ ଅବସରରେ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିଏବଂ ଵ୍ରହ୍ମପୁର ନଗର କଂଗ୍ରେସର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବାପୁଜୀ ଆଶ୍ରମ କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି | ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ତଥା କୋଷାଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ବିଶୋୟୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପାଳନ ଦିବସକୁ ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟ ସଂଯୋଜନା କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ସ୍ବର୍ଗୀୟ ଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଭାରତର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ସମୟରେ ହୋଇଥିବା ବିକାଶର ଅଭୁଦୟକୁ ନେଇ ତର୍ଜମା କରିବା ସହିତ ଶ୍ରୀଯୁକ୍ତ ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାରେ ସଂସ୍କାର ଆଣି ଗ୍ରାମ୍ୟ ପ୍ରଗତିର ଧାରାକୁ ଶାଣିତ କରିଥିବା କୃତି ପୁରୁଷଙ୍କୁ ମିଳିତ ଭାବେ ପ୍ରଣିପାତ କରିଥିଲେ । ଅନ୍ୟ କ୍ରମରେ ବିଜେପି ମୋଦି ସରକାରର ଅସହିଷ୍ଟୁଁ ରାଜିନୀତିରେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ନେଇ ସାମୁହିକ ନିନ୍ଦା ପ୍ରସ୍ତାବ ଗୃହୀତ ସହ ଏଥିନେଇ ତର୍ଜମା ମଧ୍ୟ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମର ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦିକା ବନଜା ପଣ୍ଡା , ଜିଲ୍ଲା ସେବାଦଳ ମୁଖ୍ୟ କିଶୋର କପୂର , ଜିଲ୍ଲା କଂଗ୍ରେସର କାର୍ଯ୍ୟନିର୍ବାହୀ ସଦସ୍ୟ ଶିଶିର ଆଚାର୍ଯ୍ୟ , ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ଵ୍ରହ୍ମପୁର ନଗର ସଭାପତି ସିଦ୍ଧାନ୍ତ କୁମାର ସାହୁ , ଜିଲ୍ଲା କଂଗ୍ରେସର ସମ୍ପାଦିକା ଗୀତାଞ୍ଜଳି ସାହୁଙ୍କ ସମେତ ଜିଲା ତଥା ନଗର କଂଗ୍ରେସର ବହୁ ଛାମୁଆଁ କର୍ମୀ ଓ କର୍ମକର୍ତ୍ତାଙ୍କ ସହ କଂଗ୍ରେସ ଅନୁଗତ ଅଂଶ ଗ୍ରହଣ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here