ବ୍ରହ୍ମପୁର,୨୨/୮/୨୦୨୧:ଆଜି ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ବ୍ରହ୍ମପୁର ସବୁଜବାହିନୀ ତରଫରୁ ବୃକ୍ଷ ର ସୁରକ୍ଷା କାମନା କରି ଏକ ନିଆରା ଢ଼ଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି । ବୃକ୍ଷ ଓ ମଣିଷ ର ସମ୍ପର୍କ ବହୁତ ପୁରୁଣା ଏବଂ ନିବିଡ। ବୃକ୍ଷ ଆମକୁ ସବୁଦିନେ ସୁରକ୍ଷା ଦେଇ ଆସିଛି ଏହି ସମ୍ପର୍କର ସୁରକ୍ଷା ପାଇଁ ସବୁଜ ବାହିନୀର ସଦସ୍ୟ ମାନେ ବୃକ୍ଷ ଗୁଡ଼ିକୁ ରାକ୍ଷୀ ବାନ୍ଧି ଜନ ସାଧରଣଙ୍କୁ ସଚେତନ କରାଇଥିଲେ କାରଣ ବୃକ୍ଷ ବିହୁନେ ମଣିଷ ଧ୍ୱସଂ ଅଭିମୁଖେ ଗତି କରୁଥିବାରୁ ଏହାକୁ ରୋକିବାକୁ ବୃକ୍ଷ ହିଁ ଏକମାତ୍ର ସୁରକ୍ଷା କବଚ ପାଲଟିଛି । ସେଥିପାଇଁ ବୃକ୍ଷ କୁ ରାକ୍ଷୀ ବାନ୍ଧି ସମ୍ମାନ ଦେବା ସହ ବୃକ୍ଷ କେମିତି ଆମକୁ ସବୁବେଳେ ସୁରକ୍ଷା ଦେବ ସେଥିପାଇଁ ଏହି ପରି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି, ଏହି କାର୍ଯ୍ୟକ୍ରମ ପାତାଳେଶ୍ୱର୍ ମନ୍ଦିର ନିକଟସ୍ଥ ପଞ୍ଚୁଦେବାଳୟ ମଠରେ ଥିବା ବିଭିନ୍ନ ବୃକ୍ଷ ଗୁଡ଼ିକୁ ରାକ୍ଷୀ ବନ୍ଧା ଯାଇଥିଲା,ଏହି ରାକ୍ଷୀ ଗୁଡ଼ିକ ସାଧରଣତଃ ଭିନ୍ନ ଭିନ୍ନ ମଞ୍ଜି,ଫୁଲ, ପତ୍ର ଏବଂ ଝୋଟ ଦଉଡ଼ି ରେ ତିଆରି କରାଯାଇଛି ଯାହା ପରିବେଶ ଅନୁକୂଳ, ବୃକ୍ଷ ର ସୁରକ୍ଷା ପାଇଁ ସବୁଜ ବାହିନୀ ପକ୍ଷରୁ ବିଭିନ୍ନ ପର୍ବପର୍ବାଣୀ ରେ ଭିନ୍ନ ଭିନ୍ନ ଉପାୟରେ ବୃକ୍ଷ କୁ ମଣିଷ ସହ ଯୋଡ଼ିବା ଏବଂ ତାର ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ସବୁବେଳେ ଦେଇଆସିଛନ୍ତି । ପରେ ହରଡ଼ାଖଣ୍ଡି ଷ୍ଟେଟ୍ ବ୍ୟାଙ୍କ୍ ଠାରେ ବୃକ୍ଷରୋପଣ କାଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ।ଆଜିର କାର୍ଯ୍ୟକ୍ରର୍ମରେ ସବୁଜ ବାହିନୀ ର ସଭାପତି ଶିବରାମ ପାଣଗ୍ରାହୀଙ୍କ ନେତୃତ୍ବରେ ଅନୁଷ୍ଠିତ ହେଇଥିବା ବେଳେ ଅନ୍ୟ ସଦସ୍ୟ ଉପସଭାପତି ଦିପକ କୁମାର ପାତ୍ର, ସହ ସମ୍ପାଦକ ଏ.ପ୍ରକଶ, ବନମାଳି ପ୍ରଧାନ,ଗଣେଶ ପାଣିଗ୍ରାହୀ, ପ୍ରବୀଣ ନାୟକ, ପ୍ରକାଶ ଗୁପ୍ତା, ଆକାଶ ରାଉତ, ପି.ବିନୋଦ, ସାଗର ସାହା, ବି ସୂର୍ଯ୍ୟ ନାରାୟଣ ପାତ୍ର, ରିଚି ମହାରଣା ଏବଂ ଫ୍ରେଣ୍ଡସ ଚାରିଟେବଲ୍ ଟ୍ରଷ୍ଟ ର ସଭାପତି ସାଗର୍ ପାତ୍ର ଓ ଅନନ୍ୟ ସଦସ୍ୟ ମାନେ ସହଯୋଗ କରିଥଲେ ।