୧୩ ଏସ.ଏଚ.ଜି. ଓ ୪ ଜଣଙ୍କୁ ୩୯.୧୫ ଲକ୍ଷ ଟଙ୍କା ପ୍ରଦାନ

0
190

ବୁଗୁଡା, ୨୬/୦୮/୨୦୨୧ : ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଆନୁକୂଲ୍ୟରେ ବୁଗୁଡା ଏନଏସି କଲ୍ୟାଣ ମଣ୍ଡପ ପରିସରରେ ବୁଗୁଡା ଏନଏସି ପକ୍ଷରୁ ଅଗଷ୍ଟ ୨୬ ତାରିଖ ଦିନ ଅନୁଷ୍ଠିତ ମେଳାରେ ବୁଗୁଡା ସହରର ୧୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟକ୍ତିଗତ ଭାବେ ୪ ଜଣଙ୍କୁ ମିଶାଇ ମୋଟ ୩୯ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୩ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ୪ ଜଣ ହିତାଧିକାରୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ବିଧାୟକ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇ ମେଳା ମଣ୍ଡପ ନିକଟକୁ ପାଛୋଟି ନେଇଥିଲେ। ଏହି ମେଳାରେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ସଂଯୋଜନା କରିଥିବା ବେଳେ ସିଟି ମିଶନ ମ୍ୟାନେଜର ଡ଼କ୍ଟର ବିଭୁ ପ୍ରସାଦ ରାଉତରାୟ, ବୁଗୁଡା ଆକ୍ସିସ ବ୍ୟାଙ୍କ ସହପରିଚାଳକ ସୌରଭ ଶୁଭକାନ୍ତ ସ୍ବାଇଁ ଉପସ୍ଥିତ ଥିଲେ। ମେଳାରେ ୪ ଜଣ ହିତାଧିକାରୀଙ୍କୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଋଣ ସହାୟତା ୩ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିପରି ବୁଗୁଡା ଏନଏସି ର ୧୧ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଆକ୍ସିସ ବ୍ୟାଙ୍କ ଲିଙ୍କରେ ମୋଟ ୩୦ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ଆର୍ଥିକ ସହାୟତା ସେମାନଙ୍କ ସାମଗ୍ରିକ ବିକାଶ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଶା ରଖାଯାଇଛି। ଅନ୍ୟ ଦୁଇ ସ୍ୱୟଂ ସହାୟକ ଗୋଷ୍ଠୀକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଅର୍ଥରେ ସେମାନେ ରୋଜଗାର କରି ସ୍ୱାବଲମ୍ବୀ ହେବାସହ ଅଞ୍ଚଳର ସାମଗ୍ରିକ ଉନ୍ନତିରେ ସହାୟକ ହୋଇପାରିବେ। ଏହି କାର୍ଯ୍ୟକ୍ରମରେ ବୁଗୁଡା ଏନଏସି ର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here