ଅର୍ଥାଭାବରୁ ଚିକିତ୍ସା ହୋଇପାରୁନି ୪ବର୍ଷର ଶିଶୁ। ରାଜ୍ୟସରକାରଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ କେତେ ଦୂର ଯଥାର୍ଥ

0
345

ରଙ୍ଗେଇଲୁଣ୍ଡା,୨୨/୦୮/୨୦୨୧:
ଅର୍ଥାଭାବରୁ ଚିକିତ୍ସା ହୋଇପାରୁନି ୪ବର୍ଷର ଶିଶୁ। ରାଜ୍ୟସରକାରଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ କେତେ ଦୂର ଯଥାର୍ଥ। କେତେ ଦୂର ମିଳୁଛି ମାଗଣାରେ ଚିକିତ୍ସା ଦେଖିବାକୁ ରହିଲା।କୋମଳ ବୟସରେ ପାଠ ପଢିବା ସମୟ କିନ୍ତୁ ଜୀବନ ସହିତ ସଙ୍ଘର୍ଷ କରୁଛି ନିଷ୍ପାପ ୪ବର୍ଷର ଶିଶୁ ଏହିପରି ଦେଖା ଦେଇଛି ରଙ୍ଗେଇଲୁଣ୍ଡା ବ୍ଲକ ଆମ୍ବପୁର ଗ୍ରାମର ଚାରି ବର୍ଷର ଶିଶୁ ଅସିତ୍ ମହାରଣା। କିଡନୀ ଜନିତ ରୋଗ ରେ ଦୀର୍ଘ ଏକ ବର୍ଷହେଲା ପୀଡ଼ିତ। ବାପା ନରସିଂହ ମହାରଣା ପେଶାରେ କାଠମିସ୍ତ୍ରୀ ହେଲେ ମଧ୍ଯ ସାଜିଛନ୍ତି ପରିବା ବିକାଳୀ। ମୁଣ୍ଡଗୁଞ୍ଜିବା ପାଇଁ ନିଜର ବୋଲି ଘର ଖଣ୍ଡିଏ ନାହିଁ କି ଜମିବାଡ଼ି ବି ନାହିଁ। ଭଡ଼ା ଘରେ ରହୁଛନ୍ତି।ଅର୍ଥାଭାବରୁ ଚିକିତ୍ସା କରାଇ ପାରୁ ନାହାଁନ୍ତି। ପୁଅର ଏଭଳି ଦୂରାବସ୍ଥା ଦେଖି ଚିକିତ୍ସା କରାଇ ପାରୁନାହାଁନ୍ତି। ପରିବା ବିକି ଯାହା ରୋଜଗାର କରନ୍ତି ସେତିକି ପରିବାର ଚଳାଇବା କଷ୍ଟ। ସ୍ତ୍ରୀ ବିଷ୍ଣୁପ୍ରିୟା ଏବଂ ସ୍ବାମୀ ଦୁହେଁ ବସି ଅସିତ୍ କୁ ଧରି ଗୋଳନ୍ଥରା ଚଟି ଛକ ଭୈରବୀ ଗେଟ୍ ନିକଟରେ ପରିବା ବିକନ୍ତି। ଏଣେ ପୁଅର ଚିକିତ୍ସା ଖର୍ଚ୍ଚ କେଉଁଠୁ ଆସିବ ତାହା ନେଇ ଚିନ୍ତାରେ ସ୍ବାମୀ ସ୍ତ୍ରୀ। ବ୍ରହ୍ମପୁର ବଡଡାକ୍ତରଖାନା ରେ ପୁଅର ଚିକିତ୍ସା ଚାଲିଥିଲା କିନ୍ତୁ ଡ଼ାକ୍ତର ଔଷଧ ଖାଇ ଘରେ ରହିବାପାଇଁ ଔଷଧ କିଣି ନପାରି ଦିନକୁ ଦିନ ଅସୁସ୍ଥ ହୋଇ ପଡ଼ୁଛି ପୁଅ ଅସିତ୍। ଡ଼ାକ୍ତର କହିଛନ୍ତି ଯଦିପୁଅକୁ ବିଶାଖାପାଟଣା ନେଇ ଚିକିତ୍ସା କରାଇ ପାରିବ ତେବେ ପୁଅ ଭଲ ହୋଇଯିବ ଚିନ୍ତାରେ ନରସିଂହ। ପାଖରେ କଉଡ଼ି ଟିଏ ନାହିଁ ପୁଅକୁ ବିଶାଖାପାଟଣା ନେଇ କେମିତି ଚିକିତ୍ସା କରିବୁ ଚିନ୍ତାରେ ସ୍ବାମୀ ସ୍ତ୍ରୀ। ଘରେ ବଡ଼ପୁଅ ଅଙ୍କିତ(୭) ଛାଡ଼ି ଦେଇ ରୋଗିଣା ପୁଅକୁ ଧରି ପରିବା ବ୍ୟବସାୟ କରୁଥିବା ଜଣାପଡିଛି। କିଛି ଦିନ ତଳେ ନରସିଂହ ଦୁର୍ଘଟଣା ରେ ହାତ ଭାଙ୍ଗିଯାଇଥିଲା ଏଣୁ ନିଜପେଶା କାଠ କାମକରିବା କଷ୍ଟ ଅନୁଭବ କରୁଛନ୍ତି ଏଣୁ କିଛି ଉପାୟ ନମିଳିବାରୁ ନିଜ ପେଶା ଛାଡି ପରିବା ବ୍ୟବସାୟ କୁ ଆପଣେଇ ନେଇଛନ୍ତି ନରସିଂହ। ଭୋରୁ ସକାଳୁ ଉଠି ସ୍ତ୍ରୀ ବିଷ୍ଣୁପ୍ରିୟା ଘରର ନିତ୍ୟକର୍ମ ସାରି ପରିବା ଧରି ଆସନ୍ତି ସ୍ବାମୀ ସହିତ ସାଙ୍ଗରେ ନେଇଆସନ୍ତି ରୋଗୀଣା ପୁଅ ଅସିତ କୁ ଗୋଳନ୍ଥରା ଚଟି ଛକ। ଦିନସାରା ପରିବା ବିକି ଭୋକ ଉପାସରେ ବିତାଇ ଦିନ କାଟନ୍ତି। ସବୁ ବେଳେ ସମାନ ବ୍ୟବସାୟ ହୁଏନି। ଯେଁଉ ଦିନ ଯାହା ମିଳେ ତାହା ଅଭାବୀ ମଣିଷକୁ ପେଟ ପୋଷିବା ଅସମ୍ଭବ ହୋଇ ପଡ଼େ। ଚଟି ଛକରେ ଥିବା ମାଁଭୈରବୀ ଅଟୋଷ୍ଟାଣ୍ଡ ଡ଼୍ରାଇଭର ମାନେ ଆସି ସହଯୋଗର ହାତ ବଢ଼ାଇବା ସକାଶେ ସମସ୍ତଙ୍କୁ ନିବେଦନ କରିଛନ୍ତି। ଯଦି କୌଣସି ସହୃଦୟ ଏବଂ ବଦାନ୍ୟ ବ୍ୟକ୍ତି ଏହି ଦୁଃଖଦ ସମୟରେ ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଚାହାନ୍ତି ତେବେ ତାଙ୍କର ମୋବାଇଲ ନମ୍ବର (8658609831)କୁ ଫୋନ କରି ସହାୟତା କରିପାରିବେ ବୋଲି ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here