ରଙ୍ଗେଇଲୁଣ୍ଡା,୨୫/୦୮/୨୦୨୧: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୩୨ଟି ପଂଚାୟତ ମଧ୍ୟରୁ ଇନ୍ଦ୍ରାଖୀ, କେଲୁଆପଲ୍ଲୀ, ମାର୍କଣ୍ଡି, ମେନ୍ଦ୍ରାଜ
ପୁର, ରଙ୍ଗିପୂର, ପଦ୍ମପୁର, ଆଦୌ ଭଲବର୍ଷା ହୋଇ ନାହିଁ। ଯେଁଉ ଅଞ୍ଚଳରେ ବର୍ଷା ହୋଇଛି ତାହା
କେବଳ ଧାନତଳି ବଞ୍ଚିବା ପାଇଁ ହେଉଛି। ବ୍ଲକ କୃଷି ଅଧିକାରୀ ବନମାଳୀ କରଙ୍କ ତଥ୍ୟ ଅନୁସାରେ ବର୍ଷାର ପରିମାଣ ଜୁନ ମାସରେ -୩.୬%, ଜୁଲାଇ ମାସରେ -୮.୨%, ଅଗଷ୍ଟ ମାସ ରେ ସବୁଠାରୁ କମ୍ ବର୍ଷା -୫୨.୫%ବର୍ଷା ହୋଇଛି। ଯଦ୍ୱାରା ଅଞ୍ଚଳରେ ଧାନ ରୂଆରୁଇ ହୋଇ ପାରିନି। ଅଗଷ୍ଟ ମାସ ୨୩ ତାରିଖ ସୁଦ୍ଧା ମୋଟ ଆଠ ଦିନ ବର୍ଷା ହୋଇଛି ମୋଟ ୮୭ ଏମ ଏମ. କିନ୍ତୁ ଆଜି ସୁଦ୍ଧା ୧୮୩.୧%ବର୍ଷା ହେବା ଆବଶ୍ୟକ ରହିଥିଲା। ଯେତିକି ଧାନ ଜମି ରହିଛି ସମସ୍ତ ଜଳସେଚିତ କେନାଲରେ ପାଣି ନଆସିବା ଯୋଗୁଁ ମଧ୍ଯ ଚାଷକାର୍ଯ୍ୟ ହୋଇ ପାରିନି।ଉପର ମୁଣ୍ଡରେ ମଧ୍ୟ ବର୍ଷାର ପରିମାଣ କମ୍। ଋଷିକୁଲ୍ୟା ମେଜର ବ୍ୟାରେଜ୍ ରୁ ୧୧ନଂ କେନାଲ ରେ ଆସୁଥିବା ପାଣି ଜୁଲାଇ ମାସ ୧୫ ସୁଦ୍ଧା ପାଣି ଦେଇଦେବା କଥା କିନ୍ତୁ ଉପର ମୁଣ୍ଡ ବର୍ଷା ଅଭାବରୁ ଗତ୩୦ ଜୁଲାଇ ଦିନ ପାଣି ଛାଡିଥିଲା କେବଳ ତିନି ଘଣ୍ଟା ପାଇଁ ଅପରାହ୍ନ ତିନିଟା ବେଳେ ଦେଇ ସନ୍ଧ୍ୟା ଛଅଟା ବେଳକୁ ବନ୍ଦ କରିଦେଲା। ପୁଣି ଚାରି ପାଞ୍ଚ ଦିନ ପରେ ଏହିପରି ଦୁଇ ତିନି ଥର ପାଇଁ କେନାଲ ଆସିଥିଲା ତଦ୍ୱାରା କେବଳ ତଳି ବଞ୍ଚିକି ରହିଛି। କିନ୍ତୁ ଶେଷ କେନାଲ କୁ ପାଣି ଆସି ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ମାଇକ ଦ୍ୱାରା ଜଳସେଚନ ବିଭାଗ ପକ୍ଷରୁ ପାଣି ନାହିଁ ଦେଇ ପାରିବୁନି। ୧୦ନଂ କେନାଲ ଦେଇ ଏପର୍ଯ୍ୟନ୍ତ ପାଣି ଛାଡ଼ିନି। ଗୋଳନ୍ଥରା, କୋଠାରସିଂ ଚିକରଡ଼ା, ଶାସନପଦର ଇତ୍ୟାଦି ପଞ୍ଚାୟତ ଗୁଡ଼ିକ ମଧ୍ୟରେ ପୋଖରୀ, ନାଳ ଦ୍ବାରା କିଛି କିଛି ସ୍ଥାନରେ ଧାନ ରୁଆ ହୋଇଛି ବୋଲି ଚାଷୀ କହିଛନ୍ତି। ବର୍ତ୍ତମାନ କେବଳ ବର୍ଷା ଉପରେ ନିର୍ଭର। ମୋଟ ବ୍ଲକ ରେ ଚାଷ ଜମି ୧୫ହଜାର ୪ଶହ ୭୫ହେକ୍ଟର, ସେଥି ମଧ୍ୟରୁ ୧୦ହଜାର ୧୪୯ହେକ୍ଟର ଜମିରେ ୬୫.୬ %ଚାଷ କରାଯାଇଥିବା ଜଣାପଡ଼ିଛି। ଏଥି ମଧ୍ୟରୁ ଧାନ ଫସଲ ୯ହଜାର ୭ଶହ ୩୦ହେକ୍ଟର ମଧ୍ୟରୁ ଚାଷ ହୋଇଛି ୪ହଜାର ୯ଶହ ୧୫ହେକ୍ଟର ଚାଷ ହୋଇଛି ଏଥି ମଧ୍ୟରୁ ୫୦.୫% ଜମି ହୋଇଛି।
ପନିପରିବା ଚାଷ ପାଇଁ ୫ହଜାର ୭୪୫ହେକ୍ଟର ମଧ୍ୟରୁ ୫ହଜାର ୨ଶହ ୩୪ହେକ୍ଟର ଜମିରେ ଚାଷ ହୋଇଛି ଅର୍ଥାତ୍ ୯୯.୧% ଚାଷ ହେଉଛି। ଏହି ବର୍ଷ ବର୍ଷା ଚାରିଆଡ଼େ ସମାନ ବର୍ଷା ନୁହଁ। କେଉଁଠି କେତେ ବେଳେ ବର୍ଷା ହୁଏ। ବର୍ତ୍ତମାନ ବର୍ଷା ହୁଏ ତେବେ ଧାନ ରୁଆ କାମଚାଲିବ। ତଳି ବୁଢ଼ା ହେଲେ ମଧ୍ୟ ରୁଆ କାମ ହେବ ବୋଲି କୃଷିଅଧିକାରୀ ଶ୍ରୀ କର କହିଛନ୍ତି।ଏଣେ ବର୍ଷା ଅଭାବରୁ ଧାନ ରୁଆ ଜମିରେ ପାଣି ନାହିଁ ଚାଷୀ ଚିନ୍ତାରେ। ଜଳସେଚନ ବିଭାଗ, କ୍ଷୁଦ୍ରଜଳସେଚନ ବିଭାଗ ଅଧିନରେ ଥିବା ବିଭିନ୍ନ ପ୍ରକଳ୍ପର ପୁନରୁଦ୍ଧାର ଲାଗି ଆସୁଥିବା ଟଙ୍କା ଠିକ୍ ଭାବରେ ବିନିଯୋଗ ହୋଇ ପାରୁନି ଏବଂ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଅଞ୍ଚଳରେ ଥିବା ପୋଖରୀରେ ପାଣି ରହୁନାହିଁ।
ବର୍ଷା ରେ ଗଛିତ ରଖିବା ପାଇଁ ପୋଖରୀ ଆୟକଟ ମଧ୍ୟରେ ଯେଉଁ ମାନଙ୍କର ଜମି ରହିଛି ସେମାନଙ୍କୁ ନେଇ ଜଳ ବିତରଣ କମିଟି ଗଠନ କଲେ ସୁଚାରୁ ରୂପେ ରୟତ ପାଣି ପାରିଥାଆନ୍ତା। ଉପର ମୁଣ୍ଡରେ ବର୍ଷା ହେଲେ ବର୍ଷା ଜଳ ଆୟକଟ କରିବା ପାଇଁ କେହି ବି ରଖୁ ନାହାଁନ୍ତି। ବର୍ଷା ହେଲେ ନାଳରେ ନାଳରେ ଚାଲିଯାଉଛି। ମନ୍ତ୍ରିଡି ବଡ଼ବନ୍ଧ ପାଇଁ ୫ଟି
ଗାଁ ନିର୍ଭର କରନ୍ତି। ମନ୍ତ୍ରୀଡି, ବୟାଳୀ,ହୁର୍ଡଙ୍ଗ,ପାନା
ପଲ୍ଲୀ, ମେନ୍ଦ୍ରାଜପୁର ସେହିପରି ଶାସନପଦର ଗ୍ରାମର ପୋଖରୀ ପାଇଁ ମଧ୍ଯ ନିର୍ଭର କରନ୍ତି କିଛି ଗ୍ରାମ। ଏହିପରି ୧୫ଖଣ୍ଡ ଗ୍ରାମର ଲୋକଙ୍କୁ ନେଇ ଜଳ ସୁରକ୍ଷା କମିଟି ଗଠନ କଲେ ବଢ଼ି ପାଣି ଆସିବା ସମୟରେ ପାଣି ପୋଖରୀ ରେ ଗଛିତ ରଖି ଲେ ପାଣି ଅଭାବ ସମୟରେ ସମସ୍ୟା ଦୂର ହୋଇ ପାରିଥାଆନ୍ତା ବୋଲି ବରିଷ୍ଟ ଚାଷୀ ଗୋକୁଳ ଚନ୍ଦ୍ର କର କହିଛନ୍ତି।