୫୮୦ ଲିଟର ଚୋରା ମଦ ଓ ୧୫,୬୦୦ ଲିଟର ପୋଚ ଜବତ ଓ ଜଣେ ଗିରଫ।

0
165

ବ୍ରହ୍ମପୁର, ୨୯/୦୮/୨୦୨୧: ଅବକାରୀ କମିଶନର ଆଶିଷ ସିଂ ଙ୍କ ନିର୍ଦ୍ଦେଶ ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରା ଙ୍କ ଆଦେଶ ପ୍ରକାରେ ଅଗଷ୍ଟ ୨୯ ତାରିଖ ଦିନ ଅବକାରୀ ବିଭାଗ ଓ ପୋଲିସ ବିଭାଗର ମିଳିତ ଚଢ଼ାଉରେ ବିପୁଳ ପରିମାଣର ଚୋରା ଦେଶୀ ମଦ ଓ ପୋଚ ଜବତ ହେବା ସହ ଜଣେ ଗିରଫ ହୋଇଥିବା ଜଣାପଡିଛି। ଆସିକା ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଓ ଧରାକୋଟ ପୋଲିସ ସହାୟତାରେ ଧରାକୋଟ ପୋଲିସ ଥାନା ଅନ୍ତର୍ଗତ ଚମ୍ପାପଲ୍ଲୀ ଓ ସାହାସପୁର ଗ୍ରାମରେ ଚଢ଼ାଉ କରି ୫୮୦ ଲିଟର ଦେଶୀ ମଦ ଜବତ କରିବା ସହ ୧୫ ହଜାର ୬ ଶହ ଲିଟର ଗୁଡା ମିଶ୍ରିତ ପୋଚ ନଷ୍ଟ କରାଯାଇଛି। ଏନେଇ ୩ ଟି ମାମଲା ରୁଜୁ ହେବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ କାର୍ଯ୍ୟକ୍ରମରେ ସୋରଡ଼ା ଅବକାରୀ ଥାନା ଅଧିକାରୀ ପ୍ରଦୀପ ମହାନ୍ତି, ଅବକାରୀ କନେଷ୍ଟବଳ ଜି.ଭୀମ, ସୁନାରାମ ଟୁଡୁ, କାମନା ବେହେରା, ଅମିତ ଗୋମାଙ୍ଗ, ଶିବରାମ ନାୟକ, ଅର୍ଜୁନ ସ୍ୱାଇଁ, ଧରାକୋଟ ଥାନା ସହ ଉପନିରୀକ୍ଷକ ଅଭିମନ୍ୟୁ ପାଣ୍ଡେ ଓ ଆର.କେ.ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here