ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ଅପହରଣ ଓ ଲୁଟ୍ ଘଟଣା ର ପର୍ଦ୍ଦାଫାସ। ଭ୍ୟାନ୍ ଡ୍ରାଇଭର ଆଶିଷ ଦିଗାଲ ସମେତ ୩ ଗିରଫ

0
291

ବ୍ରହ୍ମପୁର,୨୨/୦୮/୨୦୨୧ : ବଡ଼ବଜାର ଥାନା ନିକଟ ଆକ୍ସିସ ବ୍ୟାଙ୍କ ନିକଟରୁ ଏଜିଏସ କମ୍ପାନୀର ଏଟିଏମ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି।ଆଜି ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀରେ ଏ ଘଟଣା ର ପର୍ଦ୍ଦାଫାସ କରିଛନ୍ତି ।
ଏଜିଏସ କମ୍ପାନୀର ଏଟିଏମ ଟଙ୍କା ଭର୍ତ୍ତି କରୁଥିବା ଗାଡିର ଚାଳକ ଆଶିଷ ଦିଗଲ ହିଁ ଏହି ବହୁ ଚର୍ଚ୍ଚିତ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । ଆଶିଷ ନିଜେ ଅପହରଣ ନାଟକ କରିଥିଲେ ବୋଲି ଜଣାପଡିଛି । ପୁଲିସ ପ୍ରଥମ ଦିନରୁ ହିଁ ଆଶିଷ ଉପରେ ସନ୍ଦେହ କରି ଆସୁଥିଲା । ୩ ଦିନ ହେବ ଆଶିଷକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ତାର ଅନ୍ୟ ୨ ସହଯୋଗୀଙ୍କୁ ଫୁଲବାଣୀ ଜିଲ୍ଲା ସାରଙ୍ଗଗଡ ଥାନା ଅଚଂଳ ରୁ ପୁଲିସ ଉଠାଇ ଆଣିଥିଲା । ସେମାନଙ୍କ ନିକଟରୁ ୨୦ ଲକ୍ଷ ନବେ ହଜାର ଟଙ୍କା ଜବତ କରାଯାଇଛି ।ଚୋରିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଚୋରି ଟଙ୍କାକୁ ଏକ ପ୍ଲାଷ୍ଟିକ ଡବା ଭିତରେ ରଖି ଉକ୍ତ ଡବାକୁ ମାଟି ଭିତରେ ପୋତି ଦେଇଥିଲେ । ପୁଲିସ ମାଟି ଭିତରୁ ଡବାକୁ ବାହାର କରିଥିଲା ।ଉଲ୍ଲେଖଯୋଗ୍ୟ ଯେ, ଗତ ୧୮ ତାରିଖ ଦିନ ଏଜିଏସ କମ୍ପାନୀର କର୍ମଚାରୀ ସୁଶୀଲ ପଟ୍ଟନାୟକ ୨୪ ଲକ୍ଷ ଟଙ୍କା ଥିବା କମ୍ପାନୀର ଗାଡିକୁ ବଡ଼ବଜାର ଆକ୍ସିସ ବ୍ୟାଙ୍କ ନିକଟରୁ ଗାଏବ ହୋଇଥିବା ନେଇ ବଡ ବଜାର ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଚାଳକ ଆଶିଷକୁ ଉଦ୍ଧାର କରିଥିଲା ।

LEAVE A REPLY

Please enter your comment!
Please enter your name here