ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର । 33 ୟୁନିଟ ରକ୍ତ ସଂଗୃହୀତ ।ଡକ୍ରର,ଶିକ୍ଷକ,ସ୍ୱାସ୍ଥ୍ୟକର୍ମୀ,ସୁରକ୍ଷାକର୍ମୀ,ଝାଡୁଦାର ଦେଲେ ରକ୍ତ ।

0
546

ପାତ୍ରପୁର, ୨୩/୦୮/୨୦୨୧: ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର “ମୋ ହସ୍ପିଟାଲ ମୋ ଗର୍ବ” କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି । ଶିବିରକୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡା. ସମ୍ବିତ ବେଗରାୟ ଉଦଘାଟନ କରିଥିଲେ । ଶିବିରରେ ଦୁଇ ଡାକ୍ତର ସୁଜ୍ଞାନୀ କୁମାରୀ ହୋତା ଓ ଅଜିତ କୁମାର ସାହୁ, ଜଣେ କ୍ରୀଡା ଶିକ୍ଷକ କେଦାରନାଥ ଅଧିକାରୀ,ମ୍ୟାଲେରିଆ ସୁପରଭାଇଜର ଜୟଦେବ ବେହେରା, ସ୍ୱାସ୍ଥ୍ୟକର୍ମୀ ପରମାନନ୍ଦ ଶବର,ବୃନ୍ଦାବନ ନାୟକ,ଶ୍ରୀମାନ ପଣ୍ଡା,ସ୍ୱାସ୍ଥ୍ୟକେନ୍ଦ୍ର କିରାଣୀ ଲାଷ୍ମୀକାନ୍ତ ବେହେରା,ମନୋଜ କୁମାର ସାହୁ ଆଦିଙ୍କ ସହ ଜଣେ ଝାଡୁଦାର ଜଗନ୍ନାଥ ନାଇକ ଓ ସୁବାସ ନାଇକ,ଶିବଶଙ୍କର ନାୟକ,କିଶୋର ମଲ୍ଲିକ,ଗଣେଶ ମଲ୍ଲିକ ଓ ମଦନମୋହନ ସାହୁ ଆଦି ୫ ଜଣ ସେକ୍ୟୁରୀଟି ଗାର୍ଡ ରକ୍ତଦାନ କରିଥିଲେ । ବହୁ ସ୍ବେଛାସେବୀ ଯୁବକ ମଧ୍ୟ ରକ୍ତଦାନ କରିଥିଲେ । ଶିବିର ପରିଚାଳନାରେ ପଦ୍ମିନୀ ନାୟକ,ରବିନାରାୟଣ ସାହୁ,ଦିଗନ୍ତ ମହାନ୍ତି ଓ ରିଣ୍ଟୁ କୁମାର ନନ୍ଦ ପ୍ରମୁଖଙ୍କ ସହ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ସହଯୋଗ କରିଥିବା ବେଳେ ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀ ରକ୍ତସଂଗ୍ରହ କରିଥିଲେ ।

ରିପୋର୍ଟ- ଆଲୁ ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here