ବିଜେପି ଶିଳ୍ପାଞ୍ଚଳ ମଣ୍ଡଳ ତରଫରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଭୂତଳ ସେତୁ ନିର୍ମାଣ ପାଇଁ ସ୍ମାରକ ପତ୍ର ପ୍ରଦାନ

0
255

ବ୍ରହ୍ମପୁର,୨୦/୦୮/୨୦୨୧: ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ବ୍ରହ୍ମପୁର ମହାନଗର ନିଗମର ତିନିଟି ୱାର୍ଡ଼ ର ବିଜେପି ଶିଳ୍ପାଞ୍ଚଳ ମଣ୍ଡଳ ତରଫରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଭୂତଳ ସେତୁ ନିର୍ମାଣ ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଆଙ୍କୁଲି ଶିଳ୍ପାଞ୍ଚଳ
ମଦର ସରୋଜିନୀ ବାଳିକା ଉଚ୍ଚ ବିଦ୍ୟାଳୟ କଡରେ ଥିବା ରେଳ ଲାଇନ ନିକଟରେ ଲୋକଙ୍କ ଯାତାୟାତ ସୁବିଧା ନିମନ୍ତେ ଏକ ଭୂତଳ ସେତୁ ନିର୍ମାଣ ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।ପ୍ରଥମେ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇ ସ୍ମାରକ ପତ୍ର ଦେଇଥିଲେ। ଶିଳ୍ପାଞ୍ଚଳ କୁ ଲାଗି ବହୁ ପଞ୍ଚାୟତ ରହିଛି। ସ୍ଥାନୀୟ ବାସିନ୍ଦା ଏବଂ ଡୁରା,
ପଥରା, ଗୋଳାବନ୍ଧ,ଗଞ୍ଜୁ, ଗୋପାଳପୁର ଏହି ଅଞ୍ଚଳର ଜନସାଧାରଣ ବ୍ରହ୍ମପୁର ସହର ଉପରେ ନିର୍ଭର କରନ୍ତି। ଅପର ପାର୍ଶ୍ୱରେ ଥିବା ଗନ୍ତବ୍ୟ ସ୍ଥଳକୁ ଯିବାକୁ ହେଲେ ଲାଞ୍ଜିପଲି କିମ୍ବା ଆଙ୍କୁଲି ଉତଳ ସେତୁ ଦେଇ ଯିବା ଆସିବା କରିବାପାଇଁ ଖର୍ଚ୍ଚାନ୍ତ ହେଉଥିବାରୁ ଏହାର ସମାଧାନ ନିମନ୍ତେ ଏହି ଭୂତଳ ସେତୁ ନିର୍ମାଣ ହେଲେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ସ୍କୁଲ ଛାତ୍ର ଛାତ୍ରୀ ମାନେ ଉପକୃତ
ହୋଇପାରିବେ। ବର୍ତ୍ତମାନ ରେଳ ଲାଇନ ପାର ହୋଇ ବଜାରଘାଟ,ହସପିଟାଲ, ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ଜିବନ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ରେ ରହିଛନ୍ତି। ଏଣୁ ଉକ୍ତ ସେତୁ ଟି ନିର୍ମାଣ ପାଇଁ ସ୍ମାରକ ପତ୍ର ଦେଇଛନ୍ତି। ଏହି ସମୟରେ
ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ଶିବଶଙ୍କର ନାୟକ,
ତୁମ୍ବେଶ୍ୱର ନାୟକ, ସୁମିତ ପାତ୍ର, ଭବାନୀ ମିଶ୍ର,ସୁବାସିନୀ ପଟ୍ଟନାୟକ, ସନ୍ତୋଷ ସାହୁ, ଦୀପକ ନାୟକ, ସୁନୀଲ ନାୟକ, ଅନିଲ ନାୟକ, ଚନ୍ଦନ ନାୟକ, ନିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here