ବ୍ରହ୍ମପୁର,୨୩/୦୮/୨୦୨୧: ବଡବଜାର ଥାନା ଅନ୍ତର୍ଗତ ଆସିକା ରୋଡ ରୁ ସ୍କୁଟି ଡିକି ରୁ ୪ଲକ୍ଷ ଟଙ୍କା ଲୁଟ ଘଟଣାର ଅଭିଯୁକ୍ତ କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ନିକଟରୁ ଚୋରି ଟଙ୍କା ର ୩ଲକ୍ଷ ୭୦ହଜାର ଜବତ ସହ ଏକ ହିରୋ ହୋଣ୍ଡା ମୋଟର ସାଇକେଲ OR07R8465 କୁ ମଧ୍ୟ ଜବତ କରାଯାଇଛି।ଅଭିଯୁକ୍ତ ଜଣକ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନାପୁର ଗ୍ରାମ ତଥା ବର୍ତ୍ତମାନ ବ୍ରହ୍ମପୁର ବ୍ରଜନଗର ୩ସାରଣୀ ର ବାସିନ୍ଦା ଦୀନବନ୍ଧୁ ରାଓ ବୋଲି ଆଜି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ଧାନମେରା ସାହି ର ଅବସରପ୍ରାପ୍ତ ବିଏସଏନଏଲ କର୍ମଚାରୀ ବାବୁରାଓ ଘଡେଇ ବ୍ରହ୍ମପୁର ଷ୍ଟେଟବ୍ୟାଙ୍କ ମୂଖ୍ୟ ଶାଖା ରୁ ୪ଲକ୍ଷ ଟଙ୍କା ଉଠାଇବା ପରେ ନିଜ ଗାଡି ଡିକି ରେ ରଖି ନିଜ ଶାଳକ ଙ୍କ ସହ ଗିରି ମାର୍କେଟ ଛକ ଠାରେ ଏକ ମଦ ଦୋକାନ କୁ ଯାଇଥିଲେ। କିଛି ସମୟ ପରେ ଉଭୟେ ଦୋକାନ ରୁ ଫେରିବା ପରେ ଗାଡି ଡିକି ଭିତରେ ଥିବା ଟଙ୍କା କୁ କେହି ଲୁଟ କରିଥିବା ନେଇ ସେମାନେ ଜାଣିବାକୁ ପାଇଥିଲେ।ଏ ନେଇ ବାବୁ ରାଓ ବଡବଜାର ଥାନାରେ ଅଭିଯୋଗ କରିବା ପରେ ବଡବଜାର ଥାନା ମାମଲା ୧୭୩/୨୦୨୧ ରୁଜୁ ହୋଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା।ସେଠାରେ ଲାଗିଥିଲା ସିସିଟିଭି ଫୁଟେଜ ଯାଚଂ ପରେ ପୋଲିସ ଅଭିଯୁକ୍ତ କୁ ଧରିବାରେ ସକ୍ଷମ ହୋଇଛି। ଆଜି ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଉଦ୍ଧାର ହୋଇଥିବା ଟଙ୍କା ଅଭିଯୋଗକାରୀ ଙ୍କୁ ଫେରସ୍ତ ଦିଆଯାଇଛି।