୧୩୨ ଲିଟର ରନ୍ଧା ଦେଶୀ ମଦ ଜବତ, ୩ ଜଣ ଗିରଫ

0
230

ବ୍ରହ୍ମପୁର, ୨୪/୦୮/୨୦୨୧: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଅବକାରୀ ଥାନା ନିରୀକ୍ଷକ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଅବକାରୀ ଧରପଗଡ଼ କରାଯାଇ ୧୩୨ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୩ ଜଣ ବ୍ୟକ୍ତିଙ୍କୁ ଚୋରା ଦେଶୀ ରନ୍ଧା ମଦ ତିଆରି କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଆସିକା ଅବକାରୀ ଥାନା ନିରୀକ୍ଷକ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଭଞ୍ଜନଗର ଅବକାରୀ ଥାନା ଉପ-ନିରୀକ୍ଷକ ରମ୍ଭା ବାଗ, ଅବକାରୀ ସହ ଉପ-ନିରୀକ୍ଷକ ନିଳାମ୍ବର ନାୟକ, ଅବକାରୀ ସହ ଉପ-ନିରୀକ୍ଷକ ରାମେଶ୍ୱର ବେହେରା, ଏବଂ ଅବକାରୀ ସିପାହୀ କୃଷ୍ଣଚନ୍ଦ୍ର ସେଠୀ, ସନାତନ ନାହାକ, ସୁବଳ ପ୍ରଧାନ ଓ ଜି.ଭୀମ ପ୍ରମୁଖ ଭଞ୍ଜନଗର ଅବକାରୀ ଥାନା ଅନ୍ତର୍ଗତ ଖରୁଡା ଗୋଚ୍ଛା, ଡୁଙ୍ଗପଲ୍ଲୀ, ଚଢେୟାପଲ୍ଲି, ବାଦୁଆ ଓ ଗଣ୍ଡାଧାର ଗ୍ରାମରେ ଚଢ଼ାଉ କରି ୧୩୨ ଲିଟର ଦେଶୀ ରନ୍ଧା ମଦ ଓ ମଦ ରନ୍ଧା ସରଞ୍ଜାମ ଜବତ କରିବା ସହ ୨୨୫୦ ଲିଟର ଗୁଡା ମିଶ୍ରିତ ପୋଚ ନଷ୍ଟ କରିଥିଲେ। ଚୋରା ଦେଶୀ ମଦ ରାନ୍ଧିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇ ଥିବା ଭଞ୍ଜନଗର ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀମତୀ ବାଗ ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here