ବିଜେପି “ଫ୍ୟାକ୍ଟ ଫାଇଣ୍ଡିଂଙ୍ଗ ଟିମ୍” ଙ୍କ ମରୁଡ଼ି କ୍ଷତିଗ୍ରସ୍ତ ଅଚଂଳ ପରିଦର୍ଶନ

0
242

ବ୍ରହ୍ମପୁର,୨୮/୦୮/୨୦୨୧: ଆଜି ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ତରଫରୁ ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ନିର୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାଶ ଓ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ରାଜେଶ କୁମାର ସାହୁ ଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଦେଶର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର , ବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ଉପସଭାନେତ୍ରି ଅନିତା ଶୁଭଦର୍ଶନି ପ୍ରମୁଖ ଏକ ଫ୍ୟାକ୍ଟ ଫାଇଣ୍ଡିଂଙ୍ଗ ଟିମ୍ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ୍ ର ମରୁଡ଼ି ରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ଏହି ଅବସରରେ ବ୍ଲକ୍ ର କୋଳଥି ଗାଁ ର ମରୁଡି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ମରୁଡ଼ି ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିବା ପାଇଁ କହିଲେ। ଚାଷୀଙ୍କ ସହ ଆଲୋଚନା ବେଳେ ଜାଣିବାକୁ ପାଇଲେ ଏଠି ମରୁଡ଼ି ସମୟରେ ଜଳସେଚନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଚାଷୀ ସବୁବେଳେ କ୍ଷତି ସହିବାକୁ ପଡୁଛି। ତିନି ବର୍ଷରେ ଥରେ ଧାନ ଫସଲ ଆଦାୟ ହେଉଛି ବୋଲି ବରିଷ୍ଠ ଚାଷୀ ମାନେ କହିଥିଲେ।ବର୍ତ୍ତମାନ ଭାଦ୍ରବ ମାସ ସରିବାକୁ ବସିଥିବା ବେଳେ ବର୍ତ୍ତମାନ ଶୁଦ୍ଧା ବର୍ଷା ଅଭାବରୁ ଜମିରେ ପାଣିର ଅଭାବ କାରଣରୁ କୋଳଥି ଗାଁ ପଞ୍ଚାୟତ ର ଅଧୀନସ୍ଥ ଶହ ଶହ ଏକର ଚାଷଜମି ସଂପୂର୍ଣ୍ଣ ରୂପେ ତଳି ପୋଡ଼ି ନଷ୍ଟ ହୋଇଯାଇଛି। ଏଣୁ ସରକାରଙ୍କ ତରଫରୁ ଫସଲ ବୀମା ର ବ୍ୟବସ୍ଥା ସହିତ ମରୁଡ଼ି ଘୋଷଣା କରାଯାଇ ଆଗାମୀ ଦିନରେ ସ୍ଥାୟୀ ଉଠା ଜଳସେଚନ ର ବ୍ୟବସ୍ଥା ସଂମ୍ପର୍କରେ କୋଳଥି ଗାଁ ଚାଷୀକୁଳ ତରଫରୁ ଏକ ଦାବିପତ୍ର ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର ଙ୍କୁ ପ୍ରଦାନ କରିଥିଲେ। ଯାହାକୁ ନେଇ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଚାଲିବାକୁ ଥିବା ବିଧାନସଭା ର ପ୍ରଶ୍ନକାଳ ସମୟରେ ଏହି ପ୍ରସଙ୍ଗ ଉଠେଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଜଗମୋହନ ପାତ୍ର , ଗଙ୍ଗାଧର ଶତପଥି, ଶିବଅଧିକାରୀ, ତୁମ୍ବେଶ୍ୱର ନାୟନ, ମଧୁସୂଦନ ସାହୁ, ପ୍ରଭାତ ଷଢ଼ଙ୍ଗୀ, ଗଣପତି ବାରିକ, ବିଜୟ କୁମାର ମୁଦୁଲି, ପ୍ରଭାକର ପାତ୍ର, ଗଜେନ୍ଦ୍ର ଚୌଧୁରୀ, ଅଭୟ ପଣ୍ଡା,ସୁଶାନ୍ତ ନାୟକ ସୁନୀଲ କୁମାର ପାତ୍ର, ଅମୁଲ୍ୟ ଚୌଧୁରୀ,ଅନନ୍ତ ନାରାୟଣ ମହାନ୍ତି,ଯୁଧିଷ୍ଠିର ନାୟକ, ବରିଷ୍ଠ ଚାଷୀ ଗାନ୍ଧୀ ପାତ୍ର, ହାଡ଼ିଆ ଦଳବେହେରା , ବିଜୟ ଦଳାଇ, ରମେଶ ଚନ୍ଦ୍ର ବେହେରା , କାଳିଆ ବେହେରା, ରବିନ୍ଦ୍ର ମହାନ୍ତି, ଜଗଦୀଶ ବେହେରା, ଏ.ଭିକି, ଡି.ଯତୀନ ପ୍ରମୁଖ ରହି ସ୍ଵାଗତ କରିବା ସହିତ ମରୁଡ଼ି ଅଞ୍ଚଳ ପରିଦର୍ଶନ କରାଇଥିଲେ।

LEAVE A REPLY

Please enter your comment!
Please enter your name here