ଏନ୍ ଏଚ – ୩୨୬ ଡେଙ୍ଗାଉସ୍ତା ବଜାର ଉଠାଦୋକନୀଙ୍କ ଜବରଦଖଲ ମାମଲାରେ ବାରମ୍ବାର ଲଟକା ଜାରିକରି ହାଇକୋର୍ଟ ରାୟକୁ କାର୍ଯ୍ୟକାରୀ କରୁଛି ପ୍ରଶାସନ

0
291

ବ୍ରହ୍ମପୁର,୨୦/୦୮/୨୦୨୧: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଓ ପାଟପୁର ଥାନାର ଡେଙ୍ଗାଉସ୍ତା ବଜାର ପଲାସପୁର ରାସ୍ତା ଛକରେ ଜାତୀୟ ରାଜପଥ ୩୨୬ ଓ ସରକାରୀ ଜାଗାକୁ ଅବୈଧ ଦଖଲ କରିଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରିବା ପାଇଁ ବିଭିନ୍ନ ସମୟର ଅଭିଯୋଗ ପ୍ରକାରେ ନିଆଯାଉଥିବା ପଦକ୍ଷେପକୁ ଉଠା ଦୋକାନୀ ମାନେ ସୁଚିନ୍ତିତ ଉପାୟରେ ବେଖାତିର କରୁଥିବା ସହିତ ଦୋକାନକୁ ଉଚ୍ଛେଦ ପାଇଁ ଯାଉଥିବା ତହସିଲଦାରଙ୍କୁ ସମୟ ପରେ ସମୟ ମାଗି ଉପଜିଲ୍ଲାପାଳଙ୍କ ଆଦେଶକୁ ମଧ୍ୟ ଅବମାନନା କରିଥିବା ନଜିର ରହିଅଛି । ଆଇନଶୃଙ୍ଖଳା ଏବଂ ରାଜନୈତିକ ଆଳ ଦେଖାଇ ପୂର୍ବଦିନର ମିଳିତ ସ୍ଵିକୋରକ୍ତିକୁ ମଧ୍ୟ ଚଉଦ ଜଣ ଉଠା ଦୋକାନୀ ଭ୍ରୁକ୍ଷେପ କରିନଥିବା ପ୍ରଶାସନିକ ସୂତ୍ରରୁ ସୂଚନା ରହିଅଛି । ଏଥିନେଇ ସମୃକ୍ତ ୧୪ ଜଣ ଉଠା ଦୋକାନୀ ଉପଜିଲ୍ଲାପାଳଙ୍କ ଉଚ୍ଛେଦ ଆଦେଶ ବିରୋଧରେ ମାନ୍ୟବର ହାଇକୋର୍ଟରେ ଦାଏର ମାମଲାର ଆଦେଶ ମତେ ଡବ୍ଲୁ ପି ( ସି ) ୧୩୪୦୪ /୨୧ ପ୍ରକାରେ ମାନ୍ୟବର ହାଇକୋର୍ଟ ଉପଜିଲ୍ଲାପାଳ ବ୍ରହ୍ମପୁରଙ୍କ ଆଦେଶକୁ କାଏମ ରଖିଥିବା ବେଳେ ଏଥିନେଇ ଦାଏର ହୋଇଥିବା ଅନ୍ୟଏକ ମାମଲା ( ଡବ୍ଲୁ ପି ( ସି ) ୧୬୨୭୮ /୨୧ ରେ ମଧ୍ୟ ଦୋକାନୀଙ୍କୁ ସେମାନଙ୍କ ଦୋକାନ ଉଠାଇବାକୁ ଆଦେଶ ଦେଇଛନ୍ତି । ଏହି ସ୍ଥିତିରେ ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏଥି ସମନ୍ଧୀୟ ସାଧାରଣ ଅବଗତି ପାଇଁ ବାରମ୍ବାର ଲଟକାନୋଟିସ ଜାରିକରି ନିଜ କର୍ତ୍ତବ୍ୟକୁ ପାଳନ କରୁଥିବା ଅଞ୍ଚଳରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।ବିଗତ ଦିନର ଉଚ୍ଛେଦ ଜନିତ ନିର୍ଦ୍ଦେଶନାମାକୁ ବିରୋଧ କରି ସ୍ଥାନୀୟ ପାଟପୁର ଥାନା ପକ୍ଷରୁ ମୁତୟନ କରାଯାଇଥିବା ଜେସିବି ସମ୍ମୁଖରେ ଶୋଇ ରହିବା , ଅନ୍ୟ ବିକଳ୍ପ ଲୋଡ଼ିବା ପରେ ତା – ୨୦/୦୩/୨୦୨୧ରିଖରେ ସାନଖେମୁଣ୍ଡି ତହସିଲଦାର , ପାଟପୁର ଥାନା ପୋଲିସ ଏବଂ ସ୍ଥାନୀୟ ମଧ୍ୟସ୍ଥିଙ୍କ ମଧ୍ୟରେ ସମ୍ପାଦିତ ଚୁକ୍ତିନାମାରେ ୧୦ ଅପ୍ରେଲ ସୁଦ୍ଧା ଜବରଦଖଲରୁ ଉଠିବା ନେଇ ସ୍ବୀକାର ପତ୍ରକୁ ମଧ୍ୟ ଦୋକାନୀ ମେଳୀ ମାନି ନଥିବା ଜଣାଯାଇଛି । ଉପଜିଲ୍ଲାପାଳଙ୍କ ଏହି ଆଦେଶ ବିରୁଦ୍ଧରେ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରି ହାରିବା ପରେ ପ୍ରଶାସନ ପକ୍ଷରୁ ଚଳିତ ମାସ ୧୦ ତାରିଖରେ ପୋଲିସ ଉପସ୍ଥିତିରେ ଉଚ୍ଛେଦ କରାଯିବାକୁ ଲଟକା ଜାରି ପରେ ମଧ୍ୟ ଉଠା ଦୋକାନୀଙ୍କ ପ୍ରାଦୁର୍ଭାବ କମିନଥିବା ଦେଖିବାକୁ ମିଳିଛି । ପୁଣି ସ୍ଥାନୀୟ ତହସିଲ ଓ ଥାନା ଅଧିକାରୀଙ୍କ ମିଳିତ ଆଲୋଚନା ପରେ ଆଜି ଅଗଷ୍ଟ ୨୦ ତାରିଖରେ ଧାର୍ଯ୍ୟ ଜବରଦଖଲ ଉପଯୁକ୍ତ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣର ଆବଶ୍ୟକ ସାଧନ ନଥିବାରୁ ବାତିଲ କରାଯାଇଥିବା ସୂଚନା ରହିଅଛି । ଏଥିନେଇ ଅଞ୍ଚଳରେ ଚାପା ଅସନ୍ତୋଷ ବାତାବରଣ ସ୍ତୃଷ୍ଟି ହେବା ଏବଂ ନିର୍ଦ୍ଧିଷ୍ଟ ନିକମା ଶାସକ ଦଳ ଗୋଷ୍ଠୀଙ୍କ ଦ୍ଵାରା ଘଟଣାକୁ ଅତିରଞ୍ଜିତ କରୁଥିବା ନେଇ ଆଲୋଚନା ହେଉଅଛି ।ଜବରଦଖଲକାରୀଙ୍କୁ ପ୍ରଶାସନିକ ସହାୟତା ବିରୋଧରେ ଆଗାମୀ ଦିନରେ ସ୍ଥାନୀୟ ଛଅ ଖଣ୍ଡ ଗ୍ରାମବାସୀଙ୍କ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନ କରିକାକୁ ସଜବାଜ ହେଉଥିବା ସୁରାକ ମିଳିଅଛି । ଅନ୍ୟ ପକ୍ଷରେ ସ୍ଥାନୀୟ ତହସିଲଦାର ଡ ଶ୍ରୀନିବାସ ବେହେରା ଓ ଥାନା ଅଧିକାରୀ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ ପ୍ରତିକ୍ରିୟା ପ୍ରକାରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ ପରେ ଉପଯୁକ୍ତ ପୋଲିସ ବଳଙ୍କ ଅଭାବରୁ ଜବରଦଖଲ ଉଚ୍ଛେଦ ହୋଇପାରିନଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here